ପୋଲିସ ଦ୍ୱାରା ଅପରେସନ ଅଗ୍ନି ମାଧ୍ୟମରେ ବେଆଇନ ବାଣ ଗୋଦାମ ରେ ଚଢ଼ାଉ, ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ବାଣ ଜବତ
ମାଲକାନଗିରି-=(ଦର୍ଶନ ସମୀକ୍ଷା)ମନୋଜ
ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସକୁ ମିଳିଛି ଏକ ବଡ ସଫଳତା।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବାଲିମେଳା ସହରର
କିଛି ବ୍ୟବସାୟୀ ଦୀର୍ଘ ମାସ ଧରି ପାଖ ରାଜ୍ୟ ଆନ୍ଧ୍ର ପ୍ରଦେଶ ଏବଂ ଛତିଶଗଡ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବେଆଇନ ଭାବେ ବିପୁଳ ପରିମାଣର ବିଭିନ୍ନ ପ୍ରକାର ବ୍ରାଣ୍ଡର ବାଣ ଆଣି ପୋଲିସ ଓ ପ୍ରଶାସନ ଆଖିରେ ଧୂଳି ଦେଇ ବିନା ଲାଇସେନ୍ସରେ ବିକ୍ରୀ କରି
ମାଲେମାଲ ହେଉଥିବା ସମ୍ପର୍କରେ ଏକ ବିଶେଷ ସୂତ୍ରରୁ ପୋଲିସକୁ
ସୂଚନା ମିଳିଥିଲା।ଏ ନେଇ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଗତକାଲି ରବିବାର ସନ୍ଧ୍ୟାରେ ବାଲିମେଳା ସହରରେ ବାଣ ଗଛିତ ରଖି ଚୋରାରେ ବିକ୍ରୀ କରୁଥିବା ଦୁଇଟି ଦୋକାନରେ ଚଢ଼ାଉ କରିଥିଲେ। ଦୁଇଟି ଯାକ ଦୋକାନରେ ଗଛିତ ଥିବା ବିପୁଳ ପରିମାଣର ବିଭିନ୍ନ ପ୍ରକାର ବ୍ରାଣ୍ଡର ବାଣକୁ ଜବତ କରି ଥାନାକୁ ଆଣିଥିଲେ। ଏ ନେଇ ଓର୍କେଲ ପୋଲିସ ପକ୍ଷରୁ ଏହି ବାଣ ବ୍ୟବସାୟରେ ଲିପ୍ତ ଥିବା ବାଲିମେଳା ଦୈନିକ ବଜାରର ମୁନା ବେହେରା-(୨୮), ଭଗବାନ ବେହେରା -(୩୨) ଏବଂ ରମେଶ କୁମାର ନାୟକ -(୫୩), ବଂଶୀଧର ବରାଡ଼ ମୋଟ ୪ ଜଣ ବ୍ୟକ୍ତିଙ୍କ ନାମରେ ଥାନା କେସ
ନମ୍ବର -୨୫୭/୨୦୨୫ ଏବଂ କେସ ନମ୍ବର -୨୫୮/୨୦୨୫ ରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ଜରାଯାଇଥିବା ଥାନା ଅଧକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।
Leave a Reply