Spread the love

କନ୍ଧମାଳ : ଗୃହରକ୍ଷୀ ପ୍ରତିଷ୍ଠା ଦିବସ 2025 ଉପଲେକ୍ଷେ ଅସହାୟ ମାନଙ୍କୁ ଶୀତବସ୍ତ୍ର, ବଣ୍ଟନ ଏବଂ ଅବସର ପ୍ରାପ୍ତ ଓ ମୃତ୍ୟୁ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ..

କନ୍ଧମାଳ : କୁନା ଦିଗାଲ (ଦର୍ଶନସମୀକ୍ଷା)

ଜିଲ୍ଲାରେ ୬୩ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ବହୁ ଆଡ଼ମ୍ବର ସହିତ ପାଳିତ ହେଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ଟିକୁ କନ୍ଧମାଳ ଜିଲ୍ଲା ଗୃହରକ୍ଷୀ କମ୍ମାଣ୍ଡେଣ୍ଟ ହରିଶ୍ ବଶିଙ୍କ ତତ୍ବାବଧନା ରେ ପାଳିତ ହେଇଯାଇଛି l ପ୍ରଥମେ ଜିଲ୍ଲାର କିଛି ଗୃହରକ୍ଷୀ କର୍ମଚାରୀ ମାନଙ୍କୁ ନେଇ ଫୁଲବାଣୀ ପୋଲିସ ପଡ଼ିଆ ଠାରେ ପ୍ୟାରେଡ ଅଭିବାଦନ କରାଯାଇଥିଲା l ଥାନା ମାନଙ୍କରେ ଶୃଙ୍ଖଳାଗତ କାର୍ଯ୍ୟ କରୁଥିବା ଗୃହରକ୍ଷୀ କର୍ମଚାରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ତତ୍ ସହିତ ଟାଉନ ଥାନାରେ ଗୃହରକ୍ଷୀ ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିବା ଗୃହରକ୍ଷୀ ତ୍ରିଲୋଚନ ପଟ୍ଟନାୟକ ଓ ରାଇକିଆ ଥାନାର ମୃତ୍ୟୁବରଣ କରିଥିବା ଗୃହରକ୍ଷୀ ରମେଶ ଚନ୍ଦ୍ର ଦିଗାଲ,ସାରଙ୍ଗଗଡ଼ ଥାନାର ମୃତ୍ୟୁବରଣ କରିଥିବା ଗୃହରକ୍ଷୀ,ମଦନ ମଲ୍ଲିକ ଙ୍କ ପରିବାର ସଦସ୍ୟ ଙ୍କୁ ଗୃହରକ୍ଷୀ ଓ୍ବଲଫର ଫଣ୍ଡରୁ ତିନି ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ଗୃହରକ୍ଷୀ ସଂଘ କର୍ମକର୍ତ୍ତା ଙ୍କ ନିଷ୍ପତ୍ତି କ୍ରମେ ଉପରିସ୍ଥ ଅଧିକାରୀ ଙ୍କ ଆଲୋଚନା କ୍ରମେ ଗୃହରକ୍ଷୀ କମାଣ୍ଡେଣ୍ଟ ଶ୍ରୀ ଯୁକ୍ତ ହରିଶ୍ ବଶିଙ୍କ ଦ୍ଵାରା ଚେକ୍ ପ୍ରଦାନ କରାଯାଇଅଛି l କନ୍ଧମାଳ ଜିଲ୍ଲା ଗୃହରକ୍ଷୀ ସଂଘ ଆବାହକ ଶ୍ରୀ ଯୁକ୍ତ ବିରାଜ କୁମାର ପ୍ରଧାନ ଙ୍କ ନିଷ୍ପତ୍ତି କ୍ରମେ ସଂଘଠନର ଆଇନ୍ ପରାମର୍ଶଦାତା ବରିଷ୍ଠ ବେଜେପି ନେତା ତଥା ଆଇନ୍ ଜୀବି ଶ୍ରୀ ଯୁକ୍ତ ଅଜିତ କୁମାର ପଟ୍ଟନାୟକ, ମିଡ଼ିଆ ସମ୍ପାଦକ ବରିଷ୍ଠ ସାମ୍ବାଦିକ ଆଦିତ୍ୟ କୁମାର ତ୍ରିପାଠୀ, ସାମ୍ବାଦିକ କୁନା ଦିଗାଲ ଙ୍କ ଉପସ୍ଥିତରେ ଫୁଲବାଣୀ ସହରର କିଛି ଅସହାୟ ଭିକ୍ଷୁକଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି l ଏପରି କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲାରେ ଦିର୍ଘ ବର୍ଷ ହେବ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗୃହରକ୍ଷୀ ସଂଘଠନ ତରଫରୁ କରାଯାଉଥିବା ଦେଖି ଜିଲ୍ଲାର ବୃଦ୍ଧିଜୀବି ମହଲରେ ଗୃହରକ୍ଷୀ ସଂଘଠନ କର୍ମକର୍ତ୍ତା ଙ୍କୁ ବେଶ୍ ପ୍ରଶଂସନୀୟ ହେଉଥିବା ଦେଖିବାକୁ ମିଳୁଛି l ଉକ୍ତ କାର୍ଯ୍ୟକ୍ରମ ଗୁଡ଼ିକୁ ସଂଘର ସଭାପତି ପ୍ରଭାତ କୁମାର ସାହାଣୀ କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ରାୟ, କୋଷାଧ୍ୟକ୍ଷ ଶେଖ ରିହାଜୁଦିନ ଜୟନ୍ତୀ ଚୈଧୁରୀ ସାଫରିନ ଖାନ ଓ ଅନ୍ୟ ଗୃହରକ୍ଷୀ କର୍ମଚାରୀ ମାନେ ଉପସ୍ଥିତ ରହି ଶୃଙ୍ଖଳାଗତ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *