ବାରଙ୍ଗ ବ୍ଲକ ମୁଖ୍ୟଫାଟକ ରେ ଏମବିକେ ଓ ସିଆରପି କର୍ମଚାରୀ
ବାରଙ୍ଗ 25/09/ – =(ଦର୍ଶନ ସମୀକ୍ଷା)
ବାରଙ୍ଗ ବ୍ଲକ ମୁଖ୍ୟଫାଟକ ଅବରୋଧ କରି ବସିଲେ ଏମବିକେ ଓ ସିଆରପି କର୍ମଚାରୀ। ଗତସୋମବାର ରୁ ଆରମ୍ଭ ହୋଇଥିବା ଶାନ୍ତିପୂର୍ଣ୍ଣ ଧାରଣା ଆଜି ଟିକେ ଅଲଗା ଢଙ୍ଗରେ ହୋଇଛି। ପୂର୍ବରୁ କର୍ମଚାରୀମାନେ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ପୋର୍ଟିକୋ ନିକଟରେ କରୁଥିବାବେଳେ ଆଜି ସମ୍ପୂର୍ଣ ପ୍ରବେଶ ଦ୍ଵାରକୁ ଅବରୋଧ କରିବା ସହିତ କୌଣସି ଅଧିକାରୀ ଓ କର୍ମଚାରୀଙ୍କୁ ଭିତରକୁ ଯିବାକୁ ଦେଇ ନଥିଲେ l ସମାନ କାମକୁ ସମାନ ଦରମା, ସ୍ଥାୟୀ ନିଯୁକ୍ତି ଆମର ଦାବି ସ୍ଲୋଗାନ ରେ ବ୍ଲକ ପରିସର ପ୍ରକମ୍ପିତ ହେଉଥିଲା, ଦାବିପୂରଣ ନହେଲା ପର୍ଯ୍ୟନ୍ତ ଆମର ଆନ୍ଦୋଳନ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଚାଲୁ ରହିବ ବୋଲି ସେମାନେ ଜିଦି ଧରି ବସିଥିଲେ l
Leave a Reply