କଥା ତ ଏତିକି ବାସ //ପୁଷ୍ଟିକର ସନ୍ତୁଳିତ ଖାଦ୍ୟ ଯୋଗାଣ କାନୁନ-RIGHT TO FOOD” ଚୁଲିକୁ ଯାଉ ପଛେ, ହତ୍ୟା ଘଟଣାରେ ନିଶ୍ଚିତ ଭାବରେ କାନୁନ ତା ବାଟରେ ଯିବା ଦରକାର -ତୁଷାର କାନ୍ତ ଶତପଥୀ ଭୁବନେଶ୍ୱର

Spread the love

ତା୦୮.୦୮.୨୦୨୬ର କଥାଟି ମାତ୍ର ଏତିକି 👇;
“ଲେଖୁଛି ତ ଦେଶଦ୍ରୋହୀ ଆରୋପ ଲାଗୁଛି,
ନ ଲେଖି ବି ରହି ହେଉନି,
ତେଣୁ ଲେଖି ଦେଉଛି।”
(ଉର୍ଦ୍ଦୁ ଭାଷାର ବିଶିଷ୍ଟ କବି ବଶିର ବଦ୍ର’ଙ୍କ ଗୋଟିଏ କବିତାର ପଦଟିଏର ଛାୟାରେ।)
(୧)ଉପକ୍ରମଣିକା:-ଆମେ, “ଓଡ଼ିଶାର ନଅଙ୍କ ଦୁର୍ଭିକ୍ଷ”ଉପରେ ଆଧାରିତ ଶ୍ରୀ କାହ୍ନୁ ଚରଣ ମହାନ୍ତିଙ୍କ ” ହା ଅନ୍ନ ବହିରେ”
(ହେ ଭାତ-“ଅନ୍ନ ବିହୁନେ ହଂସ ହାନୀ, ଯୋଗ ସାଧିବି କାହା ଘେନି”) ଯେଉଁ
“ଭାତ… ଭାତ…ର ଡାକରା” ବାବଦରେ ପଢ଼ିଥିଲେ, ତାହା ସେହିକାଳରୁ ଆଜିଯାଏ ବି ଶୁଭୁଛି।
(୨)ଆମଦେଶର କେନ୍ଦ୍ରିୟ ସଂସ୍ଥା “ନୀତି ଆୟୋଗ”ର ୨୦୨୩-୨୪ ମସିହାର “କ୍ରମାନ୍ୱୟରେ ବିକାଶ ଲକ୍ଷ- SUSTAINABLE DEVELOPMENT GOAL” ର ଆକଳନ ଅନୁସାରେ,
ଦେଶର ୨୮ଟି ରାଜ୍ୟରୁ, “ଝାଡ଼ଖଣ୍ଡ ରାଜ୍ୟ ୨୭ ନମ୍ବରରେ ରହିଛି।”(ସୁଶାସନ ବାବୁଙ୍କର ଦୀର୍ଘ ବର୍ଷର ରାଜତ୍ଵରେ ରହିଥିବା “ବିହାର ୨୮ ନମ୍ବରରେ”)
ସେହି ଝାଡ଼ଖଣ୍ଡ ରାଜ୍ୟର,ସିମଡେଗା ଜିଲ୍ଲାର ୧୧ ବର୍ଷୀୟା ନାବାଳିକା ସନ୍ତୋଷୀ କୁମାରୀ “ଭାତ… ଭାତ…” ମାଗି ମାଗି ଅନାହାରରେ ମୃତ୍ୟୁବରଣ କରିବାର ଦୁଃଖଦ ଘଟଣା ତା୨୮.୦୯.୨୦୧୭ରିଖରେ ଘଟିଥିଲା।
“ଆଧାର କାର୍ଡ ସହ ରାସନ କାର୍ଡ ସଂଯୋଗ (Link) ହୋଇନଥିବା” ଦର୍ଶାଇ ପରିବାରକୁ କିଛି ମାସ ଧରି ସରକାରୀ ଚାଉଳ ମିଳିନଥିଲା, ଯାହା ଫଳରେ ଏହି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।
କୋଟି କୋଟି ଆଶାୟୀ ଯୁବକ, ଯୁବତୀମାନଙ୍କ ଭିତରୁ ଅତ୍ୟନ୍ତ ମେଧାବୀ,ଜ୍ଞାନୀ କେଇଜଣ ପ୍ରତ୍ୟେକ ବର୍ଷର IAS ପରୀକ୍ଷାରେ କୃତକାର୍ଯ୍ୟ ହୋଉ ଦେଶକୁ ଚଳାଇ ଆସୁଛନ୍ତି। ସେତେବେଳେ, ଏହିଭଳି ଜଣେ ଅତ୍ୟନ୍ତ ମେଧାସମ୍ପନ୍ନ ଯୁବକ ସେଠାର ଜିଲ୍ଲାପାଳ ଥାଇ କହିଥିଲେ ଯେ ” ଶବ ବ୍ୟବଚ୍ଛେଦ ପରେ ଜଣା ପଡିଛି ଯେ ତା ପେଟରେ ଭାତ ଥିଲା, ତେଣୁ ଏହା ଅନାହାର ମୃତ୍ୟୁ ନୁହେଁ।”
“ଏଡ଼େ ବଡ଼ ଜଣେ ଅତ୍ୟନ୍ତ ମେଧାସମ୍ପନ୍ନ ଜିଲ୍ଲାପାଳଙ୍କ କଥାରେ ସେଠାର ତତ୍କାଳୀନ ମହାମହିମ ସରକାର ସମ୍ମତି ପ୍ରଦାନ କରିଥିଲେ, ଅଥବା ସରକାରଙ୍କ ପ୍ରରୋଚନାରେ ସେ ଏଭଳି କହିଥିଲେ”, ତାହା କୌଣସି ସରକାରୀ ନଥିପତ୍ରରେ (RECORDS)ରେ ଲିପିବଦ୍ଧ ନାହିଁ।
(୩)ଏବେ ଆଲୋଚନା ଏହି ଘଟଣାର ପାଖାପାଖି ୦୮ବର୍ଷ ୦୬ ମାସ ପରେ, ଏଇଭଳିଆ ଘଟଣାଟିଏ,ଉପରେ ବର୍ଣ୍ଣିତ “ନୀତି ଆୟୋଗ”ଙ୍କ ଆକଳନରେ ୭ମ ସ୍ଥାନରେ ତଥା ମୋ ମତରେ “ସମ୍ପୂର୍ଣ୍ଣ ରାମରାଜ୍ୟ ପ୍ରଚଳିତ ସମୟରେ” ଗୁଜରାଟରେ ଘଟିଥିଲା।
-ଘଟଣାର ବିବରଣୀ:-
“ଭୋକ’ କେବଳ ଜଣେ ମା’ର ଅପରାଧ
ନୁହେଁ ରାଜ୍ୟ,ରାଷ୍ଟ୍ରର ସାମୂହିକ ବିଫଳତା ।”
୨୦୨୬ ମସିହା ମାର୍ଚ୍ଚ ମାସରେ ଛୋଟିଆ ଝିଅଟିଏ ଭୋକରେ ଆଉଟୁ ପାଉଟୁ ହୋଇ ତା ମା’ଙ୍କୁ (ମା-ସୁରଟ୍ ଅଞ୍ଚଳର ଲକ୍ଷ୍ମୀବେନ୍ ସୋଲାଙ୍କି) ଖାଇବାପାଇଁ ମାଗିଲାବେଳକୁ ମା’ଙ୍କ ପାଖରେ ଖାଇବାକୁ ଦେବାକୁ କିଛି ନଥିଲା।
ସେ ଯାହାକିଛି ଯୋଗାଡ କରିବା ଭିତରେ, ପିଲାଟି ଭୋକର ଜ୍ୱାଳାରେ ବାରମ୍ବାର ଖାଇବାକୁ ମାଗିବାରୁ, ମା ରାଗରେ ତାକୁ ପିଟି ଦେବାରୁ ସେ ମରି ଯାଇଥିଲେ।
ଦେଶର “ପୁଷ୍ଟିକର ସନ୍ତୁଳିତ ଖାଦ୍ୟ ଯୋଗାଣ କାନୁନ-RIGHT TO FOOD” ଚୁଲିକୁ ଯାଉ ପଛେ, ହତ୍ୟା ଘଟଣାରେ ନିଶ୍ଚିତ ଭାବରେ କାନୁନ ତା ବାଟରେ ଯିବା ଦରକାର “, ଏବଂ ପୋଲିସ ତଦନୁସାରେ ସେହି ମହିଳାଙ୍କୁ ବାନ୍ଧି, ମହାମହିମ ବିଚାରପତିଙ୍କ ସମ୍ମୁଖରେ ହାଜର କରାଇବା ପରେ, ମହାମହିମଙ୍କ କର୍ତ୍ତୁକ କାନୁନର ଝାନଭିନ୍ କରାଯାଇ ମହିଳାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା।
ତା୦୭.୦୮.୨୦୨୭ରିଖର ଗୋଟିଏ ଇଗ୍ଲିଶଭାଷାର ଦୈନିକ ସମ୍ବାଦପତ୍ରରେ ପ୍ରକାଶିତ ତଥ୍ୟରୁ ଜଣାପଡିଛି ଯେ,
ଗୁଜରାଟ ହାଇକୋର୍ଟ ଏହି ମହିଳାଙ୍କୁ ଜାମିନ ଦେଇ କହିଛନ୍ତି ଯେ, “ଭୋକର ଯନ୍ତ୍ରଣାରେ ଜଣେ ମା’ ନିଜ ସନ୍ତାନକୁ ହତ୍ୟା କରିବାକୁ ବାଧ୍ୟ ହେଲେ, ତାହାକୁ କେବଳ ବ୍ୟକ୍ତିଗତ ଅପରାଧ ବୋଲି ଦେଖାଯାଇପାରିବ ନାହିଁ। ଏହା ରାଜ୍ୟ ଓ ସମାଜର ସାମୂହିକ ବିଫଳତାର ପ୍ରତିଫଳନ। ପ୍ରତ୍ୟେକ ମଣିଷଙ୍କର ଖାଦ୍ୟ, ଆଶ୍ରୟ ଓ ସ୍ୱାସ୍ଥ୍ୟ ପରି ମୌଳିକ ଅଧିକାର ରହିଛି। ଯେତେବେଳେ ଭୋକ ଜଣେ ମା’ଙ୍କୁ ଏପରି ଚରମ ପଦକ୍ଷେପ ନେବାକୁ ବାଧ୍ୟ କରେ, ସେତେବେଳେ ତାହା ସମାଜ କଲ୍ୟାଣ ବ୍ୟବସ୍ଥାର ଗୁରୁତର ଦୁର୍ବଳତାକୁ ପ୍ରକାଶ କରେ। ଭୋକ କେବଳ ଅର୍ଥନୈତିକ ସମସ୍ୟା ନୁହେଁ, ଏହା ମାନବୀୟ ମର୍ଯ୍ୟାଦା ଓ ସାମାଜିକ ନ୍ୟାୟର ପ୍ରଶ୍ନ ମଧ୍ୟ।”
( ୪)ଆମେ, ଓଡ଼ିଶାର”ନଅଙ୍କ ଦୁର୍ଭିକ୍ଷ” ଉପରେ ଆଧାରିତ,
ଶ୍ରୀ କାହ୍ନୁ ଚରଣ ମହାନ୍ତିଙ୍କ ” ହା ଅନ୍ନ ବହିରେ” (ହେ ଭାତ-“ଅନ୍ନ ବିହୁନେ ହଂସ ହାନୀ, ଯୋଗ ସାଧିବି କାହା ଘେନି”) ଯେଉଁ “ଭାତ… ଭାତ…”ର ଡାକରା ବାବଦରେ ପଢ଼ିଥିଲେ, ତାହା ସେହିକାଳରୁ ଆଜିଯାଏ ବି ଶୁଭୁଛି, କିନ୍ତୁ, ରକ୍ଷା ହୋଇଛି ଯେ “ଆମ ଯଶସ୍ୱୀ ବିଶ୍ଵଗୁଋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ୮୦+କୋଟି ଲୋକଙ୍କ ପାଇଁ, ପ୍ରତ୍ୟେକଙ୍କୁ ମାସିକ ୦୫ କିଲୋ ମାଗଣା ଚାଉଳ/ଗହମ ଇତ୍ୟାଦି ବଣ୍ଟନ ଯୋଜନା ଯୋଗୁ ଦେଶରେ ନଅଙ୍କ ଦୁର୍ଭିକ୍ଷ ସମୟର ପରିସ୍ଥିତି ସୃଷ୍ଟି ସୋଇନାହିଁ।”
(୧୯୩୩ ମସିହାରେ ପ୍ରକାଶିତ ଶ୍ରୀ କାହ୍ନୁ ଚରଣ ମହାନ୍ତିଙ୍କ ଚର୍ଚ୍ଚିତ ଉପନ୍ୟାସ ‘ହା ଅନ୍ନ ଉପନ୍ୟାସ’, ୧୮୬୬ ମସିହାର ଭୟାବହ ନଅଙ୍କ ଦୁର୍ଭିକ୍ଷର କରୁଣ ଓ କଟାଳ ରୂପ ଉପରେ ହିଁ ସମ୍ପୂର୍ଣ୍ଣ ଭାବେ ଆଧାରିତ।
ଏହି ଉପନ୍ୟାସଟିର କିଛି ମୁଖ୍ୟ ଦିଗ:-
(କ)ଦୁର୍ଭିକ୍ଷର ନଗ୍ନ ରୂପ: ଅନ୍ନ ବିନା ମଣିଷ କିପରି ସ୍ୱାଭିମାନ, ବିବେକ, ନୈତିକତା ଓ ପାରିବାରିକ ସମ୍ପର୍କକୁ ଭୁଲି କେବଳ ପେଟର ଭୋକରୂ ରକ୍ଷା ପାଇବା ପାଇଁ ସଂଘର୍ଷ କରେ, ତାହାର ନିଖୁଣ ଓ ମର୍ମସ୍ପର୍ଶୀ ଚିତ୍ର ଏଥିରେ ବର୍ଣ୍ଣିତ।
(ଖ)ମାନବିକ ସମ୍ବେଦନା: କ୍ଷୁଧାର ତାଡ଼ନାରେ ବାପ-ପୁଅ, ମାଆ-ଛୁଆଙ୍କ ସମ୍ପର୍କ କିପରି ଛିନ୍ନଛତ୍ର ହୋଇଯାଏ ଏବଂ ମାଆ ଆପଣା ସନ୍ତାନକୁ ଛାଡ଼ିବାକୁ ବାଧ୍ୟ ହୁଏ, ତାହା ଅତ୍ୟନ୍ତ କାରୁଣ୍ୟର ସହ ଲେଖକ ଉପସ୍ଥାପନ କରିଛନ୍ତି।
(ଗ)ସାମାଜିକ ଓ ଐତିହାସିକ ଆଲେଖ୍ୟ: ନଅଙ୍କ ଦୁର୍ଭିକ୍ଷ ସମୟରେ ଓଡ଼ିଶାର ଗ୍ରାମୀଣ ଜୀବନ, ଶାସନତନ୍ତ୍ରର ଅବହେଳା ଏବଂ ସାଧାରଣ ଲୋକଙ୍କ ସାମାଜିକ-ଆର୍ଥିକ ବିପର୍ଯ୍ୟୟର ଏହା ଏକ ଜୀବନ୍ତ ଦଲିଲ।)
(୫) ଆଇଏଏସ୍ ଅଧିକାରୀମାନଙ୍କ ଭଳି, ମହାମହିମ ବିଚାରପତିଗଣ ବି ଅତ୍ୟନ୍ତ ମେଧାସମ୍ପନ୍ନ ତଥା ବିଚକ୍ଷଣ ହୋଇଥିବାରୁ ତ, “ଦେଶର ବାବୁତନ୍ତ୍ର (Bureaucracy) ଏବଂ ନ୍ୟାୟପାଳିକାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ, ଶାସକଗଣ (ଆମ ସାମ୍ବିଧାନିକ ତଥା ଗଣତାନ୍ତ୍ରିକ ବ୍ୟବସ୍ଥାର ଯଥାକ୍ରମେ ‘ ଦ୍ୱିତୀୟ , ତୃତୀୟ ଓ ପ୍ରଥମ ଖୁଣ୍ଟଗୁଡିକ)ଏହି ଦେଶଟିକୁ ଉନ୍ନତିର ଏଭଳି ଚରମ ସୋପାନରେ ପହଞ୍ଚାଇଥିବା ହିଁ ଆମମାନଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ।”

Leave a Reply

Your email address will not be published. Required fields are marked *