ଭୁବନେଶ୍ୱରରେ ଟାଟା ପାୱାରର ଠିକା କର୍ମଚାରୀମାନେ ମୃତଦେହ ସାଜି ଅଭିନବ ଢଙ୍ଗରେ ଧାରଣା ଦେଇଛନ୍ତି।ସେମାନଙ୍କ ଦାବି ପୂରଣ ହୋଇଗଲେ, ସେମାନେ ପୁଣି ଖୁସିରେ କାମରେ ଯୋଗଦେବେ ଏବଂ ଉପଭୋକ୍ତାଙ୍କୁ ପୁଣିଥରେ ଲୁଟିବା ଆରମ୍ଭ କରିବେ

Spread the love

ଭୁବନେଶ୍ୱରରେ ଟାଟା ପାୱାରର ଠିକା କର୍ମଚାରୀମାନେ ମୃତଦେହ ସାଜି ଅଭିନବ ଢଙ୍ଗରେ ଧାରଣା ଦେଇଛନ୍ତି।

ସେମାନଙ୍କ ଅଭିଯୋଗ (ଏକ ବଡ଼ ଖୁଲାସା!) ହେଉଛି, ଭୁଲ୍ ବିଲିଂ, ଅଯଥା ଜରିମାନା ଆଦାୟ, ଘରକୁ ବିଦ୍ୟୁତ୍ ସଂଯୋଗ ଦେବା ପାଇଁ କେବୁଲ୍ ବାବଦରେ ଅଧିକ ଟଙ୍କା ଆଦାୟ ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ।

ଏସବୁ ମିଶି ଘରୋଇ ଉପଭୋକ୍ତାଙ୍କ ପ୍ରତି ଅନ୍ୟାୟର କାରଣ ହେଉଛି।

କିନ୍ତୁ କର୍ମଚାରୀମାନଙ୍କର ନିଜସ୍ୱ ଦାବି ହେଉଛି, ସେମାନଙ୍କୁ ନିୟମିତ କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଉ।

ସେମାନଙ୍କ ଦାବି ପୂରଣ ହୋଇଗଲେ, ସେମାନେ ପୁଣି ଖୁସିରେ କାମରେ ଯୋଗଦେବେ ଏବଂ ଉପଭୋକ୍ତାଙ୍କୁ ପୁଣିଥରେ ଲୁଟିବା ଆରମ୍ଭ କରିବେ……!

ହରି ଓଁ!