‘ଡି. ଚନ୍ଦ୍ରଚୁଡ, ଅଭିଷେକ ମନୁ ସିଂଘଭି, ସୁଧି ରଞ୍ଜନ ମହାନ୍ତି (ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟସଚିବ) ଇତ୍ୟାଦି ଆମେ ସମସ୍ତେ ୧୯୭୯-ଦିଲ୍ଲୀ ସେଣ୍ଟ ଷ୍ଟିଫେନ୍ସର ଗୋଟିଏ ବ୍ୟାଚର ଗ୍ରାଜୁଏଟ।
ବିଚାରପତି ନିଯୁକ୍ତିରେ ପ୍ରଧାନମନ୍ତ୍ରୀ ଚାହିଁଲେ ଇଣ୍ଟେଲିଜେନ୍ସ ରିପୋର୍ଟ ଖରାପ ଅଛି କହି ଅଟକାଇ ଦେଇପାରନ୍ତି।

ଷ୍ଟିଫେନ୍ସର ଛାତ୍ର- ଵାଦର ଅହମ୍ମଦ ବି ମୋର ସାଙ୍ଗ। ତାକୁ କେତେକ ଜଣେ ପକ୍କା କଂଗ୍ରେସୀ ବୋଲି କହୁଥିଲେ। (ତା ବାପା ଫକୀରୁଦ୍ଦିନ ଅଲ୍ଲୀ ଅହମ୍ମଦ ଏମର୍ଜେନ୍ସି ବେଳେ ରାଷ୍ଟ୍ରପତି ଥିଲେ। ବାଜପେୟୀ ଏମର୍ଜେନ୍ସିରେ ଜେଲ ଯାଇଥିଲେ)।
୨୦୦୨ରେ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ଯେତେବେଳେ ତାଙ୍କ ପାଖକୁ ଦିଲ୍ଲୀ ହାଇକୋର୍ଟରେ ବାଦର ନିଯୁକ୍ତି ନେଇ ଫାଇଲ ଗଲା ସେ ଗୋଟେ ଦିନ ବି ଅଟକାଇଲେ ନାହିଁ। ବାଦର ଜଣେ ଦକ୍ଷ ଓକିଲ ତ? ସେ ନିରପେକ୍ଷ ଭାବେ ରାୟ ଦେଇପାରିବେ ତ? ବାଜପେୟୀ କେବଳ ଏତିକି ବୁଝିଥିଲେ।‘
-ଜଷ୍ଟିସ ସଞ୍ଜୟ କିଶନ କୌଲ















