ଅତିଥିମାନଙ୍କ ଦ୍ୱାରା “ଆଦିତ୍ୟ ଭାରତ ” ପ୍ରକାଶିତ “ଅବନୀ ବରାଳ ଗପ ସମଗ୍ର “ଲୋକାର୍ପିତ ହୋଇଥିଲା ଓ ପ୍ରକାଶକ ଦେବାଶିଷ ସାମନ୍ତରାୟ ଉପସ୍ଥିତ ଥିଲେ |ଫାଉଣ୍ଡେସନ ପକ୍ଷରୁ ଆକାଶ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ
ଅବନୀ ବରାଳ ଫାଉଣ୍ଡେସନ ପକ୍ଷରୁ “ଶ୍ରଦ୍ଧା ଦିବସ ” ଅନୁଷ୍ଠିତ
ଅବନୀ ବାବୁ ଥିଲେ ସଂଗ୍ରାମୀ ସଂଗଠକ ଓ ସାହିତ୍ୟିକ |
ଭୁବନେଶ୍ୱର : ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା
ଓଡ଼ିଶାରେ ଶିକ୍ଷକମାନଙ୍କୁ ସଂଗଠିତ କରିଥିଲେ | କଳା, ସାହିତ୍ୟ, ମଞ୍ଚ ଓ
ସଂସ୍କୃତି କ୍ଷେତ୍ରରେ ତାଙ୍କର ବିପୁଳ ଅବଦାନ ସ୍ୱୀକାର୍ଯ୍ୟ | ସେ ନିଜେ ଥିଲେ ଏକ ଅନୁଷ୍ଠାନ ଓ ଏକ ଆନ୍ଦୋଳନ ବୋଲି ଅତିଥିମାନେ ଆଜି ସନ୍ଧ୍ୟାରେ “ଶ୍ରଦ୍ଧା ଦିବସ” କାର୍ଯ୍ୟକ୍ରମରେ ତାଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ନିବେଦନ କରିଛନ୍ତି |
କାର୍ଯ୍ୟକ୍ରମରେ ପ୍ରଫେସର କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କୁ ଅବନୀ ବରାଳ ସାହିତ୍ୟ ସମ୍ମାନ, ନାଟ୍ୟକାର ଦେବାନନ୍ଦ ନାୟକ (ସୋନି )ଙ୍କୁ ଆଦର- ମଣି ମଞ୍ଚ ସମ୍ମାନ ପ୍ରଦାନ କରାଯାଇଥିଲା | ଅଧ୍ୟାପକ
ସୁଶାନ୍ତ ମହାପାତ୍ର, ଶ୍ରୀନିବାସ ପାଠୀ ଓ ସଂଯୋଗିତା ମିଶ୍ର ଅବନୀ ବରାଳଙ୍କ ଲିଖତ କ୍ଷୁଦ୍ର ଗଳ୍ପ ପାଠ କରିଥିଲେ
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ଓ ମୁଖ୍ୟବକ୍ତା ପ୍ରଫେସର ଅମୀୟ କୁମାର ମହାନ୍ତି ଯୋଗଦେଇ ଅବନୀ ବରାଳଙ୍କ ଜୀବନ ତଥା ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ |
ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ଏହି ସଭାରେ
ବିଶିଷ୍ଟ କବି ଓ ଅନୁବାଦକ ଅମରେଶ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ |ପ୍ରଥମେ ସୁଶ୍ରୀ ପୂର୍ବାଶା ରଥ ଓଡିଶୀ ନୃତ୍ୟ ପରିବେଷଣ କରିଥିବାବେଳେ କଥାକାର ଆଭାସ ବରାଳ ମଞ୍ଚ ପରିଚାଳନା କରିଥିଲେ |











