ଫିକି ଓଡ଼ିଶା ରାଜ୍ୟ ପରିଷଦର ୨୦୨୬-୨୭ ପାଇଁ ପ୍ରଥମ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର: (ଦର୍ଶନ ସମୀକ୍ଷା)
ଫେଡେରେସନ ଅଫ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଏଫଆଇସିସିଆଇ) ଓଡ଼ିଶା ଷ୍ଟେଟ୍ କାଉନସିଲ୍ ୨୦୨୬-୨୭ ବର୍ଷ ନିମନ୍ତେ ତାହାର ପ୍ରଥମ ବୈଠକ ଭୁବନେଶ୍ୱରରେ ୨୦୨୬ ଏପ୍ରିଲ ୨୯ ତାରିଖରେ ଆୟୋଜନ କରିଥିଲା । ଏହି ବୈଠକରେ ପରିଷଦର ଆନୁଷ୍ଠାନିକ ଗଠନ ଏବଂ ଶ୍ରୀ ଜଗନ୍ନାଥ ପି.ନାୟକ, ଚେୟାରମ୍ୟାନ, ଫିକି ଓଡ଼ିଶା ଷ୍ଟେଟ୍ କାଉନସିଲ୍ ଓ ପ୍ରେସିଡେଣ୍ଟ ତଥା ୟୁନିଟ୍ ହେଡ- ଆଦିତ୍ୟ ଆଲୁମିନିୟମ, ହିଣ୍ଡାଲ୍କୋ ଇଣ୍ଡଷ୍ଟି୍ରଜ ଲିମିଟେଡ ଏବଂ ଶ୍ରୀ ସଞ୍ଜୟ ଶତପଥୀ, କୋ-ଚେୟାରମ୍ୟାନ୍, ଫିକି ଓଡ଼ିଶା ଷ୍ଟେଟ କାଉନସିଲ୍ ତଥା ସିଏଚ୍ଆରଓ, ଇମ୍ଫାଙ୍କ ନେତୃତ୍ୱ ଅଧୀନରେ ଏକ ସୁସଂହତ ନୀତି ସମର୍ଥନକାରୀ ନକ୍ସା ପ୍ରସ୍ତୁତି ନିମନ୍ତେ ମୂଳଦୁଆ ପକାଇବାକୁ ବିଶିଷ୍ଟ ଶିଳ୍ପ ନେତୃବୃନ୍ଦ, ଉଦ୍ୟୋଗୀଗଣ ଏବଂ ବରିଷ୍ଠ ଏକ୍ଜିକ୍ୟୁଟିଭ୍ମାନେ ସମବେତ ହୋଇଥିଲେ ।
ନିଜର ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରି ଶ୍ରୀ ଜଗନ୍ନାଥ ନାୟକ କହିଥିଲେ, “ଫିକିର ସାମର୍ଥ୍ୟ ତାହାର ରଣ କୌଶଳାତ୍ମକ ମୂଲ୍ୟଗତ ଅବସ୍ଥିତିରେ ରହିଛି- ତାହା ହେଉଛି ଉଭୟ ରାଜ୍ୟ ଓ ଜାତୀୟ ସ୍ତରରେ ଶିଳ୍ପକୁ ନୀତିଗତ ସମର୍ଥନକାରୀ ସୁଯୋଗ, ନେତୃତ୍ୱକାରୀ ନିୟୋଜନତା, ଗବେଷଣା-ଭିତ୍ତିକ ସହାୟତା ଏବଂ ଅର୍ଥପୂର୍ଣ୍ଣ ନେଟୱର୍କିଂ ଯୋଗାଇଦେବାର ସାମର୍ଥ୍ୟ । ସରକାରଙ୍କ ସମ୍ମୁଖରେ ଉପସ୍ଥାପନା ହେଉ, ନୀତିଗତ ଆଲୋଚନାରେ ଅଂଶଗ୍ରହଣ ଅଥବା ସହଯୋଗୀତା ଏବଂ ବୈଶ୍ୱିକ ପହଞ୍ଚ ନିମନ୍ତେ ସୁଯୋଗ ସୃଷ୍ଟି କରିବା ହେଉ, ଫିକି ଭାରତୀୟ ଶିଳ୍ପ ନିମନ୍ତେ ନିରନ୍ତର ଏକ ବିଶ୍ୱସନୀୟ ସଂସ୍ଥାନଗତ ଅଂଶୀଦାର ହୋଇ ରହିଆସିଛି ।
ଏକ ଷ୍ଟେଟ କାଉନସିଲ୍ ଭାବରେ ଆମର ଦାୟିତ୍ୱ ହେଉଛି ଏହି ସଂସ୍ଥାନଗତ ସାମର୍ଥ୍ୟକୁ ସ୍ଥାନୀୟ ସ୍ତରରେ ଉପଯୋଗ କରିବା, ସଦସ୍ୟମାନଙ୍କର ନିୟୋଜନତାରେ ବୃଦ୍ଧି ଘଟାଇବା ଏବଂ ଓଡ଼ିଶାର ସମସ୍ତ କ୍ଷେତ୍ର ଓ ଅଞ୍ଚଳଗୁଡିକରେ ଫିକିର ଉପସ୍ଥିତିକୁ ପରିବ୍ୟାପ୍ତ କରିବା । ସଦସ୍ୟତା ସୁଦୃଢ କରିବା, ପରିବ୍ୟାପ୍ତ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏବଂ ଫିକିର ପହଞ୍ଚ ଯେଭଳି ସମସ୍ତ ଆକାରର ଉଦ୍ୟୋଗଗୁଡିକୁ ଫାଇଦା ଦେବ, ତାହା ସୁନିଶ୍ଚିତ କରିବାକୁ ଆମେ ସମସ୍ତେ ସମ୍ମିଳିତ ଭାବରେ କାର୍ଯ୍ୟ କରିବାକୁ ହେବ ବୋଲି ଶ୍ରୀ ନାୟକ ଉଲ୍ଲେଖ କରିଥିଲେ ।
ପ୍ରଥମ ବୈଠକରେ ଅନୁଷ୍ଠିତ ଆଲୋଚନା ନୀତି ସମର୍ଥନକାରୀ କ୍ଷେତ୍ରଗୁଡିକୁ ଚିହ୍ନଟ କରିବା ଉପରେ କେନ୍ଦ୍ରୀଭୂତ ଥିଲା ଯାହା ଓଡ଼ିଶରେ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏବଂ ରାଜ୍ୟରେ ବ୍ୟବସାୟ ସହଜ କରିବାରେ ସହାୟକ ହେବ । ନିୟାମକ ବ୍ୟବସ୍ଥାରେ ସଂସ୍କାର, ପୁଞ୍ଜିନିବେଶକୁ ପ୍ରୋତ୍ସାହନ, ଦକ୍ଷତା ଏବଂ ଏମ୍ଏସଏମ୍ଇ ବିକାଶ, ଭିତ୍ତିଭୂମିର ବିକାଶ ଏବଂ ଦୀର୍ଘସ୍ଥାୟୀ ଶିଳ୍ପ କାର୍ଯ୍ୟାଭ୍ୟାସ ଭଳି ସମସ୍ତ ମୁଖ୍ୟ ପ୍ରସଙ୍ଗଗୁଡିକ ଉପରେ ସଦସ୍ୟମାନେ ବିସ୍ତୃତ ଆଲୋଚନା କରିଥିଲେ, ଯାହା ଓଡ଼ିଶାକୁ ନୂତନ ଏବଂ ସମ୍ପ୍ରତି ରହିଥିବା ଘରୋଇ ଓ ବିଦେଶୀ ପୁଞ୍ଜିନିବେଶଗୁଡିକ ନିମନ୍ତେ ଏକ ଆକର୍ଷଣୀୟ ସ୍ଥଳ ଭାବରେ ଗଢିତୋଳିବାରେ ସହାୟକ ହେବ ।
ଏହି ବୈଠକରେ ଶ୍ରୀମତୀ ମୋନିକା ନାୟର ପଟ୍ଟନାୟକ, ମ୍ୟାନେଜିଂ ଡାଇରେକ୍ଟର, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ, ଶ୍ରୀ ଜେ କେ ମହାନ୍ତି, ସିଏମ୍ଡି, ସ୍ୱସ୍ତି ଗ୍ରୁପ୍, ଶ୍ରୀ ଘନଶ୍ୟାମ ପରିଡା, ହେଡ୍-ଓଡ଼ିଶା ପ୍ରୋଜେକ୍ଟସ୍, ଆର୍ସେଲରମିତ୍ତଲ, ନିପ୍ପନ ଷ୍ଟିଲ ଇଣ୍ଡିଆ (ଏଏମ୍ଏନଏସ୍), ଶ୍ରୀ ରାଜେନ୍ ପାଢୀ, ଡାଇରେକ୍ଟର, ଏକ୍ଜିମ୍ କନ୍ସଲଟାନ୍ସି, ଶ୍ରୀ ପୱନ ସୋମାନି, ହେଡ୍-ମାଇନିଂ ସର୍ଭିସେସ୍, ଏସେଲ୍ ମାଇନିଂ ଲିମିଟେଡ, ଶ୍ରୀ ଆଲେକ୍ସ ଥୋମାସ, ରେସିଡେଣ୍ଟ ଡାଇରେକ୍ଟର, ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ, ଶ୍ରୀ ସୁଶାନ୍ତ କୁମାର ମିଶ୍ର, ଇଆଇସି-ଏଫଏଏମ୍ଡି ଏବଂ ଶ୍ରୀମତୀ ରଶ୍ମୀ ସାହୁ, ମ୍ୟାନେଜିଂ ଡାଇରେକ୍ଟର, ଫାର୍ମବିଙ୍କ ସମେତ ବହୁ ଶିଳ୍ପ ନେତୃବୃନ୍ଦ ତଥା ଡାଲମିଆ ସିମେଣ୍ଟ, ପାରାଦୀପ ଫସ୍ଫେଟସ୍ ଲିମିଟେଡ, ୱେଲସ୍ପୁନ୍ ଲିଭିଂ, ୱର୍ଲଡ ସ୍କିଲ ସେଣ୍ଟର, ପିଡବ୍ଲ୍ୟୁସି, ଫାକର୍ ଆଲଏଜ୍ର ପ୍ରମୁଖ ବ୍ୟକ୍ତିବିଶେଷ ମଧ୍ୟ ଉପସ୍ଥିତ ଥିଲେ ।












Leave a Reply