Spread the love

ୱାଇମସିଏ ଭୁବନେଶ୍ୱର ଓ ସେବା ଭାରତ ପବ୍ଲିକ ଟ୍ରଷ୍ଟ , ହାଇଦ୍ରାବାଦର ପଷରୁ ସମ୍ମିଳନୀ।

ୱାଇଏମସିଏ (YMCA) ଭୁବନେଶ୍ୱର ଏବଂ ସେବା ଭାରତ ପବ୍ଲିକ ଟ୍ରଷ୍ଟ, ହାଇଦ୍ରାବାଦର ମିଳିତ ଆନୁକୁଲ୍ୟରେ ଗତ ନଭେମ୍ବର ୪ ଏବଂ ୫ ତାରିଖ (୨୦୨୬) ଦିନ ୟୁନିଅନ ଚର୍ଚ୍ଚ ପରିସରରେ ଏକ ଉତ୍ତରାଧିକାରୀ/ହିତାଧିକାରୀ (Legatees/Beneficiaries) ସମ୍ମିଳନୀ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ସମଗ୍ର ଖୋର୍ଦ୍ଧା ଜିଲ୍ଲାର ଗତ ୩ ବର୍ଷର ୱାଇଏମସିଏ କାର୍ଯ୍ୟକ୍ରମର ହିତାଧିକାରୀମାନେ ଯୋଗ ଦେଇଥିଲେ। ପିଲାମାନଙ୍କର ନୃତ୍ୟ ଏବଂ ଅଭିନୟ ଗୀତ ସହିତ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଥିଲା। ୱାଇଏମସିଏ ଭୁବନେଶ୍ୱରର ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ନାୟକଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ସେବା ଭାରତ ପବ୍ଲିକ ଟ୍ରଷ୍ଟ , ହାଇଦ୍ରାବାଦ ପକ୍ଷରୁ ପ୍ରଭୁ ଦାସ ଏବଂ ତପନ କୁମାର ମାଳି ଯୋଗଦାନ କରିଥିଲେ।