ମାଲକାନଗିରି//କୋରାପୁଟ ଜିଲ୍ଲା ଅଧିନସ୍ତ ଜୟପୁର ଅଞ୍ଚଳକୁ ବେଆଇନ ଭାବେ ଦୁଇଜଣ ବ୍ୟକ୍ତି ଦୁଇଟି ବାଇକରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅଧିନସ୍ତ ବାଲିମେଳା -ଜୟପୁର ମୁଖ୍ୟ ରାସ୍ତା ତଥା ପୂଜାରୀଗୁଡା ଗ୍ରାମ ନିକଟରେ ଓର୍କେଲ ପୋଲିସ ହାତରେ ଧରା ପଡିଛନ୍ତି_ମନୋଜ ଦେଵ ପାଙ୍ଗି

Spread the love

୬୦ କିଲୋ ଗଞ୍ଜେଇ ସହ ୨ଟି ବାଇକ ଜବତ,ଦୁଇ ଗିରଫ

ମାଲକାନଗିରି(ମନୋଜ ଦେଵ ପାଙ୍ଗି)
କୋରାପୁଟ ଜିଲ୍ଲା ଅଧିନସ୍ତ ଜୟପୁର ଅଞ୍ଚଳକୁ ବେଆଇନ ଭାବେ ଦୁଇଜଣ ବ୍ୟକ୍ତି ଦୁଇଟି ବାଇକରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅଧିନସ୍ତ ବାଲିମେଳା -ଜୟପୁର ମୁଖ୍ୟ ରାସ୍ତା ତଥା ପୂଜାରୀଗୁଡା ଗ୍ରାମ ନିକଟରେ ଓର୍କେଲ ପୋଲିସ ହାତରେ ଧରା ପଡିଛନ୍ତି। ତେବେ ଏହି ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ କୋରୁକୋଣ୍ଡା ବ୍ଲକ ଅଧିନସ୍ତ ମୁଦୁଲୀଗୁଡ଼ା ଗ୍ରାମର
ହନୁ ଗୋଲରୀଙ୍କ ପୁଅ ତାରି ଗୋଲରୀ-(୩୩) ଏବଂ ଅନ୍ୟ ଜଣେ ହେଲେ ସେହି ଗ୍ରାମର ଧନ ହନ୍ତାଳଙ୍କ ପୁଅ ନାଥ ହନ୍ତାଳ-(୨୨)ବୋଲି ଜଣା ପଡିଛି। ମିଳିଥିବା ସୂଚନା ମୁତାବକ ଶନିବାର ସକାଳେ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏସଆଇ ଅଜିତ ସିଂ ବରିହାଙ୍କ ନେତୃତ୍ୱରେ ଏକ ଟିମ ବାଲିମେଳା -କୁଡୁମୁଳୁଗୁମ୍ମା ମୁଖ୍ୟ ରାସ୍ତା ପୂଜାରୀ ଗୁଡା ଗ୍ରାମ ନିକଟରେ ଅପରାହ୍ନ ପ୍ରାୟ ୧୨ ଟା ୪୫ ମିନିଟ ସମୟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ବାଲିମେଳା ପଟୁ ଦୁଇଜଣ ବ୍ୟକ୍ତି
ଦୁଇଟି ବାଇକ ଓଡି-୩୦-ଡି-୪୫୪୧ ଏବଂ ଅନ୍ୟ ଏକ ବାଇକ ଓଡି-୧୦-କେ-୪୧୮୫ରେ ଦୁଇଟି ଜରିବସ୍ତାରେ କିଛି ସାମଗ୍ରୀ ନେଇ ଜୟପୁର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଦେଖି ସନ୍ଦେହ ହେବାରୁ ପୋଲିସ ଉଭୟଙ୍କୁ ରାସ୍ତାରେ ଅଟକାଇ ଯାଞ୍ଚ କରିଥିଲେ। ଦୁଇଟି ବାଇକରେ ଥିବା ଜରି ବସ୍ତା ଭିତରେ ମୋଟ ୬୦ କିଲୋ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଘଟଣା ସ୍ଥଳରୁ ପୋଲିସ ଉକ୍ତ ଗଞ୍ଜେଇ ସମେତ ଦୁଇଟି ବାଇକକୁ ଜବତ କରିବା ସହିତ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ବାଇକ ଚାଳକଙ୍କୁ ଗିରଫ କରାଯାଇଛି। ଏ ନେଇ ପୋଲିସ ପକ୍ଷରୁ ଥାନାରେ କେସ ନମ୍ବର ୧୭୯ /୨୦୨୫ ଦଫା ୨୦(ବି)(ii)(ସି)/୨୫/୨୯ ଏନଡିପିଏସ ଧାରାରେ ଏକ ମାମଲା ରୁଜୁ କରାଯାଇଛି। ମାଜିଷ୍ଟ୍ରେଟ ଭାବେ କୁଡୁମୁଳୁଗୁମ୍ମା ଅତିରିକ୍ତ ତହସିଲଦାର ବ୍ରଜ ପ୍ରଧାନଙ୍କ ଉପସ୍ଥିତରେ ପୋଲିସ ୬୦କିଲୋ ଗଞ୍ଜେଇ ଏବଂ ଦୁଇଟି ବାଇକକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ମୁଦୁଲିଗୁଡା ଗ୍ରାମର ତାରି ଏବଂ ନାଥକୁ ପୋଲିସ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛନ୍ତି । ଏହି ଗଞ୍ଜେଇକୁ ଜୟପୁର ନେଉଥିଲୁ ବୋଲି ଗିରଫ ହୋଇଥିବା ବ୍ୟକ୍ତିମାନେ ପୋଲିସ ପଚାର ଉଚୁରା କରିବା ସମୟରେ ପୋଲିସ ସମ୍ମୁଖରେ ପ୍ରକାଶ କରିଥିବା ଜଣା ପଡିଛି। ରବିବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସଆଇ ଶ୍ରୀ ବରିହା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *