ଜନତା ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବର ଉଦଯାପନୀ ସମାରୋହ ଅନୁଷ୍ଠିତ
ଖଜୁରିଆକଟା ଦର୍ଶନ ସମୀକ୍ଷା 7/12
ଜନତା ମହାବିଦ୍ୟାଳୟ, ସାତମାଇଲଠାରେ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମ ଅଧକ୍ଷା ଡ଼ ପୁଷ୍ପରାଣୀ ନାଥଙ୍କ ପୌରାହିତ୍ୟରେ ସମାପନ ହୋଇଛି, ଏଥିରେ ମୁଖ୍ୟ ଅତିଥି ଭାବରେ ହିନ୍ଦୋଳ ଉପଖଣ୍ଡର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଭାସ କୁମାର ବେଉରା, ସମ୍ମାନିତ ଅତିଥି ଭାବରେ ନୁଆବଗ ଗ୍ରାମ ପଂଚାୟତର ସରପଞ୍ଚ ଶ୍ରୀଯୁକ୍ତ ମାନସ ରଞ୍ଜନ ଦେହୁରୀ ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ମାନବ ଜୀବନରେ କ୍ରୀଡାର ଉପଯୋଗୀତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ,ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଇଁରାଜୀ ବିଭାଗ ଅଧ୍ୟାପିକା ସୋନା ନାୟକ, ମଂଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ଉପସଭାପତି ଡ଼ ନରେଶ ନାଏକ ଓ ଧନ୍ୟବାଦ ଅର୍ପଣ କରିଥିଲେ ସମୀରଣ ପ୍ରଧାନ, ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ,ଅଧ୍ୟାପିକା,କର୍ମଚାରୀ ଓ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ












Leave a Reply