ବୋହୁ//ରାତିଦିନ ଖାଲି ଗେଞଣା ଶୁଣାନ୍ତି ଅମୁକ ସମୁକ ଘର ,ବୋହୂ ଆଣିଥିବା କଥା ବାଢିଥାନ୍ତି ମୋତେ ଦେଖି ଗର ଗର- ପାରଦକୁମାର ପାଢୀ ,ଅବସରପ୍ରାପ୍ର ଶିକ୍ଷକ ,ହିଞ୍ଜିଳିକାଟୂ ,ଗଞ୍ଜାମ ।

Spread the love

କବିତା——-ବୋହୂ ମୁଖ ର ଖେଦୋକ୍ତି

ପାରଦକୁମାର ପାଢୀ ,ଅବସରପ୍ରାପ୍ର ଶିକ୍ଷକ ,ହିଞ୍ଜିଳିକାଟୂ ,ଗଞ୍ଜାମ ।

ମାମା ଲୋ କହୁଛି ଏଇଠି ମୋ ସ୍ଥିତି
ଯାହା ମୋର ଅନୁଭୂତି ,
ମୋ ଦୃଷ୍ଟିରୁ ସର୍ବେ ପାଇ ମଧ୍ଯ ସେବା
ପ୍ରେମ ଟିକେ ମଧ୍ଯ ପ୍ରାପ୍ତି ; 1
ହୋଇନି ଏଯାଏଁ ସଦା ଫୁଲାଇକି
ସବୁ ମୁହୁଁ ଶୁଣେ ଗାଳି ,
ଯଉତୁକ ଆଉ ମହତ ମର୍ଯ୍ଯାଦା
ଅଣ୍ଟିଲାନି ଭାଳି ଭାଳି , 2
ରାତିଦିନ ଖାଲି ଗେଞଣା ଶୁଣାନ୍ତି
ଅମୁକ ସମୁକ ଘର ,
ବୋହୂ ଆଣିଥିବା କଥା ବାଢିଥାନ୍ତି
ମୋତେ ଦେଖି ଗର ଗର । 3
ତୋ ଜୋଇଁପୁଅର ସଦା ସମର୍ଥନେ
ହୁଅଇ ମୁଁ ମର୍ମାହତ ,

ଚିନ୍ତା କରୁ କରୁ ଖାଇବା ଶୋଇବା
ଜୁଟୁନି କହେ ମୁଁ ସତ । 4
ତାଙ୍କ ମନ ଧରି ଚଳୁ ଚଳୁ ମଧ୍ଯ
ଘାଆ ସୃଷ୍ଷି ମୋ ଦେହରେ
ଦେହ ସାରା ଘାଆ ଶୁଖାଇ ହେଉନି
ଆଖିରେ ହିଁ ଲୁହ ମରେ । 5
ଏ ଘର ବଜାରେ ସଭିଙ୍କର ଇଛା
ବଡ ଶସ୍ତା ଅନୁଭବେ ,
ଚାଉଳରୁ ଗୋଡି ବାଛି ଯାଏ କାଳ
ଦୃଷ୍ଟି ଶକ୍ତି କମି ଏବେ । 6
ଦୁଃଖ ବାଣ୍ଟିବାକୁ ସାଥୀଟେ ପାଉନି
ଫୁରୂସତ୍ ଟିକେ ନାହିଁ ,
ଭାଗବତ ଟିକେ ଶୁଣାଇବାକୁ ଟି
ସମୟ ତ ମିଳୁନାହିଁ । 7
ଆପଣା ମଣିବା ନିମନ୍ତେ ଯା ହାତ
ଧରିବାକୁ ହେଲା ମୋତେ ,

ପାଖଛଡା ସିଏ ମୋତେ କରିଛନ୍ତି
ଯିବୁ ଲୋ ମାମା ପରତେ । 8
ଏତେ ବର୍ଷ ହେଲା ସମ୍ପର୍କ ନିବିଡ
ଉଚ୍ଚାରିବା ମୋ ସପନ ,
ହଜମ କରୁଛି ସଭିଙ୍କଠୁ ପ୍ରାପ୍ତ
ଖାଲି ନିନ୍ଦା ଅପମାନ । 9
ତଥାପି ତୋହର ସମୁଦୁଣୀ କୁଆଁ
ଡାକ ଶୁଣିଲେନି ବୋଲି ,
ମୋତେ ରାତି ଦିନ କିଛି ନ ବିଚାରି

ବର୍ଷୁଛନ୍ତି ମିଛେ ଗାଳି । 10