ଗଜପତିରେ ପୁଣି 4 ଟିକିଆ ଜଙ୍ଗଲି ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ ପାରଳାଖେମୁଣ୍ଡି, 26/2(ତାରିଣୀ ପ୍ରସାଦ ପଣ୍ଡା ) ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲାର କାଶୀନଗର ତହସିଲରେ ପୁଣି 4 ଟିକିଆ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ପନିପରିବା, ମକା ଓ ଆଖୁ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି. ଏହି ତହସିଲ ଅନ୍ତର୍ଗତ ଖାଣ୍ଡବା ପଞ୍ଚାୟତ ଅଞ୍ଚଳର ପୁର୍ରୁଟିଗୁଡ଼ା, ଭନ୍ନା, ଗୈରୀ ଆଦି ଅଞ୍ଚଳରେ ଚାରୋଟି ଜଙ୍ଗଲୀ ହାତୀପଲ ଗ୍ରାମ ମୁହାଁ ହୋଇ ଫସଲ ନଷ୍ଟ କରିବାରେ ଲାଗିଛନ୍ତି । ଆଖପାଖ ଅଞ୍ଚଳରେ ରହୁଥିବା ଗ୍ରାମବାସୀ ଏହି 4 ଟିକିଆ ହାତୀପଲକୁ ନେଇ ଭୟ ଓ ଆତଙ୍କରେ ଜୀବନଯାପନ କରୁଛନ୍ତି. ଏହି ହାତୀପଲ ପୂର୍ବରୁ କାଶୀନଗର ଅଞ୍ଚଳରେ ରହିଥିଲେ. କିନ୍ତୁ ବର୍ତ୍ତମାନ କିଛି ଦିନ ହେଲା ଏହି ହାତପଲ ଭନ୍ନା, ଗୈରୀ ପୁରୁଟିଗୁଡା ଅଞ୍ଚଳରେ ଥିବା ପନିପରିବା, ଆଖୁ ଓ ମକା ଚାଷ କରାଯାଇ ଥିବା ଜମିରେ ପଶିଯାଇ ଫସଲ ନଷ୍ଟ କରୁଛନ୍ତି । ବର୍ତ୍ତମାନ ଏହି ଅଞ୍ଚଳର ଚାଷ ଜମିରେ ଟମାଟୋ, ମକା, ଆଖୁ ସହ ଅନ୍ୟାନ୍ୟ ପନିପରିବାକୁ ନେଇ ହାତୀପଲ ସଂପୂର୍ଣ୍ଣ ଭାବେ ନଷ୍ଟ କରି ଦେଇଛନ୍ତି. ହାତୀ ଉପଦ୍ରବ ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବା ସହ ଜଙ୍ଗଲୀ ହାତୀଙ୍କ ଦାଉରୁ ସାଧାରଣଙ୍କ ଧନ ଜୀବନକୁ ସୁରକ୍ଷା ଦେବା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି.
ପାରଳାଖେମୁଣ୍ଡିରେ ସ୍ୱାମୀ ମୁକୁନ୍ଦାନନ୍ଦଙ୍କ ‘ଜୀବନ ପରିବର୍ତ୍ତନ’ କାର୍ଯ୍ୟକ୍ରମ ସମ୍ପନ୍ନ: ଆଧ୍ୟାତ୍ମିକ ଶିକ୍ଷାରେ ଅନୁପ୍ରାଣିତ ଶ୍ରଦ୍ଧାଳୁ
ପାରଳାଖେମୁଣ୍ଡି,, 26/2(ତାରିଣୀ ପ୍ରସାଦ ପଣ୍ଡା):-

ଶ୍ରୀଜଗନ୍ନାଥ ମନ୍ଦିର ନିକଟସ୍ଥ ଆର୍ବନ ବ୍ୟାଙ୍କ ପଡିଆରେ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କ ଦ୍ୱାରା ଆୟୋଜିତ ‘ଜୀବନ ପରିବର୍ତ୍ତନ’ କାର୍ଯ୍ୟକ୍ରମ ଅତି ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ସହର ତଥା ଆଖପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ସ୍ୱାମୀଜୀଙ୍କ ଅମୃତ ବଚନ ଶ୍ରବଣ କରିଥିଲେ।
ସ୍ୱାମୀଜୀ ନିଜ ପ୍ରବଚନ ମାଧ୍ୟମରେ ମନୁଷ୍ୟ ଜୀବନର ଲକ୍ଷ୍ୟ, ମନର ନିୟନ୍ତ୍ରଣ ଏବଂ ସକାରାତ୍ମକ ଜୀବନଶୈଳୀ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ଆଧ୍ୟାତ୍ମିକତା କେବଳ ପୂଜାପାଠରେ ସୀମିତ ନୁହେଁ, ବରଂ ଏହା ନିଜର ଚିନ୍ତାଧାରାକୁ ଶୁଦ୍ଧ କରିବା ଏବଂ ସେବା ମନୋଭାବ ରଖିବାର ଏକ ମାର୍ଗ। କାର୍ଯ୍ୟକ୍ରମରେ ଉପସ୍ଥିତ ଭକ୍ତମାନେ ଯୋଗ ଏବଂ ଧ୍ୟାନର କଳା ଶିଖିବା ସହ ଶାନ୍ତି ଓ ଆନନ୍ଦର ଅନୁଭୂତି ପାଇଥିଲେ।
ଏହି ଆଧ୍ୟାତ୍ମିକ ସଭାରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ସ୍ୱାମୀଜୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଆୟୋଜକ ରାଧା ଗୋବିନ୍ଦ ଧାମ କମିଟି ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
ଗଜପତିରେ ଅଙ୍ଗନବାଡି ଓ ଆଶାକର୍ମୀ ସଂଘର ବିକ୍ଷୋଭ ପାରଳାଖେମୁଣ୍ଡି, 26/2(ତାରିଣୀ ପ୍ରସାଦ ପଣ୍ଡା )

ଭାରତୀୟ ମଜଦୁର ସଂଘ ସହ ଅନୁବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ ଏବଂ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ଗଜପତି ଶାଖା ପକ୍ଷରୁ ଗଜପତି ଜିଲ୍ଲାପାଳଙ୍କ
କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଉଭୟ ଅଙ୍ଗନବାଡ଼ି ଓ ଆଶାକର୍ମୀ ଏକତ୍ରିତ ହୋଇ ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥମନ୍ଦିର ସମ୍ମୁଖରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ. ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଦାବି ସମ୍ବଳିତ ଦାବିପତ୍ର ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଦାନ କରିଥିଲେ.












Leave a Reply