Spread the love

ପିକକ୍ ପକ୍ଷରୁ ବିଶ୍ୱ ଶିଶୁ ଦିବସ ପାଳିତ

ଭୁବନେଶ୍ବର, ୨୦/୧୧: ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା

ଆଜି ବିଶ୍ବ ଶିଶୁ ଦିବସ ଏବଂ ୩୭ତମ ପିକକ୍ ଶିଶୁମେଳାର ସପ୍ତମ ସନ୍ଧ୍ୟା। ଏହି ଅବସରରେ ଏକାମ୍ର ହାଟଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାଧ୍ଯମରେ ବିଶ୍ବ ଶିଶୁ ଦିବସ ପାଳନ କରାଯାଇଥିଲା। ଏଥିରେ ପିକକ୍‌ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଓ କୋଷାଧ୍ଯକ୍ଷା ରନ୍ଧା ଦାସ ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ବିଶ୍ବ ଶିଶୁ ଦିବସର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।

ଏହି ଅବସରରେ ପିକକ୍‌ର ସମ୍ପାଦକ ଶ୍ରୀ ରଞ୍ଜନ କୁମାର ମହାନ୍ତି କହିଥିଲେ ଯେ, ଚଳିତ ବର୍ଷର ବିଶ୍ବ ଶିଶୁ ଦିବସର ବାର୍ତ୍ତା “My Day. My Rights. My Future.” (ମୋ ଦିନ, ମୋ ଅଧୂକାର, ମୋ ଭବିଷ୍ୟତ) ପ୍ରତ୍ୟେକ ଶିଶୁର ଅଧୂକାର, ଆକାଂକ୍ଷା ଓ ଭବିଷ୍ୟତକୁ ଗୁରୁତ୍ବ ଦେଇଥାଏ। ପ୍ରତ୍ୟେକ ଶିଶୁ ନିଜର ମତାମତ ପ୍ରକାଶ କରିବା, ନିଜ ଅଧୂକାର ସମ୍ପର୍କରେ ଜାଣିବା ଏବଂ ନିଜ ଭବିଷ୍ୟତ ଗଠନରେ ଭାଗୀଦାର ହେବାର ସୁଯୋଗ ପାଇବା ଉଚିତ।

ପିଲାମାନେ ଆନନ୍ଦ ଓ ଉଲ୍ଲାସର ସହିତ ଏହି ଦିବସ ପାଳନ କରିବା ସହିତ ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପିକକ୍‌ର ଜ୍ୟୋତି ଶଙ୍କର ମହାନ୍ତି, ସୁମିତ୍ରା ମହାନ୍ତି, ଅଙ୍କିତା ବାରିକ, ରଶ୍ମିରେଖା ସାହୁ, ଶାନ୍ତିଲତା ସାହୁ, ବାମଦେବ ଜେନା ପ୍ରମୁଖ ପରିଚାଳନା କରିଥିଲେ।

ବାତ୍ୟା ‘ଆକ୍ରାନ’ ଯୋଗୁଁ ୩୭ତମ ପିକକ୍ ଶିଶୁମେଳାର ଉଦ୍‌ଯାପନୀ ଉତ୍ସବ ୨୦ ନଭେମ୍ବର ପରିବର୍ତ୍ତେ ୨୧ ନଭେମ୍ବର ୨୦୨୬ ତାରିଖ ସନ୍ଧ୍ୟା ୬:୩୦ ଘଟିକାରେ ୟୁନିଟ୍-୩ ସ୍ଥିତ ଭାରତୀୟ ବିଦ୍ୟା ଭବନଠାରେ ଅନୁଷ୍ଠିତ ହେବ।

ଆସନାକାଲି (୨୧/୧୧/୨୦୨୬)ର କାର୍ଯ୍ୟକ୍ରମ

୩୭ତମ ପିକକ୍ ଶିଶୁମେଳାର ଉଦ୍‌ଯାପନୀ ଉତ୍ସବ ଓ ବାର୍ଷିକ ସମ୍ମାନ ପ୍ରଦାନ

ସମୟ: ସନ୍ଧ୍ୟା ୬:୩୦ ଘଟିକା

ସାଂସ୍କୃତିକ କାର୍ଯ୍ୟକ୍ରମ: ପୂର୍ବାହ୍ନ ଓ ପରବର୍ତ୍ତୀ ପର୍ଯ୍ୟାୟରେ

ସ୍ଥାନ: ଭାରତୀୟ ବିଦ୍ୟା ଭବନ, ୟୁନିଟ୍-୩, ଭୁବନେଶ୍ବର।