ପୁରାଣ ଅନୁସାରେ ନଡ଼ିଆକୁ ଶ୍ରୀଫଳ କାହିଁକି କୁହାଯାଏ ? 🌴
ଦୁନିଆର ପ୍ରତ୍ୟେକ ଶୁଭ କାର୍ଯ୍ୟରେ ବ୍ୟବହୃତ ହେଉଥିବା ନଡ଼ିଆରେ ମଣିଷ ମୁହଁ ପରି ଦୁଇଟି ଆଖି, ଗୋଟିଏ ମୁହଁ ଏବଂ ଜଟା ପରି କାହିଁକି ଥାଏ… କେବେ ଭାବିଛନ୍ତି କି ? ଏହା ପଛରେ ରହିଛି ଏକ ଅଦ୍ଭୁତ ପୁରାଣ କଥା…
ଏହି କାହାଣୀ ଆରମ୍ଭ ହୁଏ ଇକ୍ଷ୍ୱାକୁ ବଂଶର ପ୍ରତାପୀ ରାଜା ତ୍ରିଶଙ୍କୁଙ୍କୁ ନେଇ। ସେ ଜଣେ ଶକ୍ତିଶାଳୀ ରାଜା ଥିଲେ, କିନ୍ତୁ ତାଙ୍କର ଏକ ଅଜବ ଇଚ୍ଛା ଥିଲା। ସେ ମୃତ୍ୟୁକୁ ଭୟ କରୁଥିଲେ ଏବଂ ଚାହୁଁଥିଲେ ଯେ, ସଶରୀର ସହିତ ସେ ସ୍ୱର୍ଗକୁ ଯିବେ।
ପ୍ରଥମେ ସେ ଗୁରୁ ବଶିଷ୍ଠଙ୍କ ପାଖକୁ ଗଲେ। କିନ୍ତୁ ବଶିଷ୍ଠ କହିଲେ —
“ଏହା ପ୍ରକୃତିର ନିୟମ ବିରୋଧୀ।”
କିନ୍ତୁ ତ୍ରିଶଙ୍କୁ ହାର ମାନିଲେ ନାହିଁ। ସେ ମହର୍ଷି ବିଶ୍ୱାମିତ୍ରଙ୍କ ପାଖକୁ ପହଞ୍ଚିଲେ, ଯିଏ ସେତେବେଳେ ବଶିଷ୍ଠଙ୍କ ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦୀ ଥିଲେ।
ଅହଂକାରରେ ବିଶ୍ୱାମିତ୍ର କହିଲେ —
“ମୁଁ ତୁମକୁ ଏହି ଶରୀର ସହିତ ସ୍ୱର୍ଗକୁ ପଠାଇବି।”
ଭୟଙ୍କର ଯଜ୍ଞ ଆରମ୍ଭ ହେଲା। ମନ୍ତ୍ର ଶକ୍ତିରେ ତ୍ରିଶଙ୍କୁଙ୍କ ଶରୀର ଧୀରେ ଧୀରେ ଆକାଶକୁ ଉଠିବାକୁ ଲାଗିଲା ଏବଂ ସେ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ପହଞ୍ଚିଗଲେ।
କିନ୍ତୁ ସେଠାରେ ଦେବରାଜ ଇନ୍ଦ୍ର କ୍ରୋଧିତ ହୋଇ କହିଲେ —
“ମୂର୍ଖ ! ମାଟିର ଶରୀର ସ୍ୱର୍ଗକୁ ଆସିପାରିବ ନାହିଁ।”
ଏହା କହି ସେ ତ୍ରିଶଙ୍କୁଙ୍କୁ ଧକ୍କା ଦେଇ ତଳକୁ ଫିଙ୍ଗିଦେଲେ।
ତ୍ରିଶଙ୍କୁ ମୁଣ୍ଡ ତଳେ କରି ତଳକୁ ପଡ଼ୁଥିବା ବେଳେ ଚିତ୍କାର କଲେ —
“ମହର୍ଷି… ବଞ୍ଚାନ୍ତୁ !”
ତାପରେ ବିଶ୍ୱାମିତ୍ର ନିଜ ତପସ୍ୟାର ସମସ୍ତ ଶକ୍ତି ଲଗାଇ କହିଲେ —
“ରହିଯାଅ !”
ତ୍ରିଶଙ୍କୁ ଆକାଶ ମଝିରେ ଅଟକିଗଲେ। ନା ସେ ପୃଥିବୀରେ ରହିଲେ… ନା ସ୍ୱର୍ଗରେ।
ବିଶ୍ୱାମିତ୍ରଙ୍କ କ୍ରୋଧ ସପ୍ତମ ଆକାଶକୁ ପହଞ୍ଚିଗଲା। ସେ ଦେବତାମାନଙ୍କୁ ଚ୍ୟାଲେଞ୍ଜ କରି ଏକ ନୂତନ ସ୍ୱର୍ଗ ଏବଂ ଏକ ନୂତନ ସୃଷ୍ଟି ତିଆରି କରିବାକୁ ଲାଗିଲେ।
ତ୍ରିଶଙ୍କୁଙ୍କ ଶରୀରକୁ ସହାରା ଦେବା ପାଇଁ ସେ ଏକ ଖମ୍ବ ତିଆରି କଲେ।
ଦେବତାମାନେ ଭୟଭୀତ ହୋଇ ବିଶ୍ୱାମିତ୍ରଙ୍କ ସହ ସମ୍ମତି ପ୍ରଦାନ କଲେ। ନିଷ୍ପତ୍ତି ହେଲା ଯେ ତ୍ରିଶଙ୍କୁ ଆକାଶର ମଝିରେ ରହିବେ।
କିନ୍ତୁ ବିଶ୍ୱାମିତ୍ର ଯେଉଁ ନୂତନ ସ୍ୱର୍ଗ ତିଆରି କରୁଥିଲେ, ତାହାକୁ ପ୍ରକୃତିରେ ବିଲୀନ କରିବାକୁ ପଡ଼ିଲା।
କୁହାଯାଏ —
ସେହି ଖମ୍ବଟି ନଡ଼ିଆ ଗଛରେ ପରିଣତ ହେଲା ଏବଂ ତ୍ରିଶଙ୍କୁଙ୍କ ମୁଣ୍ଡ ନଡ଼ିଆ ଫଳରେ ପରିଣତ ହେଲା।
ସେଥିପାଇଁ ନଡ଼ିଆରେ ଦୁଇଟି ଆଖି, ଗୋଟିଏ ମୁହଁ ଏବଂ ଉପରେ ଥିବା ଜଟ ଗୁଡ଼ିକ ତାଙ୍କର କେଶକୁ ପ୍ରତୀକ କରେ।
ଏହି କାହାଣୀ ଆମକୁ ଏକ ଗଭୀର ଶିକ୍ଷା ଦେଇଥାଏ…
ତ୍ରିଶଙ୍କୁଙ୍କ ପରି ଅତ୍ୟଧିକ ଅଭିମାନ ଏବଂ ଅନ୍ଧ ଆକାଂକ୍ଷା ମଣିଷକୁ କେଉଁଠି ରଖେନାହିଁ। ମଣିଷ ମଝିରେ ଅଟକିଯାଏ।
ନଡ଼ିଆ ଭାଙ୍ଗିବା ବାର ପ୍ରକୃତ ଅର୍ଥ ହେଉଛି —
ନିଜର ଅହଂକାରକୁ ଭାଙ୍ଗିବା। ଅର୍ଥାତ୍ ଯେଉଁ ପର୍ଯ୍ୟନ୍ତ ନଡ଼ିଆର କଠିନ ଉପରି ଭାଗ ଭାଙ୍ଗିବ ନାହିଁ, ସେପର୍ଯ୍ୟନ୍ତ ଭିତରର ମିଠା ଜଳ ମିଳିବ ନାହିଁ।
ନଡ଼ିଆର କଠିନ ପରତ ହେଉଛି ଅହଂକାର…ଏବଂ ଭିତରର ମିଠା ଜଳ ହେଉଛି ଆତ୍ମାର ପବିତ୍ରତା।
ସେଥିପାଇଁ ପ୍ରତ୍ୟେକ ପୂଜାରେ ନଡ଼ିଆକୁ ଏହି ଭାବନାକୁ ହୃଦୟ ମଧ୍ୟରେ ରଖି ଭଗବାନଙ୍କୁ ଏହି ଭକ୍ତି ଅର୍ପଣ କରାଯାଏ ଏବଂ
ଏହାକୁ “ଶ୍ରୀଫଳ” ବୋଲି ଅର୍ପଣ କରାଯାଏ।
ଜୟ ଜଗନ୍ନାଥ 🙏
















Leave a Reply