ଶିକ୍ଷା ବିକାଶ ସମିତି ତରଫରୁ ବିଦ୍ୱତ ପରିଷଦର ସଦସ୍ୟମାନଙ୍କୁ ନେଇ
ଶତାଦ୍ଦୀର ପଚଂ ପରିବର୍ତନର ଆଲଚୋନା ଚକ୍ର
କେନ୍ଦ୍ରାପଡା, ତା୬.୧୦- ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା
ତ୍ରିଲୋଚନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିଦ୍ୱତ ପରିଷଦ ସଭାପତି , ସଂପାଦକ, ସଦସ୍ୟ ଓ ପ୍ରଧାନ ଗୁରୁଜୀ/ଗୁରୁମାମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଶତାଦ୍ଦୀର ପଚଂ ପରିବର୍ତନ ସମ୍ବଦ୍ଧୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ବିଦ୍ୱତ ପରିଷଦର ସଭାପତି ଗୋଲକ ବିହାରୀ ଭୂୟାଁଙ୍କ ଅଧ୍ୟକ୍ଷତାରେ ପଚଂ ପରିବର୍ତନ ସମ୍ବଦ୍ଧୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମୁଖ୍ୟଅତିଥି ଭାବେ ଉତରପୂର୍ବ ସମ୍ଭାଗର କେନ୍ଦ୍ରାପଡା ଜିଲ୍ଲା ପ୍ରମୁଖ କପିଳ ଚରଣ ମିଶ୍ର ବିଦ୍ୱତ ପରିଷଦର କାର୍ଯ୍ୟ, ଉଦେ୍ଦଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟବାହ ବିନୋଦ ବିହାରୀ ଦାସ ଶତାଦ୍ଦୀର ପଚଂ ପରିବର୍ତନ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ଉକ୍ତ ବୈଠକକୁ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟା ଭାରତୀ ବେହୁରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସଞୟ କୁମାର ଜେନା ମଚଂ ପରିଚାଳନା କରିଥିଲେ । ଉକ୍ତ ବିଦ୍ୟାଳୟର ବିଦ୍ୱତ ପରିଷଦର ସଭାପତି ବଳରାମ ମହାନ୍ତି ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା କେନ୍ଦ୍ରର ପ୍ରଧାନଆଚାର୍ଯ୍ୟ ମନୋଜ କୁମାର ରାଉତ ଯୋଗ ଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସରସ୍ୱତୀ ଶିଶୁ ମନ୍ଦିରରୁ ୬୦ ଜଣ କାର୍ଯ୍ୟକର୍ତା ଯୋଗଦାନ କରିଥିଲେ । ଏଇ ପରିପ୍ରେକ୍ଷୀରେ ବିଦ୍ୟାଳୟର ସଂପାଦିକା ସୁମତୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବତନ ସଂପାଦକ ଉମେଶ ଚନ୍ଦ୍ର ଦାସ କେନ୍ଦ୍ରାପଡା ବିଭାଗ ନୀରିକ୍ଷକ ଡ. ଲକ୍ଷ୍ମଣ କୁମାର ମହାନ୍ତ, ମିନତୀ ବେହେରା , ଦେବାଶୀଷ ଦାସ, ଶ୍ରୀଧର ନାୟକ, ବିଜୟ କୁମାର ସାମଲ, ହୈମବତୀ ନାୟକ, ନିବେଦିତା ଦାସ, କୁଞବିହାରୀ ସ୍ୱାଇଁ, ମୋନାଲିସା ଦାସ, ଅଜୟ କୁମାର ସ୍ୱାଇଁ (ପରିଚାଳନା ସମିତି), ଶଶାଙ୍କ କୁମାର ଓଝା ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।











