ଏମଭି-୨୩ ସାପ୍ତାହିକ ହାଟକୁ ନଆସି ମାରିୱାଡ଼ା ଗ୍ରାମରେ ନୂତନ ହାଟ ଖୋଲି ବେପାର କଲେ ଆଦିବାସୀ ସମ୍ପ୍ରଦାୟର ବ୍ୟବସାୟୀ
ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ମାରିୱାଡ଼ା ପଞ୍ଚାୟତରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ତେବେ ମାରିୱାଡା ପଞ୍ଚାୟତ ଅଧୀନରେ ଥିବା ଏମଭି -୨୩ ଗ୍ରାମରେ ଆଜକୁ ଦୀର୍ଘ ବର୍ଷ ଧରି ପ୍ରତି ସପ୍ତାହର ବୁଧବାର ଦିନ ସାପ୍ତାହିକ ହାଟ ହୋଇ ଆସୁଅଛି। ଏହି ହାଟରେ ମାରିୱାଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମର ଚାଷୀ ଓ ବ୍ୟବସାୟୀମାନେ ନିଜର ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରୀ କରୁଛନ୍ତି। ଅଞ୍ଚଳବାସୀ ଏହି ହାଟରୁ ନିଜ ନିଜ ଘର ପାଇଁ ବାବଶ୍ୟକୀୟ ସାମଗ୍ରୀ କିଣୁଛନ୍ତି। କିନ୍ତୁ ଗତ କିଛିଦିନ ପୂର୍ବେ କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅଧିନସ୍ତ ରାଖାଲଗୁଡା ଗ୍ରାମରେ ମହିଳାଙ୍କ ମୁଣ୍ଡବିହୀନ ମୃତ ଦେହ ଜବତ ଘଟଣା ପରେ ଏମଭି -୨୬ ଗାଁ ସହ ରାଖାଲଗୁଡା ଅଶାନ୍ତ ହୋଇପଡ଼ିଥଲା।ଦୀର୍ଘ ଦିନର ତୀବ୍ର ଉତ୍ତେଜନା ଲାଗି ରହିଥଲା। ଯାହାକୁ ନେଇ ପିଟାଘାଟା, ଏମଭି -୨୩ ସମେତ ଆଖ ପାଖ ଅଞ୍ଚଳରେ ଥିବା ଅଧିକାଂଶ ସାପ୍ତାହିକ ହାଟ ସମ୍ପୂର୍ଣ ଭାବେ ବନ୍ଦ ରହିଥଲା। ପରେ ଜିଲ୍ଲା ପ୍ରଶାସନର ଉଦ୍ୟମରେ ଗାଁରେ ସ୍ଥିତି ସୁଧୀରିଛି।ଏହାପରେ ଧୀରେ ଧୀରେ ବିଭିନ୍ନ ଅଞ୍ଚଳର ସାପ୍ତାହିକ ହାଟ ଖୋଲିବା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି।କିନ୍ତୁ ବିଡମ୍ବନାର ବିଷୟ ଗତ ସପ୍ତାହରେ ଏମଭି -୨୩ ଗ୍ରାମରେ ସାପ୍ତାହିକ ହାଟ ଖୋଲିଥିବା ବେଳେ ଉକ୍ତ ହାଟରେ ଅଳ୍ପ କିଛି ବ୍ୟବସାୟୀ ବସି ବ୍ୟବସାୟ କଟରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଆଜି ହୋଇଥିବା ଏମଭି -୨୩ ଗ୍ରାମର ସାପ୍ତାହିକ ହାଟକୁ ଆଦିବାସୀ ସମ୍ପ୍ରଦାୟର ବ୍ୟବସାୟୀ ମାନେ ଆସିନଥିଲେ। ଏହି ହାଟରେ କିଛି ବାଙ୍ଗୀୟ ସମ୍ପ୍ରଦାୟର ବ୍ୟବସୟୀ ବସି ବ୍ୟବସାୟ କରୁଥିବା ବେଳେ ମାରିୱାଡା ଗ୍ରାମରେ ଥିବା ଖେଳ ପଡିଆରେ ଆଦିବାସୀ ସମ୍ପ୍ରଦାୟର ବ୍ୟବସାୟୀ ମାନେ ଏକ ନୂତନ ହାଟ ଖୋଲି ବ୍ୟବସାୟ କରୁଥିବା ଦରଖିବାକୁ ମିଳିଛି। ଉଭୟ ହାଟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ବ୍ୟାପକ ପୋଲିସ ଫୋର୍ସ ମୁତ୍ତୟନ ଥିବା ଦେଖିବାକୁ ମିଳିଛି।












Leave a Reply