ସ୍ୱାଧୀନତାସଂଗ୍ରାମୀ ଡଫନିପାଳ ଙ୍କ ୪୬ତମ ଶ୍ରଦ୍ଧାବାର୍ଷିକୀ ପାଳନ
ବ୍ୟାସନଗର (ଦର୍ଶନ ସମୀକ୍ଷା)
ଆଜି ତା ୬, ୬, ୨୦୨୬ ରିଖ ସ୍ଥାନୀୟ ରୟାଲ କଳିଙ୍ଗ ଠାରେ ଡକ୍ଟର ଫନିପାଳ ସ୍ମୃତିସଂସଦ ପକ୍ଷରୁ ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଡାକ୍ତର ଫନିପାଳ ଙ୍କ ୪୬ ତମ ଶ୍ରଦ୍ଧାବାର୍ଷିକୀ ସଂସଦ ର ସଭାପତି ବିଦ୍ୟାଧର ମହାନ୍ତି ଅଧକ୍ଷତାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଇସକପ ର ସର୍ବଭାରତୀୟ ସମ୍ପାଦକ ବିଶିଷ୍ଠ ବାମପନ୍ଥୀ ନେତା ବିଜୟ କୁମାର ପଢ଼ିଆରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେକି ଡ଼କ୍ଟର ଫନିପାଳ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ କିମ୍ବା ପେସାରେ ଜଣେ ସାଧାରଣ ଡାକ୍ତର ନଥିଲେ ସେ ଜଣେ ଆଜୀବନ ବ୍ରହ୍ମଚାରୀ ଓ ବାମପନ୍ଥୀ ଚିନ୍ତାଧାରା ରେ ପରିଚିତ କେବଳ ଯାଜପୁର ନୁହେଁ,

ଢେଙ୍କାନାଳ, କେନ୍ଦୁଝର, ଓ ବାଲେଶ୍ୱର ଜିଲ୍ଲା ରେ ବିଭିନ୍ନ ଅଚଳ ରେ ଥିବା ଦଳିତ ନିଷ୍ପେତିତ ମଣିଷ ଙ୍କ ସାମାଜିକସୁରକ୍ଷା ଓ ସେମାନଙ୍କ ମୌଳିକ ଅଧିକାର ପାଇଁ ବ୍ରିଟିଶ ସବ୍ରାଜ୍ୟବାଦ ବିରୋଧରେ ଲଢେ଼ଇ କରି ବହୁସମୟ ରେ କାରାବରଣ କରିଥିଲେ। ଏବେବି ରାଜ୍ୟ ର ବହୁ ଜିଲ୍ଲା ଓ ଅଞ୍ଚଳବାସୀ ସେଭଳି ଜଣେ ଯୋଗଜନ୍ମା ବ୍ୟକ୍ତି ଙ୍କୁ ସ୍ମରଣ କରି ଅନେକ ଅନୁଷ୍ଠାନ ତାଙ୍କର ଆଦର୍ଶ ଓ ଦର୍ଶନ କୁ ଉଦ୍ଜୀବିତ କରୁଛନ୍ତି ବୋଲି ଶ୍ରୀ ପଢ଼ିଆରୀ ପ୍ରକାଶ କରିଥିଲେ, ସଭାର ପ୍ରାରମ୍ଭ ରେ ଅଧ୍ୟାପିକା ମମତା ମୟୀ ଦାଶ ମଞ୍ଚ ନିମଂତ୍ରଣ କରିବା ପରେ ସଂସଦ ର ସାଧାରଣ ସମ୍ପାଦକ ଡାକ୍ତର ମଦନ ଜେନା ଏକ ରିପୋର୍ଟ ପାଠ କରିବା ପରେ ମୁଖ୍ୟଉପଦେଷ୍ଟା ପ୍ରଫେସର ଦୁଷ୍ମନ୍ତ କୁମାର ନାୟକ ଫନିପାଳ ଙ୍କ ଜୀବନୀ ଓ ଗଡଜାତ ଆନ୍ଦୋଳନ ତଥା ରାଜାମାନଙ୍କ ହାତପାଣ୍ଠି ଉଛେଦ ସମ୍ପର୍କ ର ତାଙ୍କର ଲେଖା ପାଠ କରିଥିଲେ,

ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେସଂସଦ ର ଉପସଭାପତି ପ୍ରଫୁଲ୍ଲ ନାୟକ,ଯାଜପୁର ଜିଲ୍ଲା ଟାକ୍ସବାର ଆସୋସନ ସଭାପତି ଆଇନଜୀବି ବିବେକାନନ୍ଦ ମହାନ୍ତି, ବିଶିଷ୍ଠ ଶିକ୍ଷାବିତ୍ ମୋହନ ଚରଣ ଖୁଣ୍ଟିଆ, ଦିଗନ୍ତ ରାଉତ, ରଞ୍ଜନ କୁମାର ସାହୁ ଅଶୋକ କୁମାର ବୋଷ, ଅଶ୍ୱିନୀ କୁମାର ଦାସ, ଆଇନଜୀବି ଆ ଭାମାୟୀ ମହାନ୍ତି, ସଦାଶିବ ଦାସ, ଦେବେନ୍ଦ୍ର ପାତ୍ର ସଂଗ୍ରାମ ଜେନା ଓ ମଧୁସୂଦନ ମହାପାତ୍ର, ନବଘନ ସ୍ୱାଇଁ ମହେଶ୍ୱର ନାୟକ ପ୍ରମୁଖ ସୃତି ଚରଣ କରିଥିଲେ, ସଂସଦ ପକ୍ଷରୁ ଡ଼କ୍ଟର ପଦ୍ମନାଭ ମଲ୍ଲ, ଡ଼କ୍ଟର ଲଳିତା ରାଉତ ଓ ଆଶିଷ କୁମାର ରାୟ ଶିଶିଷ୍ଠ ଶିକ୍ଷାବିତ୍ ଓ ଯୁବ ସମାଜସେବୀ ସୌମ୍ୟଜିତ ଜେନା, ପ୍ରବୀର କୁମାର ରାଉତ ଙ୍କୁ ସମ୍ବର୍ଦ୍ଧିତ ପ୍ରତିଭା ଭାବେ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା, ଏହି କାଯ୍ୟକ୍ରମ କୁ ଅଧ୍ୟାପିକା ବନିତା ସ୍ୱାଇଁ ଓ ଶିଶିର କୁମାର ନାୟକ ଚିତ୍ତରଞ୍ଜନ ବଳ ପରିଚାଳନା କରିଥିଲେ।











Leave a Reply