ଗଜପତି // ଆନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ସ୍ମୃତି ଦିବସରେ ଗଜପତିରେ ତୃତୀୟଲିଙ୍ଗୀ ସମୁଦାୟର ଅଧିକାର, ସୁରକ୍ଷା ପାଇଁ ବୈଠକ ଓ ବାତ୍ୟା ଆଶ୍ରୟସ୍ଥଳୀ ପାଲଟିଛି ଭୂଷ୍ଫଳନର ଭୟ, ଆତଙ୍କରେ ରଙ୍ଗମାଟିଆ ଗ୍ରାମବାସୀ

Spread the love

ଗଜପତିରେ ବିଡମ୍ବନା
ବାତ୍ୟା ଆଶ୍ରୟସ୍ଥଳୀ ପାଲଟିଛି ଭୂଷ୍ଫଳନର ଭୟ, ଆତଙ୍କରେ ରଙ୍ଗମାଟିଆ ଗ୍ରାମବାସୀ

ପାରଳାଖେମୁଣ୍ଡି,20/11(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲାରେ ଅକଭାନ ବାତ୍ୟା ନେଇ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ସହ ଗତକାଲି ରାତ୍ର ସୁଦ୍ଧା 20 ହଜାରରୁ ଉର୍ଦ୍ଧ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି. ହେଲେ ଏଠାରେ ଏକ ବିଡମ୍ବନା ଦେଖାଦେଇଛି. ଅକଭାନ ବାତ୍ୟାରୁ ସୁରକ୍ଷା ଦେବା ପାଇଁ ରଖା ଯାଇଥିବା ଏକ ବାତ୍ୟା ଆଶ୍ରୟସ୍ଥଳୀ ପାଲଟିଛି ଭୂଷ୍ଫଳନର ଭୟ. ସେହି ଆଶ୍ରୟ ସ୍ଥଳୀରେ ରହିଥିବା ଏହି ଜିଲ୍ଲା ମୋହନା ବ୍ଲକର ରଙ୍ଗମାଟିଆ ଗ୍ରାମରେ ରହିଛି. ଏହି ଗ୍ରାମଟି ଏକ ବିଶାଳ ପାହାଡ଼ ତଳେ ଅବସ୍ଥିତ. ଭୂଷ୍ଫଳନ ପ୍ରବଣ ଅଞ୍ଚଳ ହୋଇଥିବାରୁ ପାହାଡ଼ ତଳେ ଥିବା ଏହି ଗାଁର ଲୋକଙ୍କୁ ବାତ୍ୟା ମୁକାବିଲା ପାଇଁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।

ହେଲେ ବିଡ଼ମ୍ବନା ଏହିକିଯେ, ଯେଉଁ ଆଶ୍ରୟ ସ୍ଥଳୀରେ ଲୋକଙ୍କୁ ରଖାଯାଇଛି, ତାହା ମଧ୍ୟ ସେହି ପାହାଡ଼ ତଳେ ଅବସ୍ଥିତ। ଫଳରେ ଆଶ୍ରୟସ୍ଥଳୀରେ ଥାଇ ମଧ୍ୟ ଲୋକଙ୍କ ମନରୁ ଭୟ ଦୂର ହେଉନାହିଁ। ପାହାଡ଼ ଉପରୁ ବର୍ଷାଜଳ ତଳକୁ ମାଡ଼ି ଆସି ଘରେ ପଶୁଥିବା ବେଳେ ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି । ଏଭଳି ସ୍ଥିତିରେ ଯେକୌଣସି ସମୟରେ ପାହାଡ଼ରୁ ମାଟି ଅତଡ଼ା ଖସିବାର ଆଶଙ୍କା ନେଇ ଗ୍ରାମବାସୀମାନେ ଭୟ ଓ ଆତଙ୍କ ମଧ୍ୟରେ ଏହି

ଆଶ୍ରୟସ୍ଥଳୀରେ ରହିଛନ୍ତି. ହେଲେ ଆଜି ଗଜପତି ଜିଲ୍ଲାରେ ବର୍ଷା କିମ୍ବା ବାତ୍ୟାର କୌଣସି ପ୍ରଭାବ ନଥିବା ଯୋଗୁଁ ଭୂଷ୍ଫଳନ ହେବାର ଅବକାଶ ନାହିଁ. ତଥାପି ଆଗାମୀ ଦିନରେ ଯେକୌଣସି ବାତ୍ୟା ଆସିଲେ ଏହି ସ୍କୁଲରେ ବାତ୍ୟା ଆଶ୍ରୟ ସ୍ଥଳୀ ନ କରି ଅନ୍ୟଠାରେ କରିବା ପାଇଁ ଗ୍ରାମବାସୀମାନେ ଦାବି ଜଣାଇଛନ୍ତି.

ଆନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ସ୍ମୃତି ଦିବସରେ ଗଜପତିରେ ତୃତୀୟଲିଙ୍ଗୀ ସମୁଦାୟର ଅଧିକାର, ସୁରକ୍ଷା ପାଇଁ ବୈଠକ

ପାରଳାଖେମୁଣ୍ଡି,21/11(ତାରିଣୀ ପ୍ରସାଦ ପଣ୍ଡା): ଆନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ସ୍ମୃତି ଦିବସ ଅବସରରେ ଶୁକ୍ରବାର ଗଜପତି ଜିଲ୍ଲାରେ ତୃତୀୟଲିଙ୍ଗୀ ସମୁଦାୟଙ୍କ ଅଧିକାର, ସାମାଜିକ ସୁରକ୍ଷା, ସମ୍ମାନ ଓ ସର୍ବାଙ୍ଗୀଣ ବିକାଶକୁ ନେଇ ଏକ ଜିଲ୍ଲାସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି ବୈଠକରେ ଗଜପତି ତୃତୀୟଲିଙ୍ଗୀ ସଂଘର ପ୍ରତିନିଧିମାନେ ଯୋଗଦେଇ ସମୁଦାୟର ବିଭିନ୍ନ ସମସ୍ୟା ଓ ଦାବି ଉପସ୍ଥାପନ କରିଥିଲେ।
ଏହି ବୈଠକରେ ଗଜପତି ତୃତୀୟଲିଙ୍ଗୀ ସଂଘର ସଭାପତି ମଧୁ ବରାଡୋ ଓ ସମ୍ପାଦିକା ଜସ୍ମିନ ଶେଖଙ୍କ ସମେତ ସଦସ୍ୟ ପ୍ରିୟଂଶୁ ରଞ୍ଜନ ପାତ୍ର, ମଧୁ ଗୌଡ଼, ଭୁବନାନନ୍ଦ, ସୁନୀତା ମିଶାଲ, ସୁନୈନା ମହାରଣା, ତମନ୍ନା ଓ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଧ୍ୟ ଉପସ୍ଥିତ ରହି ସମୁଦାୟର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ବୈଠକରେ ତୃତୀୟଲିଙ୍ଗୀ ସମୁଦାୟର ମୌଳିକ ଅଧିକାର, ସାମାଜିକ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟସେବା, ରୋଜଗାର, ଆର୍ଥିକ ସଶକ୍ତିକରଣ ଓ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।ବିଶେଷକରି ସ୍ୱୀକୃତି ଯୋଜନା ସମ୍ପର୍କରେ ଜନସଚେତନତା, ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ପଞ୍ଜୀକରଣ ଶିବିର ଆୟୋଜନ, ତୃତୀୟଲିଙ୍ଗୀଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ, ପରିଚୟପତ୍ରରେ ଥିବା ତ୍ରୁଟି ସଂଶୋଧନ, ସରକାରୀ ଓ ବେସରକାରୀ କ୍ଷେତ୍ରରେ ନିଯୁକ୍ତି ସୁଯୋଗ, ସ୍ୱତନ୍ତ୍ର ହେଲ୍ପଡେସ୍କ ଓ ସୁରକ୍ଷା ସେଲ୍ ଗଠନ ଭଳି ଗୁରୁତ୍ୱପୂର୍ଣ୍ଣ ଦାବି ଉପସ୍ଥାପନ କରାଯାଇଥିଲା।