Spread the love

ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ସ୍ବର୍ଗତ ଇନ୍ଦୀରା ଗାନ୍ଧୀଙ୍କ ୧୦୯ତମ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି, 19/11(ତାରିଣୀ ପ୍ରସାଦ ପଣ୍ଡା): ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ,ଲୌହମାନବୀ ଭାବେ ପରିଚିତ ସ୍ବର୍ଗତ ଶ୍ରୀମତୀ ଇନ୍ଦୀରା ଗାନ୍ଧୀଙ୍କ ୧୦୯ତମ ଜୟନ୍ତୀ ଆଜି ଗୁରୁବାର ଦିନ ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ, ପାରଳାଖେମୁଣ୍ଡି ଠାରେ ପାଳନ କରାଯାଇଥିଲା । ଏହି ଅବସରରେ ଉପସ୍ଥିତ କଂଗ୍ରେସ ନେତା ଓ କର୍ମୀମାନେ ଇନ୍ଦିରା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ତଥା ଉପସଭାପତି ଅଭିମନ୍ୟୁ ପଣ୍ଡା, ନଗର କଂଗ୍ରେସ ସଭାପତି ବସନ୍ନ କୁମାର ପଣ୍ଡା, ଓବିସି ସେଲ୍ ଅଧ୍ୟକ୍ଷ ଏସ୍. ଜନାର୍ଦ୍ଦନ ରାଓ, ବରିଷ୍ଠ ନେତା ବିଷ୍ଣୁ ପାଢ଼ୀ, ଜିଲ୍ଲା କଂଗ୍ରେସ ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର, ଶିବପ୍ରସାଦ ସାହୁ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସମ୍ପାଦିକା ଜସ୍ମିନ ଶେଖ, ମହିଳା ନେତ୍ରୀ ରଞ୍ଜିତା ପାଣିଗ୍ରାହୀ ଏବଂ ଯୁବନେତା ମୁନ୍ନା ମହରାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ରହି ସ୍ବର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ଦେଶ ପ୍ରତି ଅବଦାନ, ତାଙ୍କର ଦୃଢ଼ ନେତୃତ୍ବ ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କ ତ୍ୟାଗ ଓ ଆଦଶକୁ ନେଇ ପ୍ରତେକ କଂଗ୍ରେସ କର୍ମୀ ସମାଜ ତଥା ଦେଶର ଉନ୍ନତି ପାଇଁ କାର୍ଯ୍ୟ କରିବା ସହ ଲୋକଙ୍କ ସେବା କରନ୍ତୁ ବୋଲି ଏହି ଜୟନ୍ତୀରେ କଂଗ୍ରେସ ନେତାମାନେ ଆହ୍ୱାନ ଦେଇଥିଲେ।