ଢେଙ୍କାନାଲର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅବସରରେ ମା’ ଙ୍କର ମାଟି ଅନୁକୂଳ
ଢେଙ୍କାନାଳ୦୪ା୯: =(ଦର୍ଶନ ସମୀକ୍ଷା) ବିଶ୍ୱ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଉସôବ ଆସନ୍ତା ଅକ୍ଟୋବର ମାସ ୦୬ ତାରିଖଠାରୁ ୯ଦିନ ବ୍ୟାପ ଢେଙ୍କାନାଳ ସହରରେ ଅନୁଷ୍ଠିତ ହେବ । ଏଥ ôପାଇଁ ରାଧା-ଅଷ୍ଟମି ଠାରୁ ସହର ମଧ୍ୟରେ ଥିବା ୩୮ ଗୋଟି ଲକ୍ଷ୍ମୀପୂଜା ପ୍ରତିଷ୍ଠାନ ମା’ ଙ୍କ ମୃଣୟ ମୂର୍ତ୍ତି ନିମନ୍ତେ ବା୍ରହ୍ମଣି ନଦୀକୁଳରୁ ମାଟି ଅନୁକୁଳ ଆରମ୍ଭ କଲେଣି । ଗତ ରାଧାଅଷ୍ଟମି ଦିନ ପ୍ରଥମେ ଶ୍ରୀ ଶ୍ରୀ ମଉଡମଣୀ ରାଜଲକ୍ଷ୍ମୀ ମୀନା ବଜାର ପୁଜାପତିଷ୍ଠାନ ଓ ଗଣେଷ ବଜାର ପୁଜା ପ୍ରତିଷ୍ଠାନ ପାରମ୍ପରିକ ରିତୀନିତୀ ଅନୁଯାୟୀ ମାଟି ଅନୁକୁଳ କରିଛନ୍ତି । ତେବେ ଆଜି ସୁନିଆ ଅବସରରେ ଅନ୍ୟ ସମସ୍ତ ପୁଜା ପ୍ରତିଷ୍ଠାନ ମାନଙ୍କ ତରଫରୁ ସ୍ଥାନୀୟ ବ୍ରାହ୍ମଣୀ ନଦୀ କୂଳ କମଗରାଘାଟ ନିକଟରୁ ଘଣ୍ଟ ବାଦ୍ୟ ସହ ପୂଜାଅର୍ଚ୍ଚନା କରାଯାଇ ମା’ଙ୍କ ମୁର୍ତ୍ତି ନିର୍ମାଣ ନିମନ୍ତେ ମାଟି ଅନୁକୂଳ କରାଯାଇଛି । ଏହି ଅବସରରେ ପୂଜକ ଓ କର୍ତା ମାନେ ପ୍ରଥମେ ମା’ଙ୍କର ଷୋଡଶ ପୂଜା ବିଧି କରି ଭୋଗ ଲାଗି କରାଯାଇ ମାଟି ଅନୁକୂଳ ଉତ୍ସବ ଆରମ୍ଭ କରିଥିଲେ । ଏହି ସୁନିଆ ଉସôବରେ ସହର ମଧ୍ୟରେ ଥିବା ପ୍ରମୁଖ ପୁଜାପ୍ରତିଷ୍ଠାନ କାଞ୍ଚନ ବଜାର, ଲକ୍ଷ୍ମୀବଜାର, ମହାବୀର ବଜାର, ଜୁବୁଲିଟାଉନ(୧), ଅମଲାପଡା ବସଷ୍ଟାଣ୍ଡ, ଗୁଡିଆନାଳୀ, ଦୁର୍ଗାବଜାର,ଜବହାରଚୌକ, ଆନନ୍ଦ ବଜାର, ଷ୍ଟେସନ ବଜାର, କାରିଗର ସାହି, କୈବଲ୍ୟ ବଜାର, ଗୋପବନ୍ଧୁ ବଜାର, ଚନ୍ଦନ ବଜାର ସମେତ ଅନ୍ୟ ସମସ୍ତ ପୁଜାପ୍ରତିଷ୍ଠାନ ମାଟି ଅନୁକୁଳ କରିଛନ୍ତି । ଏହି ମାଟି ଅନୁକୂଲ ବେଳେ ସବୁ ପୁଜାପ୍ରତିଷ୍ଠାନର ସଭାପତି,ସମ୍ପାଦକ ସହିତ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।
ଢେଙ୍କାନାଲର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଆଜି ସୁନିଆ ଅବସରରେ ଅନ୍ୟ ସମସ୍ତ ପୁଜା ପ୍ରତିଷ୍ଠାନ ମାନଙ୍କ ତରଫରୁ ସ୍ଥାନୀୟ ବ୍ରାହ୍ମଣୀ ନଦୀ କୂଳ କମଗରାଘାଟ ନିକଟରୁ ଘଣ୍ଟ ବାଦ୍ୟ ସହ ପୂଜାଅର୍ଚ୍ଚନା କରାଯାଇ ମା’ଙ୍କ ମୁର୍ତ୍ତି ନିର୍ମାଣ ନିମନ୍ତେ ମାଟି ଅନୁକୂଳ କରାଯାଇଛି

Leave a Reply