Spread the love

ଗୁରୁବାଣୀ

✍️କେଉଁ ଜନ୍ମରେ କିଏ କାହାର ପିତା, ମାତା, ଭାଇ ବନ୍ଧୁ ହୋଇଥିଲେ କେହି କହି ପାରିବେ ନାହିଁ। ଏମିତି ବି ପରିସ୍ଥିତି ଆସେ ଏହି ଜନ୍ମରେ ଆମେ ଆମର ଏକାନ୍ତ ଆତ୍ମୀୟ ମାନଙ୍କ ଠାରୁ ଅଲଗା ହୋଇଯାଉ। ତେଣୁ ଆମର ସମସ୍ତଙ୍କର ଆତ୍ମୀୟ ପରମାତ୍ମା ପରମେଶ୍ବରଙ୍କ ଠାରେ ନିବିଡ ସମ୍ବନ୍ଧ ରଖିବା ଏକ ଜ୍ଞନୀ ପୁରୁଷର କର୍ତ୍ତବ୍ୟ।

➡️ କେବଳ କର୍ଣ୍ଣ କାହିଁକି ଆମେ ନିଜକୁ ଜାଣିବା ଦରକାର ଯେ ଆମ ମଧ୍ୟରେ ସେହି ସର୍ବଶ୍ରେଷ୍ଠ ପରମ ତେଜସ୍ଵୀ ସୂର୍ଯ୍ୟ ଦେବଙ୍କର ତେଜ, ଆଭା, ଶକ୍ତି ପ୍ରତି ରକ୍ତ କଣିକାକୁ ତେଜୋଦୀପ୍ତ କରୁଛି।

➡️ ଅଧର୍ମ, ଦୂରାଚାର, ଦୁଷ୍କର୍ମ ହୁଏତ ସମାଜର ଚକ୍ଷୁରେ ଲୁଚିରହି ଯିବ କିନ୍ତୁ ନିଜେ ନିଜକୁ ଏବଂ ଅନ୍ତର୍ଯ୍ୟାମୀ ଭଗବାନଙ୍କ ଦୃଷ୍ଟିରୁ ଲୁଚାଇ ପାରିବ ନାହିଁ।

➡️ ଦୂରାଚାର ଏମିତି ଏକ ଶିଙ୍କୁଳି ଯାହାର ବନ୍ଧନରେ ଥରେ ପଡିଗଲେ ଜୀବନସାରା କେବଳ ପଶ୍ଚାସ୍ତାପ ଏବଂ ଅନୁଶୋଚନା ରହିଯାଏ।

➡️ ଧର୍ମ ଯୁଦ୍ଧରେ ବନ୍ଧୁ ବାନ୍ଧବ ଆତ୍ମୀୟ ସହୋଦର ସମସ୍ତେ ଏକ ଅସମଞସ୍ୟର କାରଣ ହୁଅନ୍ତି। କାହର କଥାରେ ଚାଲିବେ ଏବଂ କାହାର ଉପଦେଶ ର ବିପରୀତ ଯିବେ ଏହା ନିଜର ଶାସ୍ତ୍ରୀୟ ଜ୍ଞାନ ତଥା ଧାର୍ମିକ ଚରିତ୍ର ନିରୁପଣ କରିଥିଏ ଏବଂ ତାହା ଆତ୍ମାର ଗତି କୁ ଦିଶା ନିର୍ଦ୍ଦେଶ ଦିଏ।

➡️ ମୃତ୍ୟୁ ଦିନେନା ଦିନେ ଆସିବ। ଯେଉଁମାନେ ଧର୍ମାର୍ଥ ନିଜର ଜୀବନ ନିର୍ବାହ କରନ୍ତି ଅଥବା ଧର୍ମାର୍ଥ ଜୀବନଦାନ କରନ୍ତି ସେମାନଙ୍କର ଜନ୍ମ ସାର୍ଥକ ହୋଇଯାଏ।

➡️ ଅର୍ଜୁନ ମଲେ ପାଞ୍ଚ, କର୍ଣ୍ଣ ମଲେ ପାଞ୍ଚ। ଏହି ବିଚାର ସମସ୍ତ ସଂସାରୀ ଜୀବ ମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ କାରଣ କିଏ ମୃତ୍ୟୁବରଣ କଲେ ସଂସାରର କାହାର କିଛି ବିଗିଡ଼ି ଯିବାର ନାହିଁ। ସଂସାର ପୁର୍ବବତ ଚାଲବ। ତେଣୁ ମଣିଷ କୁ ସ୍ଥିର କରିବାର ଅଛି ତାର ଜୀବନ କେଉଁପରି ଅତିବାହିତ କରିବ।

➡️ ଘଟୋତ୍କଚ ପରି ମହାବଳଶାଳୀ ଅସୁର ଧର୍ମ ରକ୍ଷା ପାଇଁ ନିଜର ସର୍ବଶ୍ବ ତ୍ୟାଗ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି ଏବଂ ନିଜର ପ୍ରାଣତ୍ୟାଗ କରିବା ପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ। ସତ୍ୟ ସନାତନ ଧର୍ମର ରକ୍ଷା ପାଇଁ ସମସ୍ତ ସଜ୍ଜନ ସବୁ ମତବାଦ ଭୁଲି କେବଳ ଧର୍ମାର୍ଥ ନିଜ ଜୀବନକୁ ଉତ୍ସର୍ଗ କରିବା ଉଚ୍ଚିତ।

➡️ ଜ୍ଞନୀ କୁ ଜ୍ଞାନ ଦ୍ଵାରା ଯେମିତି କରାଗତ କରାଯାଏ ସେପରି ମହାବଳଶାଳୀ ଅସୁର ମାନଙ୍କୁ ସେହିପରି ମାୟବୀ ଆସୁରିକ ଶକ୍ତି ଦ୍ଵାରା ପରାଜିତ କରିବା ଉଚ୍ଚିତ।

➡️ ନିଜର ସଦଗୁରୁ, ସଦମିତ୍ର, ସତସଙ୍ଗତି କୁ କେତେବେଳେ ଅବିଶ୍ୱାସ କରିବା ଅନୁଚିତ। ତାଙ୍କ ପ୍ରତି ପୂର୍ଣ୍ଣ ବିଶ୍ୱାସ ନ ରଖିବା ନିଜର ବିପର୍ଯ୍ୟୟ କୁ ଅଙ୍ଗିକାର କରିବା ଅଟେ।

➡️ ମୋକ୍ଷପ୍ରାପ୍ତିର ଆଶାରେ ଏକ ରାକ୍ଷସ ଭଗବାନଙ୍କ କଥାରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଦିଏ। କିନ୍ତୁ କିଛି ନରାଧମ ଜାଣି ଜାଣି ନିଜର ସର୍ବନାଶ କରିବା ପାଇଁ ଭଗବାନଙ୍କ ଠାରୁ ଦୁରେଇ ଯାଆନ୍ତି। କିଏ ଭଗବତ ପ୍ରାପ୍ତି ପାଇଁ ଉପଯୁକ୍ତ ପାତ୍ର ଏହା ବିଚାରଣୀୟ।
(ଘଟୋତ୍କଚ)

➡️ ସର୍ବବ୍ୟାପୀ, ସର୍ବଜ୍ଞ, ସର୍ବ ଶକ୍ତିମାନ୍ ଈଶ୍ବର ଙ୍କ ସାନ୍ନିଧ୍ୟ ଯାହା ପାଖରେ ଅଛି ତାଙ୍କର ବା ଭୟ କ’ଣ ? ସେତ ସର୍ବଦା ଧର୍ମ ର ସୁରକ୍ଷା ପାଇଁ ପୂର୍ବ ନିର୍ଦ୍ଧାରିତ କୌଶଳ ମାନ ସ୍ଥିର କରି ରଖିଥାନ୍ତି। ଯେପରିକି କର୍ଣ୍ଣ ଙ୍କ ପାଖରେ ଥିବା ଶକ୍ତିଶାଳୀ ଇନ୍ଦ୍ରାସ୍ତ୍ର ନିମନ୍ତେ ଭୀମଙ୍କ ପୁତ୍ର ଘଟୋତ୍କଚ ଙ୍କୁ ଠିକ୍ ସମୟରେ କୁରୁକ୍ଷେତ୍ର ଯୁଦ୍ଧ ଭୂମି ରେ ପାଣ୍ଡବ ମାନଙ୍କ ସହ ଯୋଗ ଦେବାକୁ ଆଜ୍ଞା ଦେଇଥିଲେ।

. ଜୟ ଶ୍ରୀକ୍ରିଷ୍ଣା

Leave a Reply

Your email address will not be published. Required fields are marked *