Spread the love

ନିର୍ମାଣଶ୍ରମିକ ସହାୟତାପ୍ରଦାନ ରେ ବ୍ୟାପକ ଜାଲିଆତି କୁ ନେଇ, ଯାଜପୁରଜିଲ୍ଲା ଶ୍ରମକାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା, ————–

ବ୍ୟାସନଗର ଆଜି ତା ୧୮, ୯, ୨୦୨୬ ରିଖ (ଦର୍ଶନ ସମୀକ୍ଷା)

ଯାଜପୁରଜିଲ୍ଲା ଶ୍ରମକାର୍ଯ୍ୟାଳୟ ରେ ବ୍ୟାପକ ଦୁର୍ନୀତି ଓ ସହାୟତା ରାଶି ପ୍ରଦାନ ରେ ଅନିୟମିତତା ପ୍ରତିବାଦ କରି ଶତାଧିକ ନିର୍ମାଣ ଶ୍ରମିକ ହିତାଧିକାରୀ ତୁରନ୍ତ ଅର୍ଥପ୍ରଦାନ ଦାବିରେ ଗଣଧାରଣା ଦେଇଥିଲେ, ଏହାକୁ ସମର୍ଥନ କରି ନିଖିଳ ଉତ୍କଳ ନିର୍ମାଣ ଶ୍ରମିକ ସଂଘ ସଭାପତି ତଥା ଓ, ଜେ ସି ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି ଧାରଣା ସ୍ଥଳରେ ପହଂଚିଥିଲେ ଓ ଆୟୋଜିତ ପ୍ରତିବାଦ ସଭାରେ ଭାଷଣ ଦେଇ ଏହି ଶ୍ରମକାର୍ଯ୍ୟାଳୟ ଦଲାଲ ଓ ମାଲିକ ମାନଙ୍କ ହାତରେ ପରିଚାଳିତ ହେବାଦ୍ୱାରା ବହୁ ଶ୍ରମିକ ସାମାଜିକସୁରକ୍ଷା ରୁ ବଂଚିତହେଉଛନ୍ତି, ଅନେକ ଅଣଶ୍ରମିକ ଅଧିକାରୀମାନଙ୍କୁ ଲାଞ୍ଚ ଦେଇ ନିଜର ନାମ ପଞ୍ଜିକୃତ କରିବା ଘଟଣା କୁ ଶ୍ରୀ ମହାନ୍ତି ଦୃଢ଼ ନିନ୍ଦା କରିଥିଲେ, ପରିସ୍ଥିତି ଉତ୍ତଜନାପୂର୍ଣ୍ଣ ହେବାରୁ ଜିଲ୍ଲାଶ୍ରମଅଧିକାରୀ ସୁଧୀର ସାହୁ ଓ ଅହକାରୀ ଶ୍ରମଅଧିକାରୀ ଅଭିଜିତ ପ୍ରଧାନ ଧାରଣା କାରିଙ୍କ ସହି ଆଲୋଚନା କରି ଆସନ୍ତା ମାସରେ ଦରଖାସ୍ତ କାରୀକୁ ସହାୟତାପ୍ରଦାନ କରାଯିବ ସହ, କୋରାଇ ଓ ବ୍ୟାସନଗର ପାଇଁ ଶ୍ରୀ ପ୍ରଧାନ ନିଯୁକ୍ତ ଅଛନ୍ତି ବୋଲି ଘୋଷଣା କରିଥିଲେ, ଏହି ଆଲୋଚନା ରେ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଧର ଯେନା, ଅଭିମନ୍ୟୁ ପାତ୍ର, ମଦନ ସାହୁ,ପ୍ରଶାନ୍ତ ଜେନା ଶତ୍ରୁଘନ ମଲିକ, ଲଷ୍ମୀଧର ପାତ୍ର ରାକେଶ କୁମାର ଓ ପ୍ରଦୀପ ସେଠି ପ୍ରମୁଖ ଅଂଶଗ୍ରହଣ କରିଥିଲେ