Spread the love

ରଙ୍ଗବଳାରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ
ନିମାପଡା:-୨୮-୪-ଦର୍ଶନ ସମୀକ୍ଷା

ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକରେ ରଙ୍ଗ ପରିବର୍ତ୍ତନରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି। ସୁଚନା ଅନୁଯାୟୀ ସରକାର ପରିବର୍ତ୍ତନ ହେବା ପରେ ପୁର୍ବ ସରକାରଙ୍କ ବିଭିନ୍ନ ଯୋଜନାର ନାମ ପରିବର୍ତ୍ତନ କରାଯିବା ସହ ଯୋଜନାରେ ଅନ୍ତର୍ଭୁକ୍ତ ଗାଡ଼ିଘୋଡ଼ା ସହ ଅଫିସ କାର୍ଯ୍ୟାଳୟ ଗୁଡିକର ରଙ୍ଗ ପରିବର୍ତ୍ତନ କରାଯାଇଛି।

ବିନା ଟେଣ୍ଡରରେ ଲକ୍ଷ ଲକ୍ଷ ଟଙ୍କାର କାମଗୁଡ଼ିକୁ ଅନଅବଜ୍ଞ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦେଶ ଦେବା ଫଳରେ ଅଧିକ ମାତ୍ରାରେ ଲାଭ ପାଇବା ପାଇଁ ଏହି ଠିକାଦାରମାନେ ସ୍ବଳ୍ପ ଖର୍ଚ୍ଚରେ ବଜାରରୁ ଅତ୍ୟଧିକ ନିମ୍ନମାନର ରଙ୍ଗ କିଣି ବିଭିନ୍ନ ଅଫିସ କାର୍ଯ୍ୟାଳୟକୁ ରଙ୍ଗ କରିଥିବା ବେଳେ ଗତ କିଛିଦିନ ତଳେ ସ୍ୱଳ୍ପ ବର୍ଷାରେ କାନ୍ଥ ବାଡ଼ରୁ ସମସ୍ତ ରଙ୍ଗ ଧୋଇ ହୋଇଯାଇଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସରକାର ସମୟରେ ରଙ୍ଗ ପରିବର୍ତ୍ତନକୁ ନେଇ ବିରୋଧୀ ସରକାରଙ୍କୁ ସମାଲୋଚନା କରୁଥିବା ବେଳେ ଏବେ ଏହି ରଙ୍ଗ ପରିବର୍ତ୍ତନରେ ମହା ଘୋଟାଲା ହୋଇଥିବା ନିମାପଡ଼ା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ତେବେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିମାପଡ଼ା ଅଞ୍ଚଳର ଜନସାଧାରଣମାନେ ଦାବି କରିଛନ୍ତି। ଆଜକୁ ୯ମାସେ ହେବ ଏନଏସି ରେ କୋଣଶି ମିଟୀଙ୍ଗ ହୋଇ ନାହିଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ନିନ୍ଦା କରୁଥିବାବେଳେ ଅଧ୍ୟକ୍ଷା କାହିଁକି ମିଟିଙ୍ଗ ଡାକୁ ନାହାନ୍ତି ତାହା ଏନଏସି ଅଞ୍ଚଳରେ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି।

Leave a Reply

Your email address will not be published. Required fields are marked *