ଭକ୍ତ ବିଶ୍ୱାବାସୁଙ୍କର ଗ୍ରାମ କାଳିଆ ପଲ୍ଲୀର ଶବର ଶବରୁଣୀ ମାନଙ୍କର ପାରମ୍ପରିକ ଉତ୍ସବ (ବାଲି ଚଲାଖିଆ) ପର୍ବ ଯାହା ଲଳିତା ଓ ବିଦ୍ୟାପତିଙ୍କର ପ୍ରଥମ ସାକ୍ଷାତ ସ୍ମୃତିରେ ପାଳନ କରାଯାଏ,
ପୁରୀ : (ଦର୍ଶନ ସମୀକ୍ଷା)
ସେଥିରେ ଯୋଗ ଦେବା ପାଇଁ ବିଶ୍ୱାବାସୁଙ୍କର ବଂଶଜ ଶ୍ରୀ ବିଦ୍ୟାଧର ବେହେରା ଓ କାଳିଆ ପଲ୍ଲୀର ମୁଖିଆ ଶ୍ରୀ ଗୁନିଆ ବେହେରା, ମହାପ୍ରଭୁ ଜଗନ୍ନାଥଙ୍କର ମୁଖ୍ୟ ସେବକ ମହାନାୟକ ଗୁରୁ ଶ୍ରୀ ରାମଚନ୍ଦ୍ର ବଡ଼ପଣ୍ଡା ସାମନ୍ତ ମହାଶୟଙ୍କୁ ନିମନ୍ତ୍ରଣ କରି ଥିଲେ। ନିମନ୍ତ୍ରଣ ରକ୍ଷା କରି ତା- ୦୧ ଫେବୃଆରୀ, ୨୦୨୬ (ମାଘ ପୂର୍ଣ୍ଣିମା) ଦିନ ମହାନାୟକ ଶ୍ରୀ ରାମଚନ୍ଦ୍ର ବଡ଼ପଣ୍ଡା ସାମନ୍ତ ମହାଶୟ ସେଠାରେ ପାଦ ଦେଇ ଥିବାରୁ, ଶବର ଶବରୁଣୀ ମାନେ ତାଙ୍କ ପାଦ ପୂଜା କରି, ପକ୍ଷୀର ମୁକୁଟ ସହିତ କଉଡ଼ିର ମାଳ ପିନ୍ଧାଇ ପାରମ୍ପରିକ ରୀତିନିତି ଓ ମାଦଳ ନାଚ ସହ ତାଙ୍କୁ ପାଛୋଟି ନେଇ ଥିଲେ, ଯାହା ଶ୍ରୀ ବଡ ପଣ୍ଡାଙ୍କୁ ମୁଗ୍ଧ କରିଥିଲା। ଶବରମାନେ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କର ଆଦ୍ୟ ସେବକ ଓ ବଡପଣ୍ଡା ହେଉଛନ୍ତି ମୁଖ୍ୟ ସେବକ ତଥା ମୁଖ୍ୟ ଆଚାର୍ଯ୍ୟ। ଶବର ରାଜା ବିଶ୍ୱାବାସୁଙ୍କର ଜ୍ୱାଇଁ ବିଦ୍ୟାପତି ଥିଲେ ବଡ଼ପଣ୍ଡା ବଂଶର ଓ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର କୂଳ ପୁରୋହିତ ବା କୂଳଗୁରୁ ତଥା ଶବର ଗ୍ରାମର ଜ୍ୱାଇଁ ମଧ୍ୟ।
ସେଥିପାଇଁ ଶବର ରାଜା ବିଶ୍ୱାବାସୁଙ୍କ ସନ୍ତକ ହିସାବରେ ତାଙ୍କର ପାରମ୍ପରିକ ହତିଆର ପିତଳ ଧାତୁରେ ନିର୍ମିତ ଧନୁତୀର ସମ୍ମାନ ଅର୍ଥରେ ଶ୍ରୀ ବଡପଣ୍ଡାଙ୍କୁ ଭେଟି ସ୍ୱରୂପ ଦିଆ ଯାଇଥିଲା। ଶ୍ରୀ ବଡ଼ପଣ୍ଡା ଜଗନ୍ନାଥ ମନ୍ଦିରର ପରମ୍ପରା ରୀତିନୀତି,ଐତିହ୍ୟ ଓ ଦଇତାପତି ତଥା ଶବରମାନଙ୍କ ସହିତ ମହାପ୍ରଭୁ ଜଗନ୍ନାଥଙ୍କର ଘନିଷ୍ଠ ସମ୍ପର୍କ ବିଷୟରେ ବହୁ ମୂଲ୍ୟବାନ କଥା କହିଥିଲେ । ସମସ୍ତେ ତାଙ୍କ କଥାକୁ ବଡ ଆଗ୍ରହର ସହିତ ଶୁଣିଥିଲେ ଓ ଗ୍ରହଣ କରିଥିଲେ। ସେ ଦିନର ଅଭୁଲା ସ୍ମୃତି ସମସ୍ତଙ୍କ ହୃଦୟ ପଟରେ ଛାପ ହୋଇ ରହି ଯାଇଛି












Leave a Reply