ନ୍ୟାର୍ଯ୍ୟହକ ପାଇଁ ମିଶନଶକ୍ତି କମ୍ୟୁନିଟିସପୋର୍ଟ ଷ୍ଟାଫଙ୍କ ଗଣଧାରଣା
ଖଜୁରିଆକଟା -ଦର୍ଶନ ସମୀକ୍ଷା
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ଓଡ଼ିଶା ଜୀବିକା ମିଶନ ଦ୍ବାରା ନିଯୁକ୍ତି ପାଇଥିବା କମ୍ୟୁନିଟି ସପୋର୍ଟ ଷ୍ଟାଫ ( ସିଏସଏସ)ମାନେ ହିନ୍ଦୋଳ ବ୍ଲକ ପରିସରରେ ଥିବା ଓଡ଼ିଶା ଜୀବିକା ମିଶନ କାର୍ଯ୍ୟାଳୟ ସମ୍ମୁଖରେ ପ୍ରୋତ୍ସାହନ ରାଶି ପରିବର୍ତ୍ତେ ନିର୍ଦ୍ଦିଷ୍ଟ ପାରିଶ୍ରମିକ ଦାବୀ ରେ ଗଣ ଧାରଣା ରେ ବସିଥିଲେ l ଏହି ଧାରଣା ଆଜିକୁ ପାଞ୍ଚ ଦିନଧରି ଚାଲିଥିଲା ଓ ଆଜି ଧାରଣା ର ଶେଷ ଦିନ ଥିଲା ଏହି ଶେଷ ଦିନରେ ଧାରଣାରେ ବସିଥିବା ସିଏସଏସ ମାନେ ସରକାରଙ୍କ ପାଖରେ ଯେଉଁ ଦାବୀ ଗୁଡ଼ିକ ରଖିଥିଲେ ତାହା ସରକାର ଗ୍ରହଣ କରି ତାଙ୍କର ପାରଶ୍ରମିକ ରାଶି ବୃଦ୍ଧି କରାଯିବା ନିମନ୍ତେ ନାରା ମାଧ୍ୟମରେ ଜଣାଇଥିଲେ l ଏହି ଧାରଣାରେ ସିଏସଏସ ହିନ୍ଦୋଳବ୍ଲକ ଶାଖାର ସଭାନେତ୍ରୀ ମୋନାଲିସା ସାହୁ ସମ୍ପାଦିକା ରୋଜାଲିନ ପ୍ରଧାନ ଉପ ସଭାନେତ୍ରୀ ସ୍ୱାଗତିକା ସାହୁ ସହ ସଂପାଦିକା ସ୍ଵର୍ଣ୍ଣ ପ୍ରଭା ସାହୁ କୋଷାଧ୍ୟକ୍ଷ ସନ୍ତୋସିନି କର ଓ ଅନ୍ୟ ସିଏସଏସ ସଦସ୍ୟା ମାନେ ଉପସ୍ଥିତ ଥିଲେ। ତେବେ ରାଜ୍ୟ ସରକାରଙ୍କ ମିଶନଶକ୍ତି ମହିଳା ମାନଙ୍କ ପ୍ରତି ଅସୂୟା ମନୋଭାବ ଏବଂ ଅବହେଳା ବିରୋଧରେ ତଥା ନ୍ୟାର୍ଯ୍ୟ ହକ ପୂରଣ ପାଇଁ ସାରା ଓଡିଶାର ମହିଳାମାନେ ପ୍ରତିବାଦ ଓ ଗଣଧାରଣା ଜାରି ରହିବବୋଲି ସଭାନେତ୍ରୀ, ସମ୍ପାଦିକା ଗଣମାଧ୍ୟମକୁ କହିଛନ୍ତି
Leave a Reply