ଭାଗ୍ୟଶ୍ରୀ ଭୂମିଜଙ୍କୁ ଉଛ୍ବସିତ ସମ୍ବର୍ଦ୍ଧନା …..
ରାଉରକେଲା: -=(ଦର୍ଶନ ସମୀକ୍ଷା) ତୁମକେଲା ଗ୍ରାମର ଖଗେଶ୍ବର ଭୂମିଜ ଓ କମଳା ଭୂମିଜଙ୍କ କନିଷ୍ଠ କନ୍ୟା ଭାଗ୍ୟଶ୍ରୀ ଭୂମିଜଙ୍କୁ ମେଡିକାଲ ପଢିବା ପାଇଁ ସୁଯୋଗ ମିଳି ଥିବାରୁ ଭାଗ୍ୟଶ୍ରୀ ଙ୍କୁ ଉଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ତୁମକେଲା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ବିନୋଦିନୀ ପ୍ରଧାନ ଙ୍କ ସଭାପତିତ୍ବ ଓ ଶିକ୍ଷୟିତ୍ରୀ ରାଜଶ୍ରୀ ପରିଜାଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଇସ୍ପାତ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ରୀତାଞ୍ଜଳୀ ମିଶ୍ର ମୃଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରବୀର କୁମାର ଦୁବେ, ବିଦ୍ୟାଳୟ ପରିଚାଳନା କମିଟିର ପ୍ରାକ୍ତନ ସଭାପତି ପ୍ରେମଚାନ୍ଦ ପଶାୟତ,ସତ୍ୟସାଇ ସେବା ଅନୁଷ୍ଠାନର ମହିଳା ମୁଖ୍ୟ ମଞ୍ଜୁଳା ସାହୁ ଓ ମୁଖ୍ୟବକ୍ତା ଭାବେ ଜର୍ଣ୍ଣାଲିଷ୍ଟ ଆସୋସିଏସନ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଯୋଗଦେଇ ଭାଗ୍ୟଶ୍ରୀ ଙ୍କୁ ଆଶ୍ରିବଚନ ପ୍ରଦାନ କରିଥିଲେ।

ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ସେବା ପ୍ରତି ସମର୍ପିତ ଭାବ, ସଂସ୍କାରୀ ହେବା ପାଇଁ ଗୁରୁତ୍ୱାରୋପ କରିଥିଲେ। କୈ।ଣସି କାର୍ଯ୍ୟ ଛୋଟ କିମ୍ବା ବଡ଼ ହୋଇନଥାଏ, ଶିକ୍ଷାର ମୂଲ୍ୟ ଓ ଶିକ୍ଷାର ସାର ଚରିତ୍ର ଗଠନ ସମ୍ପର୍କରେ ଆଲୋଚନା କରି ଭାଗ୍ୟଶ୍ରୀ ଏହି ବିଦ୍ୟାଳୟ, ଇସ୍ପାତ ସ୍ଵୟଂଶାସିତ ମହାବିଦ୍ୟାଳୟ ସର୍ବୋପରି ଏ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ବୋଲି ମତ ରଖିଥିଲେ। ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ସେ ସମସ୍ତ ଶ୍ରେୟ ନିଜ ବାପା ମା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଥିଲେ। ପ୍ରାରମ୍ଭରେ ସତ୍ୟସାଇ ଅନୁଷ୍ଠାନର ରଶ୍ମିତା ସାହୁ ମନ୍ତ୍ରୋଚ୍ଚାରଣ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଶେଷରେ ସଂଯୋଜିକା ରାଜଶ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସରସ୍ଵତୀ ପଟେଲ, ମମତାମୟୀ ପଟେଲ, ସୁସ୍ମିତା ସାହୁ, ଦେବାଶିଷ ଦେ,ସାରିକା ସମାସୀ, ବଳରାମ ସମାସୀ ତଥା ତୁମକେଲା ଗ୍ରାମର ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।
Leave a Reply