ଦୀର୍ଘ ୬ ଦିନ ଧରି ଅନ୍ଧାରରେ କାତାପାଲି କଲୋନୀ
ଅସହ୍ୟ ଗରମରେ ଜନ ଜୀବନ ଅସ୍ତବ୍ୟସ୍ତ
ସନ୍ଧ୍ୟା ହେଲେ ପିଲାଙ୍କ ପାଠ ପଢ଼ାରେ ବନ୍ଧା ହେଉଛି ଡୋରୀ
ବାରମ୍ବାର ଅଭିଯୋଗ ପରେ ଶୁଣୁନାହାନ୍ତି କତୃପକ୍ଷ
ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ବିଗତ କିଛି ଦିନ ହେବ ମାଲକାନଗିରି ଜିଲ୍ଲାରେ ପ୍ରଚଣ୍ଡ ଗରମ ଜାରୀ ରହିଛି।ଟିକିଏ ପବନ ହେଲେ ଅଘୋଷିତ ବିଦ୍ୟୁତ କାଟ କରାଯାଉଛି।ପ୍ରବଳ ରୌଦ୍ରତାପ ସାଙ୍ଗକୁ ଅସହ୍ୟ ଗରମରେ ଛଟ ପଟ ହେଉଛନ୍ତି ବିଦ୍ୟୁତ ଉପଭୋକ୍ତା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ପୁରୁଣା ଚି଼ମଟାପାଲ୍ଲୀ ପଞ୍ଚାୟତ ଅଧୀନ କତାପାଲି କଲୋନୀ ଗ୍ରାମରେ। ଗ୍ରାମବାସୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ଗତ ଶନିବାର ଦିନ କତାପାଲ୍ଲୀ ଏବଂ ଏମଭି-୫୦ ନମ୍ବର ଗ୍ରାମ ମଝିରେ ଥିବା ଟ୍ରାନ୍ସଫର୍ମର କୌଣସି କାରଣରୁ ଅଚଳ ହୋଇ ଯିବାରୁ ଏହି ପଞ୍ଚାୟତର କାତାପାଲ୍ଲୀ କଲୋନୀ ଗ୍ରାମରେ ବିଦ୍ୟୁତ ନ ଥିବାରୁ ଶତାଧିକ ପରିବାର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଉକ୍ତ ଅଞ୍ଚଳରେ କରେଣ୍ଟ ନ ଥିବା ଯୋଗୁ ଫ୍ୟାନ, କୁଲର, ଫ୍ରିଜ, କମ୍ପ୍ୟୁଟର , ଟିଭି,ପିଇବା ପାଣି ଭଳି ଅତି ଅତି ନିତ୍ୟ ବ୍ୟବହାର୍ଯ୍ୟ ମେସିନ ଗୁଡିକ ସମ୍ପୂର୍ଣ ଭାବେ ଅଚଳ ରହିଛି। ମୁଖ୍ୟତଃ ଆଗକୁ ପିଲାମାନଙ୍କର ପରୀକ୍ଷା ଥିବା ବେଳେ କରେଣ୍ଟ ନ ଥିବାରୁ ସନ୍ଧ୍ୟା ହେଲେ ପିଲାଙ୍କ ପାଠ ପଢ଼ାରେ ଏକ ପ୍ରକାର ଡୋରି ବନ୍ଧା ହୋଇଯାଉଛି।ଏ ନେଇ କାତାପାଲ୍ଲୀ କଲୋନୀର ଗ୍ରାମବାସୀ ଦୀର୍ଘ ୬ ଦିନ ଧରି ବିଦ୍ୟୁତ ବିଭାଗର କର୍ମଚାରୀ ଓ ବିଭାଗୀୟ କତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ବି କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ସମିତି ସଭ୍ୟା ମଦନା ପାମିୟା, ବିଶ୍ଵନାଥ ଖରା,ଲକ୍ଷ୍ମଣ ଖରା, ଦେବ ପାଙ୍ଗି, ଗୁରୁମୂର୍ତ୍ତି ଖରା, ବୁଦୁ ହନ୍ତାଳ, ମିନା ମାଡକାମୀ, ହରି ଖିଲ, ରାମ ଖରାଙ୍କ ସମେତ ଗ୍ରାମର ସମସ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଯଦି ବିଭାଗ ପକ୍ଷରୁ ତୁରନ୍ତ ଅଚଳ ହୋଇଥିବା ଟ୍ରାନ୍ସଫର୍ମର ଟିକୁ ମରାମତି କରି କରେଣ୍ଟ ଯୋଗାଇ ନ ଦେବେ ତେବେ ନିରୁପାୟ ହୋଇ କତାପାଲ୍ଲୀ କଲୋନୀ ଗ୍ରାମବାସୀ ବାଲିମେଳା ସ୍ଥିତ ଟିପିଏସଓଡିଏଲ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଉପରୋକ୍ତ ଚେତାବନୀ ଦେଇଛନ୍ତି।ଏ ସମ୍ପର୍କରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଦେବେନ୍ଦ୍ର କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ,
ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ କୌଣସି ଅଭିଯୋଗ କରାଯାଇନାହିଁ
ତୁରନ୍ତ କର୍ମଚାରୀଙ୍କୁ ପଠାଇ ଉକ୍ତ ଟ୍ରାନ୍ସଫର୍ମରର ମରାମତି କରି ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି କନିଷ୍ଠଯନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି।












Leave a Reply