କଟକ //କଳାବତୀ କଳା ନିକେତନ, ତାରିଣୀ ବିହାର, ବିଡାନାସୀ ସ୍ଥିତ କାର୍ଯ୍ୟାଳୟରେ ଆକାଶବାଣୀ କଟକର ଅବସରପ୍ରାପ୍ତ କାର୍ଯ୍ୟକ୍ରମ ନିଷ୍ପାଦକ ସୁମିତ୍ରା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବିଶ୍ଵ ସଙ୍ଗୀତ ଦିବସ ପାଳନ କରାଯାଇଥିଲା-ଭରତ ଚନ୍ଦ୍ର ମହାରଣା.ଦର୍ଶନ ସମୀକ୍ଷା କଟକ

Spread the love

କଳା ବତୀ କଳା ନିକେତନରେ ବିଶ୍ଵ ସଙ୍ଗୀତ ଦିବସ ପାଳିତ

କଟକ :(ଦର୍ଶନ ସମୀକ୍ଷା)ଆଜି କଳାବତୀ କଳା ନିକେତନ, ତାରିଣୀ ବିହାର, ବିଡାନାସୀ ସ୍ଥିତ କାର୍ଯ୍ୟାଳୟରେ ଆକାଶବାଣୀ କଟକର ଅବସରପ୍ରାପ୍ତ କାର୍ଯ୍ୟକ୍ରମ ନିଷ୍ପାଦକ ସୁମିତ୍ରା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବିଶ୍ଵ ସଙ୍ଗୀତ ଦିବସ ପାଳନ କରାଯାଇଥିଲା। ଅତିଥି ଭାବରେ ପଣ୍ଡିତ ଏ, ମହେଶ୍ୱର ରାଓ , ଚୌଧୁରୀ ଭାରତୀକ୍ରୁଷ୍ନ ଦାଶ ,ଏ ସି ପି କ୍ରୁଷ୍ନଚନ୍ଦ୍ର ସେଠୀ , ପରମାନନ୍ଦ ସାହୁ, ଶରତ ନାୟକ, ଡଃ ଦୀପକ୍ କୁମାର କର, ଚିନ୍ମୟୀ ମହାନ୍ତି ପ୍ରମୁଖ ଯୋଗଦେଇ ସମସ୍ତ ପ୍ରକାର ସଙ୍ଗୀତର ପ୍ରଚାର ପ୍ରସାର କରିବାରେ କଳାବତୀ କଳା ନିକେତନ ର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଗୁରୁ ବିଶ୍ଵନାଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ସରସ୍ଵତୀ ବନ୍ଦନା ଗାନ କରିଥିଲେ। ପରେ ପରେ ଶିଳ୍ପୀ ଦେବସ୍ମିତା ମିଶ୍ର ଶାସ୍ତ୍ରୀୟ ସଙ୍ଗୀତରେ ରାଗ ଗୋରଖ କଲ୍ୟାଣ ବିଳମ୍ବିତ ଓ ମଧ୍ୟ ଲୟରେ ଗାନ କରିଥିଲେ। ଏହାପରେ ଅନୁଷ୍ଠାନର କୁନି ଶିଳ୍ପୀ ସ୍ନେହାଶୀଷ ହୋତା ୟୁଟ୍ୟୁବ ଚ୍ୟାନେଲ ପାଇଁ ଗାଇଥିବା ଦୁଇଟି ଜଗନ୍ନାଥ ଭଜନ ଅତିଥିମାନଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବରିଷ୍ଠ ଉଦଘୋଷକ ବିଚିତ୍ରାନନ୍ଦ ପଣ୍ଡା। ସହଯୋଗ କରିଥିଲେ ଅଜୟ ବାରିକ, ଯୋଗେନ୍ଦ୍ର ସ୍ଵାଇଁ, ତ୍ରିନାଥ ଜେନା, ଆଶୁତୋଷ ବେହେରା, ରିନା ମିଶ୍ର, ବିଭୁପ୍ରସାଦ ମିଶ୍ର, ବିଭୁପ୍ରସାଦ ନନ୍ଦ ରମାକାନ୍ତ ପଣ୍ଡା ତଥା କଳାବତୀ କଳା ନିକେତନ ର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ। ଧନ୍ୟବାଦ ଅର୍ପଣ କରିଥିଲେ ପୂର୍ବତନ ସଭାପତି କୁଳମଣୀ ଦାଶ ।

Leave a Reply

Your email address will not be published. Required fields are marked *