ଓଡ଼ିଶାର ଚାରିଆଡ଼େ ଚାଲିଛି ତଦନ୍ତ ତଦନ୍ତ ,ରିପୋର୍ଟ କିନ୍ତୁ ବିଗଳିତ ଦନ୍ତକାମୁଡ଼ିଲେ କାଟୁ ନାହିଁ -ତୁଷାର କାନ୍ତ ଶତପଥୀ ଭୁବନେଶ୍ୱର

Spread the love

ତା୨୨.୦୮.୨୦୨୬,ରିଖର କଥାଟି ପାଇଁ ଶୀର୍ଷକ ଖୋଜୁ ଖୋଜୁ,
“ତଦନ୍ତ:ବିଗଳିତ ଦନ୍ତ” ଶୀର୍ଷକଟି ଲେଖି ହୋଇଗଲା,
ତା୨୧.୦୮.୨୦୨୬ରିଖରେ ମୁଁ ଫେସବୁକରେ “ଆଦିମ”ଲେଖୁ ଲେଖୁ, ତାହା “ଆଦାନୀ” ଲେଖା ହୋଇଯାଇଥିବା ଭଳି।
ଏହା ଉପରେ କିଛି ତଥ୍ୟକୁ ତଳେ ସ୍ଥାନିତ କରିଛି। 👇


ଓଡ଼ିଆ ଗଣମାଧ୍ୟମ ଜଗତର ଅନ୍ୟତମ ଉଜ୍ଜ୍ୱଳତମ ନକ୍ଷତ୍ର ଶ୍ରୀ ଗୋଦାବରୀଶ ମହାପାତ୍ରଙ୍କ ସମ୍ପାଦିତ “ନିଆଁଖୁଣ୍ଟା ପତ୍ରିକା”ର ୧୯୬୦ ମସିହା ପାଖାପାଖି କୌଣସି ଏକ ସଂଖ୍ୟାରେ,୧୯୬୦ ଦଶକରେ ଓଡ଼ିଶା ସରକାରଙ୍କ ବିଭିନ୍ନ ତଦନ୍ତ କମିଶନ ଓ ଦୁର୍ନୀତି ନିବାରଣ ବ୍ୟବସ୍ଥାର ନିଷ୍କ୍ରିୟତାକୁ କଟାକ୍ଷ କରାଯାଇ,“ଓଡ଼ିଶାର ଚାରିଆଡ଼େ ଚାଲିଛି ତଦନ୍ତତଦନ୍ତ ରିପୋର୍ଟ କିନ୍ତୁ ବିଗଳିତ ଦନ୍ତ
କାମୁଡ଼ିଲେ କାଟୁ ନାହିଁ, ସତେକି ଚୁମ୍ବନ
ଜନତା ଆଖିକୁ ଦିଶେ ମହାବିଡ଼ମ୍ବନ
ଫସଲର ବାଡ଼ ଏଠି ପାଲଟିଛି ଗୋରୁ
ଯେ ଜଗୁଛି ସେ ଚୋର, ଚୋର ଧରୁ।” ଭଳି ବ୍ୟଙ୍ଗାତ୍ମକ ଲେଖାଟିଏ ପ୍ରକାଶିତ ହୋଇଥିଲା।
ତେବେ, ଏହା ଯେ ସୃଷ୍ଟି ଆରମ୍ଭରୁ ସାରାଦେଶରେ ଚାଲିଛି ଓ ଚାଲୁ ରହିଥିବ, ତାହା ନିଶ୍ଚିତ।
“ସମସ୍ତ ତଦନ୍ତ କମିଶନଗୁଡିକର ଫଳାଫଳ କଣ ହୋଇଛି” ବାବଦରେ ୧୦୦୦ଜଣିଆ ଉଚ୍ଚସ୍ତରୀୟ ତଦନ୍ତ କମିଶନଟିଏ ଗଠିତ ହେଲେ ବି ତାହାର ରିପୋର୍ଟ ଯେ ଲୋକଲୋଚନକୁ ଆସିବ, ତାହାର ସମ୍ଭାବନା ନାହିଁ।
ମଝିରେ ମଝିରେ ଯେଉଁ ଯେଉଁ ରିପୋର୍ଟ ଆସେ, ସେଗୁଡିକ ସରକାରଙ୍କ ସପକ୍ଷରେ ରହିଥାଏ, ଯେହେତୁ କମିଶନଗୁଡିକର ମୂଖ୍ୟ ଓ ସଦସ୍ୟମାନଙ୍କର ବି ନିଜ ନିଜର ତଥା ପରିବାରବର୍ଗଙ୍କର‌ ଭବିଷ୍ୟତ ଚିନ୍ତା ରହିଛି।
ବର୍ତ୍ତମାନକୁ ଦିବଙ୍ଗତ ତଥା ବିଜେପିର ବରିଷ୍ଠନେତା, ପୂର୍ବତନ କେନ୍ଦ୍ରୀୟମନ୍ତ୍ରୀ ଶ୍ରୀ ଅଋଣ ଜେଟଲୀ ମହାଶୟ,ରାଜ୍ୟସଭାର ବିରୋଧୀଦଳ ନେତା ଥିବା ସମୟରେ,ତା୦୧.୧୦.୨୦୧୨ରିଖରେ “ବିଜେପି ଆଇନ ପ୍ରକୋଷ୍ଠ – BJP LEGAL CELL”ର ସଦସ୍ୟମାନଙ୍କୁ ଉଦବୋଧନ ଦେଇ କହିଥିଲେ,
(୧)”ଦୁଇପ୍ରକାରର ବିଚାରପତି ଅଛନ୍ତି , ଯେଉଁମାନଙ୍କ ଭିତରୁ କିଛି ଆଇନ ଜାଣନ୍ତି ଓ କିଛି ଆଇନମନ୍ତ୍ରୀଙ୍କୁ।ଅବସରଗ୍ରହଣ ପୂର୍ବର ଅନେକ ନିଷ୍ପତ (Judgement ) ଅବସରଗ୍ରହଣ ପରର ପୁନଃନିଯୁକ୍ତି ପାଇଁ ପ୍ରେରିତ ଥାଏ।ମୁଁ (ଜେଟଲୀ ମହାଶୟ)
ଶ୍ରୀ ବାଜପେୟୀଜୀଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବା ସମୟରେ ଏଭଳି ଅବସରପ୍ରାପ୍ତମାନଙ୍କ ସହିତ ଭେଟ ହେଲେ ଡରୁଥିଲି, କାଳେ ସେମାନେ ନିଜର ଚରିତ୍ରପଞ୍ଜିକା (Biodata) ମୋତେ ଧରେଇ ଦେଇ ପୁନଃନିଯୁକ୍ତି ମାଗିବେ ବୋଲି’!
(୨)ପୁନଃଶ୍ଚ , ଶ୍ରୀ ଜେଟଲୀ ମହାଶୟ,୨୦୧୩ ମସିହାରେ “ରାଜ୍ୟସଭାରେ ‘ନ୍ୟାୟିକ ସଂସ୍କାର- JUDICIAL REFORMS BILL” ଆଲୋଚନାରେ ଭାଗନେଇ କହିଥିଲେ ଯେ,
“ମୁଁ (ଶ୍ରୀ ଜେଟଲି) ଭାବୁଛି ଯେ, ଆଇନ ପ୍ରଣୟନ କ୍ଷେତ୍ରରେ ଆମେ ବହୁ ଆଗକୁ ପଳାଉଛନ୍ତି,ଯଥା ଅବସରପ୍ରାପ୍ତ ବିଚାରପତିମାନଙ୍କ ପାଇଁ ଅବସର ଗ୍ରହଣ ପରେ ପୁନଃନିଯୁକ୍ତି ପାଇଁ ପଦବୀ ସୃଷ୍ଟି ।ଆମେ ସଂସଦରେ ତାହା ନକଲେ, ବିଚାରପତିମାନେ ନିଜେ ତାହା ସୃଷ୍ଟି କରୁଛନ୍ତି। ‘ବିଚାରପତିମାନଙ୍କ ଭିତରେ ଅବସର ଗ୍ରହଣପରେ ବିଭିନ୍ନ ଲୋଭନୀୟ ପଦବୀରେ ପୁନଃନିଯୁକ୍ତି ଲୋଭ ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି’। ଅବଶ୍ୟ କିଛି ବ୍ୟତିକ୍ରମ ବି ଅଛନ୍ତି”, ଯେଉଁମାନେ ଆତ୍ମସମ୍ମାନଧାରୀ”ବୋଲି କହିଥିଲେ।
(୩) କିନ୍ତୁ, ସେ ୨୦୧୪ ମସିହାରେ ରେ ମୋଦିଜୀଙ୍କ ମନ୍ତ୍ରୀଥିବା ସମୟରେ, ସଦ୍ୟ ସେବାନିବୃତ୍ତ ଜଣେ ପ୍ରଧାନ ବିଚାରପତିଙ୍କୁ ରାଜ୍ୟପାଳ କରା ଯାଇଥିଲା ଓ ତାଙ୍କ ଅନ୍ତେ ୨୦୧୯ ମସିହାରେ ଆଉ ଜଣେ ସଦ୍ୟ ଅବସରପ୍ରାପ୍ତ ପ୍ରଧାନ ନ୍ୟାୟାଧୀଶଙ୍କୁ ରାଜ୍ୟସଭାର ମନୋନୀତ ସଦସ୍ୟ କରାଯାଇଥିଲା, ହୁଏତ ସେମାନେ “ଆତ୍ମସମ୍ମାନଧାରୀ ହୋଇଥିବାରୁ।
ସମଗ୍ର ଦେଶରେ ଚାକିରର ସମୟସୀମା ବୃଦ୍ଧି ଓ ଅବସର ଗ୍ରହଣ ପରେ ପୁନଃଥଇଥାନର ଅଜସ୍ର ଉଦାହରଣ ରହିଛି,
“ଦେଇଥିଲେ ପାଇ, ପଡିଆଵାଡିରେ ଗୋଧନ ଚରେଇ”ଭଳି ଓଡ଼ିଆ ଲୋକକଥାଟିର ସାରମର୍ମ ଆଧାରରେ, ସରକାରଙ୍କ ସବୁ ଅକର୍ମ,ଅନୀତି,ଦୂର୍ନିତିକୁ ଘୋଡେ଼ଇ ଓ ତହିଁରେ ଭାଗୀଦାର ହୋଇ ଏଭଳି ସୁବିଧାଗୁଡିଏ ପାଉଛନ୍ତି।
(୪)ଜରୁରୀକାଳୀନ ପରିସ୍ଥିତି ପରେ ଗଠିତ ଜନତା ପାର୍ଟି ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରହିଥିବା (ଏବେ ବିଜେପି ମାର୍ଗଦର୍ଶକ ମଣ୍ଡଳୀର ପ୍ରମୁଖ) ଶ୍ରୀ ଲାଲକୃଷ୍ଣ ଆଡଭାନୀ କହିଥିଲେ,
“ଜରୁରୀକାଳୀନ ପରିସ୍ଥିତି ସମୟରେ ଯେଉଁମାନଙ୍କୁ ଆଣ୍ଠେଇବାକୁ କୁହାଯାଉଥିଲା, ସେମାନେ ଆଣ୍ଠେଇଲା ବଦଳରେ ଗୁଋଣ୍ଡୁଥିଲେ”, ଯାହା “ବେଳକୁ ଏହି ମତେ” ଭଳି ବାଣୀଟିଏର ପରିଚାୟକ।
ତେଣୁ, ଚାକିରିର ସମୟସୀମା ବୃଦ୍ଧି, ଅବସର ଗ୍ରହଣ ପରେ ପୁନଃଥଇଥାନ ପାଇଁ ଆମ ସମ୍ବିଧାନର ସମତ୍ତ ସମସ୍ତ
ମହାମହିମଗଣ, ଶ୍ରୀ ଆଡଭାନୀ କହିଥିବା ଆଦର୍ଶରେ ଅନୁପ୍ରାଣିତ ହେବାରେ, ଆମେ ସେମାନଙ୍କୁ କାହିଁକି ଅବା ଦୋଷ ଦେବା!
କାହିଁ କେତେକାଳରୁ”ଆପେ ବଞ୍ଚିଲେ ବାପାଙ୍କ ନାମ ଉଜ୍ଜ୍ୱଳ ହୁଏ ” ଭଳି ଓଡ଼ିଆ ଲୋକକଥାଟିର ପ୍ରଚଳନ ହୋଇଚାଲୁଛି ଯେ!
ଜରୁରୀକାଳୀନ ପରିସ୍ଥିତି ପରେ ଗଠିତ ଜନତା ପାର୍ଟି ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରହିଥିବା (ଏବେ ବିଜେପି ମାର୍ଗଦର୍ଶକ ମଣ୍ଡଳୀର ପ୍ରମୁଖ) ଶ୍ରୀ ଲାଲକୃଷ୍ଣ ଆଡଭାନୀ କହିଥିଲେ,
“ଜରୁରୀକାଳୀନ ପରିସ୍ଥିତି ସମୟରେ ଯେଉଁମାନଙ୍କୁ ଆଣ୍ଠେଇବାକୁ କୁହାଯାଉଥିଲା, ସେମାନେ ଆଣ୍ଠେଇଲା ବଦଳରେ ଗୁଋଣ୍ଡୁଥିଲେ”, ଯାହା “ବେଳକୁ ଏହି ମତେ” ଭଳି ବାଣୀଟିଏର ପରିଚାୟକ।
ଏବେ ଆମେ ଅଯୋଧ୍ୟାର ଶ୍ରୀରାମ’ଙ୍କ ଭବ୍ୟ ପୀଠସ୍ଥଳିର “ଦାନବାକ୍ସରୁ ହେରଫେର ବାବଦରେ ଗଠିତ ତଦନ୍ତ କମିଟିର ଗଠନ ତଥା ରିପୋର୍ଟ” ବାବଦରେ ଆଲୋଚନା କରିବା 👇;
(୧) ସ୍ୱତନ୍ତ୍ର ତଦନ୍ତକାରୀ ଦଳ, SPECIAL INVESTIGATING TEAM(SIT) ଗଠନ:-
(କ)ଏହା,ତା୧୩ .୦୬.୨୦୨୬ରିଖରେ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ଵାରା ଗଠିତ ହୋଇଥିଲା,”ଭକ୍ତମାନଙ୍କ ନଗଦ ଓ ଅନ୍ୟାନ୍ୟ ଦାନ ସାମଗ୍ରୀର ହେରଫେର୍/ଆତ୍ମସାତ୍‌ର ସାର୍ବଜନୀନ ଅଭିଯୋଗ” ପରେ, “ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅନୁରୋଧ କ୍ରମେ” ଉତ୍ତର ପ୍ରଦେଶ ସରକାରର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶର ତା୧୩.୦୬.୨୦୨୬ରିଖରେ ଗଠିତ ହୋଇଥିଲା।
(ଖ)ମୂଳ ତିନି ଜଣିଆ ଟିମ୍:-
()ଲକ୍ଷ୍ନୌ ଡିଭିଜନାଲ୍ କମିଶନର ବିଜୟ ବିଶ୍ୱାସ ପନ୍ତ (ମୁଖ୍ୟ) ()ଇନ୍ସପେକ୍ଟର ଜେନେରାଲ୍ ଅଫ୍ ପୋଲିସ୍ (ଲକ୍ଷ୍ନୌ ରେଞ୍ଜ) କିରଣ ଏସ୍. / ଏସ୍. କିରଣ
()ସ୍ୱତନ୍ତ୍ର ସଚିବ (ଅର୍ଥ) ନୀଲ ରତନ / ନୀଲରତନ କୁମାର। ଏମାନେ ସମସ୍ତେ ସରକାରୀ ଅଧିକାରୀ। ସେମାନଙ୍କୁ,”ଦାନର ଆନୁମାନିକ ଚୋରି/ହେରଫେର୍‌ର ତଦନ୍ତ କରିବା, ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (SOPs), ସୁରକ୍ଷା, ଗଣତି ପ୍ରକ୍ରିୟା, ଆର୍ଥିକ ରେକର୍ଡ ଏବଂ ସମ୍ପୃକ୍ତ ତ୍ରୁଟିଗୁଡ଼ିକର ଯାଞ୍ଚ କରିବା” ଦାୟିତ୍ଵ ଦିଆଯାଇଥିଲା। (ଟିପ୍ପଣୀ: ଏହା ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ SIT। ପରବର୍ତ୍ତୀ ସମୟରେ ଉଚ୍ଚତମ ନ୍ୟାୟାଳୟ (ସୁପ୍ରିମ୍ କୋର୍ଟ) ଏହି ମାମଲାର ତଦାରଖ କରିଥିଲେ, ସମ୍ପୃକ୍ତ SIT ର ପୁନର୍ଗଠନ/ସମ୍ପ୍ରସାରଣ (୨୦୨୬ ଜୁଲାଇ ଶେଷ ଆଡ଼କୁ ଜଣେ ସ୍ୱାଧୀନ ଫୋରେନ୍‌ସିକ୍ ଅଡିଟରଙ୍କୁ ସାମିଲ କରିବା ସହ) ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ସ୍ଥିତି ରିପୋର୍ଟ ମାଗିଥିଲେ, କିନ୍ତୁ ନିଜେ ମୂଳ SIT ଗଠନ କରିନଥିଲେ।) (୨) ଏହି କମିଟିର ପ୍ରଥମ (ପ୍ରାରମ୍ଭିକ) ନିଷ୍କର୍ଷ:- (କ)ଦାଖଲ ତାରିଖ:ତା ୨୩ .୦୬. ୨୦୨୬ରିଖରେ , ରାଜ୍ୟର ଅତିରିକ୍ତ ମୁଖ୍ୟ ସଚିବ, ଗୃହ ବିଭାଗଙ୍କୁ ଦାଖଲ କରାଯାଇଥିବା ରିପୋର୍ଟର ମୁଖ୍ୟ ନିଷ୍କର୍ଷ ଥିଲା,”ଦାନ ଗଣତି ସମୟରେ ଚୋରି/ହେରଫେର୍‌ର ପ୍ରାଥମିକ ପ୍ରମାଣ (Prima facie evidence) ବାବଦରେ। ଏଠାରେ ପ୍ରଣିଧାନଯୋଗ୍ୟ ଯୋଗ୍ୟ ଯେ, ଯାହାଙ୍କୁ ଏହି ରିପୋର୍ଟ ଦିଆଯାଇଛି, ସେ ମଧ୍ୟ “ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟ।” (ଖ)୨୭ ଅପ୍ରେଲରୁ ୫ ଜୁନ୍ ୨୦୨୬ ମଧ୍ୟରେ CCTV ଫୁଟେଜ୍‌ରେ କର୍ମଚାରୀମାନେ ପୋଷାକ, ପକେଟ୍, ଜୁତା ଆଦିରେ ନଗଦ ଟଙ୍କା (ବିଣ୍ଡା/ନୋଟ୍) ଲୁଚାଉଥିବାର ପ୍ରାୟ ୭୦ଟି ସନ୍ଦିଗ୍ଧ ଘଟଣା କଏଦ ହୋଇଥିଲା। (ଗ) ଏହି ରିପୋର୍ଟରେ,”Standard Operating Procedures (SOP)ର ଖୋଲାଖୋଲି ଉଲ୍ଲଂଘନ,ଗଣତି ସମୟରେ ଉପଯୁକ୍ତ ସୁରକ୍ଷା କର୍ମୀ ମୁତୟନ ନହେବା, ଗଣତି କକ୍ଷକୁ ପ୍ରବେଶ ଓ ପ୍ରସ୍ଥାନ କରୁଥିବା କର୍ମଚାରୀଙ୍କର ପର୍ଯ୍ୟାପ୍ତ/ଆଦୌ ଯାଞ୍ଚ (frisking) ନହେବା, ନିୟମାନୁସାରେ ଧାର୍ଯ୍ୟ ୧୮୦ ଦିନ ବଦଳରେ CCTV ଫୁଟେଜ୍‌କୁ କେବଳ ୪୫ ଦିନ ପର୍ଯ୍ୟନ୍ତ ରଖାଯିବା।ତଦାରଖ, ମୂଲ୍ୟବାନ୍ ସାମଗ୍ରୀର ଦସ୍ତାବିଜୀକରଣ ଏବଂ ବ୍ୟାଙ୍କ ଜମା ସହ ନଗଦ ଟଙ୍କାର ମିଳାମିଶା (reconciliation) କ୍ଷେତ୍ରରେ ଅନ୍ୟାନ୍ୟ ତ୍ରୁଟି” (ଘ)ପ୍ରାଥମିକ ସମ୍ପୃକ୍ତି ପାଇଁ କେତେକ ଗଣତି କର୍ମଚାରୀଙ୍କ ନାମ ଉଲ୍ଲେଖ; ଏଫ୍‌ଆଇଆର୍‌ (FIR) ରୁଜୁ ଏବଂ ଅଧିକ ସୂକ୍ଷ୍ମ ଯାଞ୍ଚ (ଟ୍ରଷ୍ଟ ଖାତାର ପୁନଃ-ଅଡିଟ୍ ସହ) ପାଇଁ ସୁପାରିସ୍। (ଙ)ତତ୍କାଳୀନ ପରିଣାମ: ୨୫ ଜୁନ୍ ୨୦୨୬ରେ FIR ରୁଜୁ; ନଗଦ/ମୂଲ୍ୟବାନ୍ ସାମଗ୍ରୀ ଗଣତି ସହ ଜଡ଼ିତ ଆଠ ଜଣ ବ୍ୟକ୍ତି ଗିରଫ। ୩. କମିଟିର ଦ୍ୱିତୀୟ (ଚୂଡ଼ାନ୍ତ) ନିଷ୍କର୍ଷ:- (କ)ଦାଖଲ ତାରିଖ: ତା ୧୭–୧୮.୦୮.୨୦୨୬ରିଖ, (UP ଗୃହ ବିଭାଗକୁ ଦାଖଲ ଏବଂ ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ପଠାଯାଇଥିଲା)। (ଖ)ମୁଖ୍ୟ ନିଷ୍କର୍ଷ:- ()ଟ୍ରଷ୍ଟର ସାମଗ୍ରିକ କାର୍ଯ୍ୟଶୈଳୀ, ଦାନ ପରିଚାଳନା ବ୍ୟବସ୍ଥା, ଆର୍ଥିକ ତଦାରଖ, ସୁରକ୍ଷା ପ୍ରୋଟୋକଲ୍, ଦସ୍ତାବିଜୀକରଣ ଏବଂ ମିଳାମିଶା ପ୍ରକ୍ରିୟାରେ “ଘୋର ତ୍ରୁଟି” ଥିବା ନିଶ୍ଚିତ କରାଗଲା।
()ଗିରଫ ହୋଇଥିବା ଆଠ ଜଣ ନିମ୍ନସ୍ତରୀୟ କର୍ମଚାରୀଙ୍କୁ ଚୋରି/ହେରଫେର୍ ଏବଂ ପାଣ୍ଠିର ବାଟବଣା (ଯାହାର କିଛି ଅଂଶ ସମ୍ପତ୍ତି/ଜମି କିଣାବିକା ଏବଂ ବ୍ୟକ୍ତିଗତ ବ୍ୟବସାୟରେ ବ୍ୟବହୃତ ହୋଇଥିବା ଅଭିଯୋଗ) ପାଇଁ ଦାୟୀ କରାଗଲା। ଚମ୍ପତ ରାୟଙ୍କ ପୂର୍ବତନ ସହଯୋଗୀ/ଡ୍ରାଇଭର ରାମ ଶଙ୍କର ଯାଦବ ଓରଫ୍ ଟିନ୍ନୁ ଯାଦବଙ୍କୁ ମୁଖ୍ୟ କାରପଟଦାର (mastermind) ଭାବେ ଚିହ୍ନଟ କରାଗଲା, ଯିଏ କି ଚାବି ଓ ପ୍ରବେଶ ଅଧିକାରର ଦୁରୁପଯୋଗ କରିଥିଲେ। ()ଟ୍ରଷ୍ଟର ପୂର୍ବତନ ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ପୂର୍ବତନ ଟ୍ରଷ୍ଟି ଅନିଲ ମିଶ୍ରଙ୍କୁ କ୍ଲିନ୍ ଚିଟ୍ ଦିଆଗଲା , ତାଙ୍କ ପକ୍ଷରୁ କୌଣସି ବ୍ୟକ୍ତିଗତ ଆତ୍ମସାତ୍ ବା ଦୁରଭିସନ୍ଧିର ପ୍ରମାଣ ମିଳିନଥିଲା (ଉଭୟ ପୂର୍ବରୁ ଇସ୍ତଫା ଦେଇସାରିଥିଲେ)।
()ସୁପାରିସ୍ ହୋଇଥିବା ସଂସ୍କାର: ପେସାଦାର ଆକାଉଣ୍ଟିଂ ପଦ୍ଧତି, ସମର୍ପିତ ଆର୍ଥିକ/ଅଡିଟ୍ ସେଲ୍ ବା CEO-ସଦୃଶ ଢାଞ୍ଚାର ନିଯୁକ୍ତି, କଡ଼ା SOP, ଉନ୍ନତ ସୁରକ୍ଷା/CCTV, ବର୍ଦ୍ଧିତ ତଦାରଖ ଇତ୍ୟାଦି। ()ଟିପ୍ପଣୀ: ୨୦୨୬ ଅଗଷ୍ଟ ମଧ୍ୟରୁ ଶେଷ ଭାଗର ରିପୋର୍ଟ ଅନୁସାରେ, ସୁପ୍ରିମ୍ କୋର୍ଟଙ୍କ ତଦାରଖରେ ଚାଲିଥିବା ପ୍ରକ୍ରିୟା (ଫୋରେନ୍‌ସିକ୍ ଅଡିଟରଙ୍କ ସହ ପୁନର୍ଗଠିତ SIT) ସ୍ୱତନ୍ତ୍ର ଭାବେ ଜାରି ରହିଛି; ଏହା ନିଜର ଚୂଡ଼ାନ୍ତ ନିଷ୍କର୍ଷ ସାର୍ବଜନୀନ ଭାବେ ପ୍ରକାଶ କରିନାହିଁ। ଉପରୋକ୍ତ ବିବରଣୀଗୁଡ଼ିକ SIT ଦସ୍ତାବିଜ ସହ ପରିଚିତ ସରକାରୀ ସୂତ୍ରକୁ ଉଦ୍ଧୃତ କରି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ସଂଗୃହୀତ (ସମ୍ପୂର୍ଣ୍ଣ ସରକାରୀ ତଥ୍ୟଗୁଡ଼ିକ ସାର୍ବଜନୀନ ଭାବେ ପ୍ରକାଶିତ ହୋଇନାହିଁ)।
-ହିନ୍ଦୀଭାଷାର ପ୍ରସିଦ୍ଧ ବ୍ୟଙ୍ଗକାର ଶରଦ ଯୋଶୀ (Sharad Joshi) “ରାଜନୈତିକ ବ୍ୟବସ୍ଥା, ପ୍ରଚାରତନ୍ତ୍ର (Propaganda) ଏବଂ ଶାସକ ଦଳର ମନମୁଖୀ ଶାସନକୁ କଟାକ୍ଷ କରି” ହିନ୍ଦୀଭାଷାରେ ଏହା ଲେଖିଥିଲେ:
“ସେନାପତି ଭୀ ଉନ୍‌କା,
ସେନା ଭୀ ଉନ୍‌କୀ।
ଝୂଠ୍ କୋ ସଚ୍‌ ବନା ଦେ,
‘ପ୍ରଚାରତନ୍ତ୍ର’ ଭୀ ଉନ୍‌କା।
କୋଇ କାହାଁ ଜାଏ,
କିସ୍‌ସେ କରେ ଗୁହାର?
କାନୂନ୍‌ ଭୀ ଉନ୍‌କା,
ରାଜ ଦର୍ବାର ଭୀ ଉନ୍‌କା!”
ଯାହାର ଆମ ଓଡ଼ିଆ ଭାଷାରେ ଆପାତତଃ ଅନୁବାଦିତ କବିତାଟି ହେଉଛି;
“ସେନାପତି ବି ତାଙ୍କରି,
ମିଛ ବି ସତ ହୁଏ
“ପ୍ରଚାରତନ୍ତ୍ର” ତ ତାଙ୍କରି,
କିଏ ଯିବ କେଉଁଠିକି
ଯେ ଯାଇ କରିବ ଗୁହାରି,
ଆଇନ ବି ତାଙ୍କରି ଓ
ରାଜ ଦରବାର ବି ତାଙ୍କରି!”
ଅର୍ଥାତ ସମସ୍ତେ ଉତ୍ତର ପ୍ରଦେଶ ସରକାରଙ୍କ ଲୋକ।
ତେଣୁ ତ,” ମାର ମାର ଭଣ୍ଡାରିଆକୁ ମାର” ଭଳି ଓଡ଼ିଆ ଲୋକକଥାଟିର ଆଧାରରେ,
” ବଡ଼ବଡ଼ିଆ ଛାଡ ପାଇବା ଓ ତଳତଳିଆ ଦୋଷୀ ସାବ୍ୟସ୍ତ ହେବା ମୂଳରୁ ନିର୍ଧାରିତ ହୋଇଥିଲା” ଯାହା”ସୃଷ୍ଟି ଆରମ୍ଭରୁ ସଚରାଚର ଚାଲିଛି ଓ ସୃଷ୍ଟିର ଶେଷ ପର୍ଯ୍ୟନ୍ତ ଚାଲୁରହିଥିବ।”
ଏବଂ ଖାସ୍ ଏଇଥିପାଇଁ ତ ଆଜିର ଲେଖାଟିର ଶିରୋନାମାକୁ “ତଦନ୍ତ,ବିଗଳିତ ଦନ୍ତ” ରଖାଯାଇଛି।
ସବୁ “ଜୟ ଜଗନ୍ନାଥ, ଜୟ ଶ୍ରୀରାମ ଓ ବଜରଙ୍ଗବାଲୀ କି-ଜୟ”
ଇତ୍ୟାଦିଙ୍କର “ମାୟା ଓ ଏମାନେ ନିମିତ୍ତ ମାତର, ଶାସ୍ତ୍ର ଅନୁସାର।”