ନିମାପଡ଼ା ଥାନା ମଧ୍ୟକୁ ଗଣମାଧ୍ୟମ ମନା।
ନିମାପଡା, ୩୧/୫- (ଦର୍ଶନ ସମୀକ୍ଷା)
ପୁରୀ ଜିଲ୍ଲା ନିମାପଡ଼ା ଥାନା ମଧ୍ୟକୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପ୍ରବେଶ ନିଷେଧ।ସୂଚନା ଅନୁଯାୟୀ ନିମାପଡ଼ା ଥାନାରେ ନୂତନ ଥାନା ଅଧିକାରୀ ଯୋଗ ଦେବା ପରେ ବିଭିନ୍ନ ସମୟରେ ଥାନାର ମୁଖ୍ୟ ଫାଟକ ବନ୍ଦ କରିଦିଆ ଯାଉଛି।ମାଳ ମାଳ ଅଭିଯୋଗ ହେଉଥିଲେ ମଧ୍ୟ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗଣମାଧ୍ୟମକୁ କୌଣସି ସୂଚନା ପ୍ରଦାନ କରାଯାଇନଥିବା ଶୁଣିବାକୁ ମିଳୁଛି।ଅଧିକାଂଶ ଅଭିଯୋଗର ସତ୍ୟା ସତ୍ୟ ସନ୍ଧାନ କରାନଯାଇ ମାମଲାକୁ ରଫା ଦଫା କରିଦିଆ ଯାଇଥିବା ବେଳେ ଅନେକ ନିର୍ଦ୍ଦୋଷ ଲୋକ ଯେଉଁ ମାନଙ୍କର କୌଣସି ମାମଲା ସହିତ ସାମାନ୍ୟତମ ସମ୍ପୃତି ନାହିଁ ସେମାନଙ୍କ ବିରୁଦ୍ଧରେ ଥାନା ଅଧିକାରୀ ଆକ୍ରୋଶ ମୂଳକ ଭାବେ ସଙ୍ଗିନ ଦଫା ଲଗାଇ ମାମଲା ରୁଜୁ କରିଛନ୍ତି।ଯଦି କୌଣସି ଗଣମାଧ୍ୟମ ପ୍ରତିନିଧି ଥାନାକୁ ପ୍ରବେଶ କରୁଛନ୍ତି ଏବଂ ମାମଲା ବିଷୟରେ ପଚାରୁଛନ୍ତି ସିଧା ସଳଖ ଉତ୍ତର ମିଳୁଛି ଯେ ସାର୍ ମନା କରିଛନ୍ତି କିଛି ସୂଚନା ଦେବା ପାଇଁ।ସିଧା ସଳଖ ଭାବେ ନିମାପଡ଼ା ଅଞ୍ଚଳରେ ଗଣମଧ୍ୟମ କଣ୍ଠ ରୋଧ କରାଯିବା ସହ ମିଥ୍ୟା ମକଦ୍ଦମା ରୁଜୁ କରାଯାଇ ତାଙ୍କ ମାନବାଧିକର କ୍ଷୀନ କରାଯାଉଛି।ଅପର ପକ୍ଷରେ ଦିନକୁ ଦିନ ଏହି ଅଞ୍ଚଳରେ ଚୋରି, ରାହାଜାନି ସହିତ ଆପରାଧିକା କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଏନେଇ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ଅଞ୍ଚଳର ବୁଦ୍ଧିଜୀବୀମାନେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୁର୍ବୁତ୍ତ ମାନେ ଦିନ ଦିପହରେ ଆପରାଧ ଘଟାଇ ଚାଲି ଯାଉଥିବା ବେଳେ ପୋଲିସ ଅପରାଧୀଙ୍କ ଟେର ପାଉନି କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ ଶୂନ୍ୟ । ଆଗାମୀ ଦିନରେ ଆଇନ ଶୁଙ୍ଖଳା ସ୍ଥିତି ରେ ସୁଧାର ଆଣିବା ସାହିତ ଅଂଚଳକୁ ଅପରାଧ ମୁକ୍ତ କରିବା ନିମନ୍ତେ ପୁରୀ ଏସ ପି ଏଦିଗରେ ହସକ୍ଷପ କରିବା ପାଇଁ ସାଧାରଣରେ ଲୋକମାନେ ଦାବି କରିଛନ୍ତି।












Leave a Reply