ଢେଙ୍କାନାଳ //ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଅଧୀନରେ ତ୍ରିଦିବସୀୟ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ଶକୁନ୍ତଳା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାଯ୍ୟକ୍ରମରେ ଆଇ.ଏ.ଏସ୍ ପ୍ରୋବେଶନର ତଥା ପୋୖର ନିର୍ବାହୀ ଅଧିକାରୀ ଭଗତ ସାମଲ କଲ୍ୟାଣରାଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ

Spread the love

ଜିଲ୍ଲାସ୍ତରୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦଘାଟିତ ।

ଢେଙ୍କାନାଳ (୨୬. ୦୯.୨୫) :=ଦର୍ଶନ ସମୀକ୍ଷା ଗଜଲକ୍ଷ୍ମୀ ପୂଜାର ଅବ୍ୟବହତି ପୂର୍ବରୁ ଢେଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଅଧୀନରେ ତ୍ରିଦିବସୀୟ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ଶକୁନ୍ତଳା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାଯ୍ୟକ୍ରମରେ ଆଇ.ଏ.ଏସ୍ ପ୍ରୋବେଶନର ତଥା ପୋୖର ନିର୍ବାହୀ ଅଧିକାରୀ ଭଗତ ସାମଲ କଲ୍ୟାଣରାଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବେ କାଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସଫଳ ମହିଳା ଉଦ୍ୟୋଗପତି ୟୁଥ ଆଇକନ ଅଫ ଓଡ଼ିଶା ସୁଶ୍ରୀ ସେଲିନା ସାମଲ ଛାତ୍ରୀ ମାନଙ୍କୁ ଆତ୍ମନିର୍ଭରଶିଳ ହେବାକୁ ଉତ୍ସାହିତ କରିଥିଲେ । ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପୂର୍ଣ୍ଣଚନ୍ଦ୍ର ବରାଳ ଯୋଗଦେଇ ଛାତ୍ରୀ ମାନଙ୍କୁ ସମାଜ ପ୍ରତି ଏକ ଉତ୍ସର୍ଗୀକୃତ କର୍ମୀ ଭାବରେ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା NSS ଅଧିକାରୀ ଡ. ଦେବରାଜ ପରିଡ଼ା ନିଜ ବକ୍ତବ୍ୟରେ ଛାତ୍ରୀ ମାନଙ୍କୁ NSS ର ମହତ୍ୱ ତଥା ଉପଯୋଗିତା ବିଷୟରେ ପ୍ରେରଣା ପ୍ରଦାନ କରିଥିଲେ। ତିନିଦିନ ଧାରି ଚାଲିବାକୁ ଥିବା ଏହି କାଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ୧୦୦ ଜଣ ସ୍ୱେଚ୍ଛାସେବୀ ଓ ସହଯୋଗୀ ଶିକ୍ଷକ ଯୋଗ ଦେଇଥିଲେ। ଏହି କାଯ୍ୟକ୍ରମର ସଂଯୋଜକ ଡ. ପଙ୍କଜ ବାରିକ ମଞ୍ଚ ପରିଚାଳନା କରିବା ସହିତ ତିନିଦିନର କାର୍ଯ୍ୟସୂଚୀ ସମ୍ପର୍କରେ ଅବଗତି କରାଇଥିଲେ। ଏଥିସହିତ ଏହି ସଭାରେ ଡ. ଭୁବନେଶ୍ୱର ମୁଦୁଲି ସ୍ୱେଚ୍ଛାସେବୀ ମାନଙ୍କୁ ଉଦବୋଧନ ଦେଇ ସ୍ୱଚ୍ଛତା ହିଁ ସେବା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥି ସହିତ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।

ଡ଼ା. ଶକୁନ୍ତଳା ଜେନା
ଅଧଃକ୍ଷା,
ଢେଙ୍କାନାଳ ମହିଳା ମହାବିଦ୍ୟାଳୟ

Leave a Reply

Your email address will not be published. Required fields are marked *