Spread the love

ତିନିଦିନିଆ ଓଡିଶା ଗସ୍ତରେ ଆସୁଛି ED ନିର୍ଦ୍ଦେଶକ, ଗୁରୁତ୍ୱପୂର୍ଣ୍ଣ ବୈଠକରେ ହେବେ ସାମିଲ !

ଓଡିଶା ଆସୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟ । ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଇଡି ନିର୍ଦ୍ଦେଶକ ରାହୁଲ୍ ନବୀନ୍ । ଏହି ଗସ୍ତ ଅବସରରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହୋଇପାରନ୍ତି ଇଡି ନିର୍ଦ୍ଦେଶକ ।ମଙ୍ଗଳବାର ଦିନ ରାତି ପାଖାପାଖି ୮ ସମୟରେ ଭୁବନେଶ୍ୱର ବିମାନବନ୍ଦର ପହଞ୍ଚିବେ ।

ଏହାପରେ ସେ ପୁରୀ ଅଭିମୁଖେ ଗସ୍ତ କରିବେ । ୨୮ ତାରିଖ ଅପରାହ୍ନରେ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନର କାର୍ଯ୍ୟକ୍ରମ ରହିଛି । ୨୯ ତାରିଖ ଦିନ ସକାଳ ସମୟରେ ପୁରୀରୁ ଭୁବନେଶ୍ୱର ଗସ୍ତ କରିବେ । ଭୁବନେଶ୍ୱର ଆସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ବସିବାକୁ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ହେବେ ସାମିଲ । ଗସ୍ତ ଅବସରରେ ଥିବା ସମସ୍ତ କାର୍ଯ୍ୟକ୍ରମ ସାରି ୨୯ ତାରିଖ ଅପରାହ୍ନ ୩ଟା ସମୟରେ ଦିଲ୍ଲୀ ଫେରିଯିବେ ।

ତେବେ ଇଡି ମୁଖ୍ୟ ଗସ୍ତର ମୁଖ୍ୟ କାରଣ ଏବେ ଯାଏଁ ଅସ୍ପଷ୍ଟ ରହିଛି । ହୁଏତ ଇଡି ମୁଖ୍ୟଙ୍କ ଓଡିଶା ଗସ୍ତ ସମୟରେ ସତ ପଦାକୁ ଆସିପାରେ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *