Spread the love

ଝାରସୁଗୁଡ଼ା: ସହର ଓ ଲଖନପୁର ବ୍ଲକ୍ ରେ ଲିଙ୍ଗ ଅନୁପାତ ୯୫୦ ରୁ କମ୍ କମିଟି ତୁରନ୍ତ ପଦକ୍ଷେପ ପାଇଁ ଜିଲ୍ଲାପାଳ କୁନାଲ୍ ମୋତିରାମ୍ ଙ୍କ ନିର୍ଦେଶ..

ଝାରସୁଗୁଡ଼ା : କୁନା ଦିଗାଲ (ଦର୍ଶନ ସମୀକ୍ଷା)

ଜିଲ୍ଲାପାଳ ଶ୍ରୀ କୁନାଲ୍ ମୋତିରାମ୍ ଚାୱନ, IAS ଙ୍କ ଅଧ୍ୟକ୍ଷତାରେ PC & PNDT ଆକ୍ଟ ଉପରେ ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହେଇଥିଲା l ଉକ୍ତ ବୈଠକୁ CDM & PHO, ଝାରସୁଗୁଡ଼ା ଆହ୍ୱାନ କରିଥିଲେ l ଜିଲ୍ଲାରେ ଜନ୍ମ ସମୟର ଲିଙ୍ଗ ଅନୁପାତରେ ସାମଗ୍ରିକ ଭାବେ ଉନ୍ନତି ହେଉଥିଲେ ମଧ୍ୟ ୨୦୨୫-୨୦୨୬ ରେ ଝାରସୁଗୁଡ଼ା ସହର ଓ ଲଖନପୁର ବ୍ଲକ୍ ରେ ଏହା ୯୫୦ ରୁ କମ୍ ରହିଛି ବଲି କମିଟି ଉଦବେଗ ପ୍ରକାଶ କରିଛି l ଏହାର ସମାଧାନ ପାଇଁ କମିଟି ନିମ୍ନଲିଖିତ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇଛି l କନ୍ୟା ସନ୍ତାନର ମହତ୍ତ୍ୱ ସମ୍ପର୍କରେ IEC/BCC କାର୍ଯ୍ୟକ୍ରମକୁ ଜୋରଦାର କରିବା, ଗର୍ଭାବସ୍ଥାରେ ANC ପରାମର୍ଶକୁ ସୁଦୃଢ଼ କରିବା, ଲିଙ୍ଗ ଚୟନ ପ୍ରଥା ଉପରେ ସତର୍କତା ବଢ଼ାଇବା, ଲିଙ୍ଗ ଅନୁପାତ ଉପରେ ମାସିକ ବ୍ଲକସ୍ତରୀୟ ସମୀକ୍ଷା ବୈଠକ କରିବା, କମ ପ୍ରଦର୍ଶନ କରୁଥିବା ବ୍ଲକ୍ ରେ କ୍ଷେତ୍ରସ୍ତରୀୟ ତଦାରଖ ବଢ଼ାଇବା , PRI ସଦସ୍ୟ ଓ ସାମୁଦାୟିକ ନେତା ଙ୍କୁ ସାମିଲ କରିବା ସହିତ କମିଟି ଅଲଟ୍ରାସାଉଣ୍ଡ ୟୁନିଟ୍ ଗୁଡ଼ିକର କଡ଼ା ଓ ଅଚାନକ ନିରୀକ୍ଷଣ ପାଇଁ ନିର୍ଦେଶ ଦେଇଛନ୍ତି l ଘରୋଇ ଅଲଟ୍ରାସାଉଣ୍ଡ ୟୁନିଟ୍ ଗୁଡ଼ିକୁ PMSMA ଅଧୀନରେ ସମ୍ମାନଜନକ ମାତୃତ୍ୱ ଯତ୍ନ ନିର୍ଦେଶାବଳୀ ପାଳନ କରି ସେବା ଯୋଗାଇବାକୁ କୁହାଯାଇଛି l ବୈଠକରେ PC & PNDT ଆକ୍ଟ ଅଧୀନରେ ପଞ୍ଜୀକରଣ ପାଇଁ ଥିବା ବିଚାରାଧୀନ ଆବେଦନ ଏବଂ କାର୍ଯ୍ୟକ୍ଷମ ଅଲଟ୍ରାସାଉଣ୍ଡ ୟୁନିଟ୍ ଗୁଡ଼ିକର ସ୍ଥିତି ଉପରେ ମଧ୍ୟ ଆଲୋଚନା ହୋଇଥିଲା l PC & PNDT ଆକ୍ଟ ଲିଙ୍ଗ ନିର୍ଦ୍ଧାରଣ ଓ ଲିଙ୍ଗ-ଭିତ୍ତିକ ଗର୍ଭପାତକୁ ବାରଣ କରେ l

Leave a Reply

Your email address will not be published. Required fields are marked *