କନ୍ଧମାଳ // ଭେଟଖୋଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ ରେ ଖାଉଟି ସୁରକ୍ଷା ରାଜ୍ୟ ଉପସଭାପତି,ସ୍କୁଲ ଗୃହ ନିର୍ମାଣ ନିମନ୍ତେ ସରକାର ଅର୍ଥ ବ୍ୟୟ କରିଛନ୍ତି କିନ୍ତୁ ସେଇ ଅର୍ଥ ବ୍ୟୟ ରେ ସ୍କୁଲ ଗୃହ ନିର୍ମାଣ ହେବାରେ ବିଳମ୍ବ ହେଉଥିବାରୁ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ l

Spread the love

କନ୍ଧମାଳ : ଭେଟଖୋଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ ରେ ଖାଉଟି ସୁରକ୍ଷା ରାଜ୍ୟ ଉପସଭାପତି…

କନ୍ଧମାଳ:=(ଦର୍ଶନସମୀକ୍ଷା) ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅଧୀନରେ ଥିବା ସୁଡ୍ରେଜୁ ପଞ୍ଚାୟତ ନିକଟସ୍ତ ଭେଟଖୋଲ୍ ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଖାଉଟି ସୁରକ୍ଷା ରାଜ୍ୟ ଉପସଭାପତି ତଥା ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ ପରିଦର୍ଶନ କରିଥିଲେ l ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମେହେର ଏବଂ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କିଛି ଅଭିଭାବକ ମାନଙ୍କ ସହିତ ବିଦ୍ୟାଳୟ ର ପରିବେଶ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅନୁସୂଚିତ ଜାତି ଓ ଅନୁସୂଚିତ ଜନ ଜାତି ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ରାଜ୍ୟ ସରକାର ଙ୍କ ନିକଟରୁ ଆସୁଥିବା ସମସ୍ତ ସୁବିଧା କିପରି ସୂଚାରୁରୂପେ ପାଇପାରିବେ ସେନେଇଁ ଆଲୋଚନା କରିଥିଲେ l ତା ସହିତ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ କିଛି ପାଠ ପଚାରିବା ସହିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ର ଛାତ୍ରୀ ମାନଙ୍କୁ କିପରି ଢଙ୍ଗରେ ପାଠ ପଢ଼ଉଛନ୍ତି ସେ ଉପରେ ପଚାରିବୁଝିଥିଲେ l ଛାତ୍ର ଛାତ୍ରୀ ମାନେ ଅତି ସୁନ୍ଦର ଭାବେ ଶୃଙ୍ଖଳାର ସହିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆମକୁ ଶିକ୍ଷାଦାନ କରୁଥିବା କହିବା ସହିତ ଆମେ ମଧ୍ୟ ଶୃଙ୍ଖଳିତ ଭାବେ ଶିକ୍ଷା ଉପାର୍ଜନ କରୁଥିବା କହିଥିଲେ l ଏହି ବିଦ୍ୟାଳୟ ରେ ଖଜୁରୀପଡ଼ା ପଞ୍ଚାୟତ ସମିତି ତରଫରୁ ସ୍କୁଲ ଗୃହ ନିର୍ମାଣ ନିମନ୍ତେ ସରକାର ଅର୍ଥ ବ୍ୟୟ କରିଛନ୍ତି କିନ୍ତୁ ସେଇ ଅର୍ଥ ବ୍ୟୟ ରେ ସ୍କୁଲ ଗୃହ ନିର୍ମାଣ ହେବାରେ ବିଳମ୍ବ ହେଉଥିବାରୁ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ l ଏହି ବିଦ୍ୟାଳୟ ରେ ଖାଇବା ନିମନ୍ତେ ଡାଇନିଂ ହଲ୍ ନ ଥିବାରୁ ଛାତ୍ର ଛାତ୍ରୀ ମାନେ କିଏତ ସ୍କୁଲ ବାରଣ୍ଡା ରେ ଖାଉଛନ୍ତି ତ ଆଉ କିଏ ଗଛ ତଳେ ବସି ଖାଉଥିବା ଦେଖିଥିଲେ ଶ୍ରୀ ଦିଗାଲ l ତେଣୁ ଏହି ବିଦ୍ୟାଳୟ କୁ ସରକାର ଙ୍କ ତରଫରୁ ସ୍କୁଲ ଗୃହ ନିର୍ମାଣ ନିମନ୍ତେ ଆସିଥିବା ଅନୁଦାନ କୁ ବ୍ୟବହାର କରି ତୁରନ୍ତ ଗୃହ ନିର୍ମାଣ କରିବା ସହିତ ଖାଇବା ପାଇଁ ଡାଇନିଂ ହଲ୍ ଗୋଟେ ନିର୍ମାଣ କରିଦେବା ପାଇଁ ବିଦ୍ୟାଳୟ କତୃପକ୍ଷ ଏବଂ ପ୍ରିହମ୍ ଟ୍ରଷ୍ଟ ର ଅଧ୍ୟକ୍ଷ ତଥା ଖାଦ୍ୟ ସୁରକ୍ଷା ରାଜ୍ୟ ଉପସଭାପତି କୁନା ଦିଗାଲ ଙ୍କ ସମେତ ଅଭିଭାବକ ମାନେ ପ୍ରଶାସନ ଙ୍କୁ ଦାବି ରଖିଛନ୍ତି l

Leave a Reply

Your email address will not be published. Required fields are marked *