ଭୁବନେଶ୍ୱର :ଦର୍ଶନ ସମୀକ୍ଷା
୧୧ତମ ଆନ୍ତର୍ଜାତିୟ ଯୋଗ ଦିବସ ‘ଯୋଗସଙ୍ଗମ’ ପାଳନ
ଭାରତୀୟ ଯୋଗ ସଂସ୍ଥାନର ମହାତ୍ମାଗାନ୍ଧୀ ଯୋଗ ରମାଦେବୀ କ୍ଷେତ୍ରରେ ସତ୍ୟନଗର ଖେଳଘର ପାର୍କ ଠାରେ ୧୧ତମ ଆନ୍ତର୍ଜାତିୟ ଯୋଗ ଦିବସ ‘ଯୋଗସଙ୍ଗମ’ ଗତ ୨୧ତାରିଖ ରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଉତ୍ସବରେ ଯୋଗଦାନ କରିଥିବା ପ୍ରାୟ ଶତାଧିକ ସାଧକ ସାଧିକା ଏବଂ ଅଧିକାରୀ, ସୂକ୍ଷ୍ମକ୍ରୀୟା, ଆସନ, ପ୍ରାଣାୟମ ଇତ୍ୟାଦି ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଅନୁଯାୟୀ ଅଭ୍ୟାସ କରିଥିଲେ।

ଯୋଗସଙ୍ଗମ ଉତ୍ସବଟି ରମାଦେବୀ କ୍ଷେତ୍ରର କ୍ଷେତ୍ର ପ୍ରଧାନ ଶ୍ରୀମତୀ ସୈାଦାମିନି ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତୂବଧାନରେ ପାଳିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମଂଚର ସେକ୍ରେଟାରୀ, ଏବଂ ସଦସ୍ୟ ମାନଙ୍କ ସହିତ ସତ୍ୟନଗର ଲେଡିଜ୍ ଫୋରମ୍ ର ସମ୍ପାଦିକା ଶ୍ରୀମତୀ ଅନୁରାଧା ଦାଶ ଏବଂ ଫୋରମ୍ ର ସଦସ୍ୟା ମାନେ ଯୋଗଦାନ କରିଥିଲେ। ଜିଲ୍ଲା ପ୍ରଧାନ ଶ୍ରୀଯୁକ୍ତ ହୃଷୀକେଶ ନନ୍ଦ ନିୟମିତ ଯୋଗ କରିବା ପାଇଁ ସମସ୍ତଙ୍କୁ ଉପଦେଶ ଦେଇଥିଲେ।ମଞ୍ଚ ପରିଚାଳନା କରିଥିଲେ ରମାଦେବୀ କ୍ଷେତ୍ରର କ୍ଷେତ୍ର ମନ୍ତ୍ରୀ ଶ୍ରୀ ମାନସ ରଞ୍ଜନ ନାୟକ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଜିଲ୍ଲା ପ୍ରଧାନ ଶ୍ରୀଯୁକ୍ତ ହୃଷୀକେଶ ନନ୍ଦ।












Leave a Reply