‘ମୁଁ ଓଡ଼ିଶାରେ SIR ସରିବା ପରେ VRS ନେଲି। ମୋ’ ଛୋଟ ପୁଅର ମାଟ୍ରିକ ପଢ଼ା ସରିଲେ ଦୁଇ ବର୍ଷ ପରେ ଭୁବନେଶ୍ୱର ଛାଡ଼ିବି।
୨୫ ବର୍ଷ ପରେ IASରେ ପେନସନ ସ୍ଥିର ହୋଇଯାଏ, ଆଉ ବଢିବାର ନଥାଏ।
ଏବେ ଓଡ଼ିଶାରେ ନୁହେଁ, ଓଡ଼ିଶା ବାହାରେ ଘରୋଇ କମ୍ପାନୀରେ କାମ କରିବି। ଚାକିରି ପାଇବାକୁ କଥାବାର୍ତା ଚାଲିଛି।
ମୁଁ ଜିଲ୍ଲାପାଳ ଥିଲା ବେଳେ କିଛି ଆଇନସମ୍ମତ କଠୋର ନିଷ୍ପତ୍ତି ନେଇଥିଲି। ଯାହା ବେଆଇନ ନଥିଲା। ମାତ୍ର ଏବେ ଚିନ୍ତା କରେ, ଏହି ନିଷ୍ପତ୍ତି ଅଧିକ ମାନବୀୟ ହୋଇପାରିଥାନ୍ତା‘- ଆର ସନ୍ଥଗୋପାଳନ, CEO
ଧାମନଗରରେ ୩ ହଜାର ଭୋଟରଙ୍କ ନାଁ କଟିବା, ଚୂଡାନ୍ତ ତାଲିକା ପ୍ରକାଶ ଦିନ ସେଠାକାର NAC exucutive officerଙ୍କ ନିଲମ୍ବନ ଘଟଣା ସହ ତାଙ୍କ ଇସ୍ତଫା ସମ୍ପର୍କ ନେଇ ସେ କିଛି କହିନଥିଲେ!











