ଢେଙ୍କାନାଳ-ଅନୁଗୋଳ ବିକାଶ ପରିଷଦ (ଡାଡା) ଏବଂ ସ୍ପର୍ଶ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ।
ଢେଙ୍କାନାଳ: ତା ୪/୧୦; ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା
ଢେଙ୍କାନାଳ-ଅନୁଗୋଳ ବିକାଶ ପରିଷଦ (DADA), ଭୁବନେଶ୍ୱର ଏବଂ ଭୁବନେଶ୍ୱରର ପ୍ରସିଦ୍ଧ ‘ସ୍ପର୍ଶ ହସ୍ପିଟାଲ’ର ମିଳିତ ପ୍ରୟାସରେ ଆଜି ଏକ ମାଗଣା ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ପର୍ଶ ହସ୍ପିଟାଲର ବିଶେଷଜ୍ଞ ଡାକ୍ତର, ନର୍ସ ଏବଂ ମେଡିକାଲ୍ ଟିମ୍ ଯୋଗଦାନ କରି ଅଞ୍ଚଳର ଶତାଧିକ ରୋଗୀଙ୍କୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ପ୍ରଦାନ କରିଥିଲେ।
ଏହି ମହାନ ସେବା କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଦା ଦା (DADA) ପରିବାରର ସମସ୍ତ ସଦସ୍ୟଙ୍କ ନିଃସ୍ୱାର୍ଥପର ସେବା, ଉତ୍ସର୍ଗୀକୃତ ଭାବନା ଏବଂ ଉତ୍କୃଷ୍ଟ ପରିଚାଳନାକୁ ଢେଙ୍କାନାଳ -ଅନୁଗୋଳ ବିକାଶ ପରିଷଦର ସାଧାରଣ ସମ୍ପାଦକ ତଥା ମାନ୍ୟବର କର୍ମକର୍ତ୍ତା ଲିନ୍ କିଶୋର କୁମାର ମିଶ୍ରା ଗଭୀର କୃତଜ୍ଞତା ଜଣାଇଛନ୍ତି। ସେହିପରି ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ନିମନ୍ତେ ଆଗେଇ ଆସିଥିବାରୁ ସ୍ପର୍ଶ ହସ୍ପିଟାଲର ପରିଚାଳନା କର୍ତ୍ତୃପକ୍ଷ, ଡାକ୍ତର ଓ କର୍ମଚାରୀଙ୍କୁ ମଧ୍ୟ ହୃଦୟରୁ ଧନ୍ୟବାଦ୍ ଜ୍ଞାପନ କରାଯାଇଛି।
ଏଭଳି ଜନହିତକର ସେବା କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।











