ଅବଦୁଲ କଲାମ ଚାରିଟେବଲ ଟ୍ରଷ୍ଟ ‘ପ୍ରକୃତି ମିତ୍ର’ ସମ୍ମାନ ପୁରସ୍କାରରେ ସମ୍ବର୍ଦ୍ଧିତ
ଖଲ୍ଲିକୋଟ : (ଦର୍ଶନ ସମୀକ୍ଷା)
ଡକ୍ଟର ଏ .ପି.ଜେ. ଅବଦୁଲ କଲାମ୍ ଜନକଲ୍ୟାଣ ଚାରି ଟେବୁଲ୍ ଟ୍ରଷ୍ଟ ‘ପ୍ରକୃତି ସଂରକ୍ଷଣ ପରିବେଶ ସୁରକ୍ଷା’ ଉପରେ ସବିଶେଷ ଅବଦାନ ପାଇଁ ବିଶ୍ୱ ପରିବେଶ ଦିବସ ଅବସରରେ ‘ପ୍ରକୃତି ମିତ୍ର’ ସମ୍ମାନ ସହିତ ପୁରସ୍କାର ରାଶି ଲାଭ କରିଅଛି । ବ୍ରହ୍ମପୁର ସ୍ଥିତ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟ ତରଫରୁ ଆୟୋଜିତ ଉତ୍ସବରେ ଜିଲ୍ଲା ବନାଞ୍ଚଳ ଅଧିକାରୀ ସୋନି ଶେଖର, ଉତ୍ତରାଞ୍ଚଳ ବନ ବିଭାଗ ଅଧିକାରୀ ହିମାଂଶୁ ଶେଖରଙ୍କ ଠାରୁ ଟ୍ରଷ୍ଟର କୋଷାଧ୍ୟକ୍ଷ ତଥା ଶିକ୍ଷକ ମହାଦେବ ମଲ୍ଲିକ ମାନପତ୍ର ସହିତ କୋଡ଼ିଏ ହଜାର ଟଙ୍କା ପୁରସ୍କାର ରାଶି ଗ୍ରହଣ କରିଥିଲେ ।
ଟ୍ରଷ୍ଟର ଅଧ୍ୟକ୍ଷ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେରା ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦାନ କରିଥିଲେ । ଆୟୋଜିତ ଉତ୍ସବରେ ବିଜେପି ଜିଲ୍ଲା ସଭାପତି ସରୋଜ ସାବତ, ‘ପ୍ରକୃତି ମିତ୍ର’ ପୁରସ୍କାରପ୍ରାପ୍ତ ଶିକ୍ଷକ ମହାଦେବ ମଲ୍ଲିକ ଉପସ୍ଥିତ ଥିଲେ । ଏହି ଖବରକୁ ନେଇ ସମଗ୍ର ଜିଲ୍ଲାରେ ବିଭିନ୍ନ ମହଲରେ ଆନନ୍ଦ ଉଲ୍ଲାସ ପ୍ରକାଶ ପାଇଛି । ଆଜି ଅନୁଷ୍ଠିତ ଉତ୍ସବରେ ବହୁ ଶୁଭେଚ୍ଛୁ ଶୁଭେଚ୍ଛା ଶୁଭକାମନା ଜଣାଇଛନ୍ତି । ଶୁଭେଚ୍ଛୁଙ୍କ ମଧ୍ୟରେ ଟ୍ରଷ୍ଟର ସମ୍ପାଦକ ପଞ୍ଚାନନ ସୁର, ଜ୍ୟୋତ୍ସ୍ନାରାଣୀ ପ୍ରଧାନ, ତପନ ଜ୍ୟୋତି ପଣ୍ଡା, ସୁଶାନ୍ତ କୁମାର ଗୌଡ, ଆଶାରାଣୀ ପଣ୍ଡା, ଲକ୍ଷ୍ମୀ ଦାସ, ସୁପ୍ରଭା ରାଉତ, ବିଦ୍ୟୁତ୍ ପ୍ରଭା ଦାଶ, ପ୍ରଭାତୀ କୁମାରୀ ଦାସ ପ୍ରମୁଖ କୃତଜ୍ଞତା ସହିତ ଶୁଭେଚ୍ଛା ଜଣାଇଥିଲେ ।












Leave a Reply