ରାସ୍ତା ସାରା ବାଲି ପ୍ରଶାସନ ଚୁପ // ନିମାପଡ଼ାରେ ବାଲି ମାଫିଆଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବାଲି,ମାଟି ଖଣିଜ ଦ୍ରବ୍ୟ ଖୋଲାଖୋଲି ଭାବେ ଦିନରାତି ଚାଲାଣ ହେଉଛି। ପ୍ରଶାସନ ସବୁ ଜାଣି ମଧ୍ୟ ନଜାଣିବାର ଅଭିନୟ କରିବା ସହ ପରସ୍ପର ଉପରେ ଦୋଷାରୋପ କରି ଚାଲିଛନ୍ତି

Spread the love

ନିମାପଡା :(ଦର୍ଶନ ସମୀକ୍ଷା )ନିମାପଡ଼ାରେ ବାଲି ମାଫିଆଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବାଲି,ମାଟି ଖଣିଜ ଦ୍ରବ୍ୟ ଖୋଲାଖୋଲି ଭାବେ ଦିନରାତି ଚାଲାଣ ହେଉଛି। ପ୍ରଶାସନ ସବୁ ଜାଣି ମଧ୍ୟ ନଜାଣିବାର ଅଭିନୟ କରିବା ସହ ପରସ୍ପର ଉପରେ ଦୋଷାରୋପ କରି ଚାଲିଛନ୍ତି। ତହସିଲ ଅଫିସ ଖଣି ବିଭାଗକୁ ଦୋଷ ଦେଉଥିବା ବେଳେ ଖଣିବିଭାଗ ପୋଲିସ ସହଯୋଗ କରୁନଥିବା କହୁଛି। ବାଲି,ମାଟି ଚୋରା ଚାଲାଣ ହେବାଦ୍ବାରା ରାଜସ୍ବ ତ ଯାହା ହାନି ହେଉଛି ତା’ଠାରୁ ଅଧିକ ସମ୍ବେଦନଶୀଳ କାର୍ଯ୍ୟ କରୁଛନ୍ତି ବାଲି ମାଫିଆମାନେ।

ନଦୀରୁ ଖଣିଜ ଦ୍ରବ୍ୟ ଚାଲାଣ ନିମନ୍ତେ ୧୦କିମି ଦୂରତା ମଧ୍ୟରେ ପ୍ରାୟ ୧୦ଟି ସ୍ଥାନରେ ବନ୍ଧକୁ କାଟି ରାସ୍ତା ତିଆରି କରିଛନ୍ତି। କୁଶଭଦ୍ରା ନଦୀବନ୍ଧର ଆଳିପିଙ୍ଗଳ, ବେଲକଣ, ଝାମ୍ପୁଲା କୁଦ, ଧୀରପୁର, ପାଟପୁର, ଦିଘାଳୋ ଏମିତି ବିଭିନ୍ନ ସ୍ଥାନରେ ୪-୫ଫୁଟ ଉଚ୍ଚତାର କଟାଯାଇଛି। ସେହିରାସ୍ତା ଦେଇ ନିୟମିତ ହାଇୱା, ଟ୍ରାକ୍ଟର, ଜେସିବି ଯିବାଆସିବା ଦ୍ୱାରା ଦିନକୁଦିନ ବନ୍ଧ ଦୁର୍ବଳ ହେବାରେ ଲାଗିଛି। ବର୍ଷା କ୍ରମାଗତ ହେଲେ ବନ୍ଧ ମରାମତି ଅସମ୍ଭବ ହୋଇପଡିବ। ବାଲି ମାଫିଆଙ୍କ ପାଇଁ ଅଞ୍ଚଳବାସୀ ପ୍ରଭାବିତ ହେବେ। ଏବେଠୁ ପ୍ରଶାସନର ଚେତା ନପଶିଲେ ଆଗକୁ ଯେ କେଉଁପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ତାହା କହିବା ମୁସ୍କିଲ। ଖଣି ବିଭାଗ ଉଚ୍ଚକର୍ତୃପକ୍ଷ, ପୁରୀ ଜିଲ୍ଲାପାଳ, ଉପମୁଖ୍ୟମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି। 

Leave a Reply

Your email address will not be published. Required fields are marked *