ବାତ୍ୟାକୁ ବି ଡରିଲେନି, ପତିତପାବନ ବାନା ବଦଳାଇଲେ
ବାତ୍ୟା ଆସିବ, ପବନ ବହିବ, ବର୍ଷା ହେବ – କିନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାନା କେବେ ବନ୍ଦ ହେବନି।
ଚୁନରା ସେବକ ମାନେ ଜୀବନକୁ ବାଜି ଲଗାଇ ଶିଖର ଉପରକୁ ଚଢ଼ି, ବାତ୍ୟା ପବନ ଭିତରେ ବି ପୁରୁଣା ପତିତପାବନ ବାନା ଖୋଲି ନୂଆ ବାନା ଲଗାଇଲେ।
ଏହା କେବଳ ନୀତି ନୁହେଁ, ଏହା ହେଉଛି ଭକ୍ତି, ଏହା ହେଉଛି ବିଶ୍ୱାସ।
ଯେଉଁଠି ବାତ୍ୟା ହାରିଯାଏ, ସେଇଠି ଜଗନ୍ନାଥଙ୍କ ଭକ୍ତି ଜିତିଯାଏ।
ପବନ ଯେତେ ଜୋର ହେଲେ ବି, ପତିତପାବନ ବାନା ସବୁବେଳେ ଉଡ଼ିବ।
ଏମାନେ ସେବକ ନୁହଁନ୍ତି, ଏମାନେ ମହାପ୍ରଭୁଙ୍କ ସିପାହୀ।
ଜଗନ୍ନାଥ ଅଛନ୍ତି ବୋଲି ଓଡ଼ିଶା ଅଛି।
ଜୟ ଜଗନ୍ନାଥ 🙏 ଜୟ ପତିତପାବନ











