କଟୁ ସତ୍ୟ
ଜୀବନ ଥିବା ବେଳେ କେହି ଦେଖିବାକୁ ଆସନ୍ତି ନାହିଁ, ମରିଗଲା ପରେ ଲୋକେ କୋକେଇ ଉଠାଇ ଦେଖନ୍ତି!
ମଣିଷର ଭଲ କଲେ ସବୁ ଲୋକ ନୀରବ ରହନ୍ତି। ଯଦି ତାଙ୍କ ବିଷୟରେ ସାମାନ୍ଯ ଖରାପ କଥା ଆସେ, ତେବେ ଗୁଙ୍ଗା ମଣିଷ ମଧ୍ୟ କହିବାକୁ ଆରମ୍ଭ କରିଦିଏ!
ମୂର୍ତ୍ତିକାର ମୂର୍ତ୍ତି ଟିଏ ତିଆରି କଲେ, ଲୋକେ ତାକୁ ପୂଜା କରନ୍ତି;
ଭଗବାନ୍ ସ୍ବୟଂ ମଣିଷକୁ ସୃଷ୍ଟି କରଛନ୍ତି,
କିନ୍ତୁ ସେମାନେ ପରସ୍ପର ଭିତରେ ଝଗଡ଼ା କରିଥାନ୍ତି!
ସଂସାର ରେ ମୃତ ଲୋକଙ୍କୁ କାନ୍ଧ ଦେବା ପାଇଁ ଭିଡ଼ ଲାଗିଯାଏ,
କିନ୍ତୁ ଜୀବିତ ମଣିଷକୁ ସହାରା ଦେବାକୁ
କେହି ଆଗକୁ ଆସନ୍ତି ନାହିଁ!
ଏହି ସଂସାର ବଜାରରେ ମଣିଷ ତ ଅନେକ ଅଛନ୍ତି, କିନ୍ତୁ ମାନବତା କେଉଁଠି ନା କେଉଁଠି ହଜିଯାଇଛି!
ଶାଶ୍ୱତଜ୍ଞାନ
ମନୁଷ୍ୟକୁ କେବଳ ଭଗବାନଙ୍କ ବିଶ୍ୱାସ କରିବା ଉଚିତ। ଯଦି ସେ ସଂସାର କୁ ବିଶ୍ୱାସ ଓ ଭଗବାନ ଙ୍କ ଉପରେ ବିବେକ ଲଗାଇବେ, ତେବେ ସେ ନାସ୍ତିକ ହୋଇଯିବେ।
ସାଧକକୁ ପ୍ରଥମେ ଭଗବାନ ଦୂର ବୋଲି ଦେଖାଯାଆନ୍ତି, ପରେ ନିକଟରେ ଦେଖାଯାଆନ୍ତି, ପରେ ନିଜ ମନରେ ଦେଖାଯାଆନ୍ତି ଏବଂ ଶେଷରେ କେବଳ ଭଗବାନ ହିଁ ସବୁଠାରେ ଦେଖାଯାଆନ୍ତି।
ପରମାତ୍ମାଙ୍କ ଭିତରେ ଜୀବ ଅଛି ଏବଂ ଜୀବ ଭିତରେ ଜଗତ ଅଛି। ତେଣୁ ପରମାତ୍ମାଙ୍କର ସ୍ୱତନ୍ତ୍ର ସତ୍ତା ଅଛି, କିନ୍ତୁ ଜୀବ ଓ ଜଗତର କୌଣସି ସ୍ୱତନ୍ତ୍ର ସତ୍ତା ନାହିଁ।
ସମ୍ପୂର୍ଣ୍ଣ ଦେଶ, କାଳ, କ୍ରିୟା, ବସ୍ତୁ, ବ୍ୟକ୍ତି, ଅବସ୍ଥା, ପରିସ୍ଥିତି ଓ ଘଟଣା ଆଦିର ଅଭାବ ହେଲେ ଯାହା ଅବଶିଷ୍ଟ ରହେ, ସେଇଟି ପରମାତ୍ମା ତତ୍ତ୍ୱ।
ମୃତ୍ୟୁ ଓ ଅମରତା
ଶରୀର ଓ ସଂସାର ସହିତ ସମ୍ପର୍କ କାରଣ ରୁ ମୃତ୍ୟୁର ଅନୁଭବ ହୁଏ ଏବଂ ଭଗବାନଙ୍କ ସହିତ ସମ୍ପର୍କ ରୁ ଅମରତା ର ଅନୁଭବ ହୁଏ।
ନିଜ ପାଇଁ କର୍ମ କରିବାରୁ ପ୍ରଥମେ କର୍ମ ସହିତ ଏବଂ ପରେ ଫଳ ସହିତ ସମ୍ପର୍କ ଜୋଡ଼ି ହୋଇଯାଏ। କର୍ମ ଓ ଫଳ ଦୁହେଁ ଉତ୍ପନ୍ନ ହୋଇ ନଷ୍ଟ ହୋଇଯାନ୍ତି, କିନ୍ତୁ ଅନ୍ତଃକରଣରେ ଯେଉଁ ଆସକ୍ତି ରହିଯାଏ ତାହା ପୁଣି ପୁଣି ଜନ୍ମ-ମୃତ୍ୟୁର କାରଣ ହୁଏ।
ଶରୀରକୁ “ମୁଁ” ଓ “ମୋର” ବୋଲି ମାନିବା ପ୍ରମାଦ ଅଟେ ଏବଂ ଏହି ପ୍ରମାଦ ହିଁ ମୃତ୍ୟୁ।
କୌଣସି କାମ ହେବ କି ହେବନି—ଏହା ଅନିଶ୍ଚିତ, କିନ୍ତୁ ମୃତ୍ୟୁ ସମ୍ପୂର୍ଣ୍ଣ ନିଶ୍ଚିତ।
ଯେପରି ଶରୀର ପାଇଁ ମୃତ୍ୟୁ ସହଜ, ସେହିପରି ନିଜର ସତ୍ୟ ସ୍ୱରୂପ ପାଇଁ ଅମରତା ମଧ୍ୟ ସହଜ।।
















Leave a Reply