ଗୋପାଳପୁର ବେଳାଭୂମିରେ ଆୟୋଜିତ ବେଳାଭୁମି ମହୋତ୍ସବରେ ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ, ମାନ୍ୟବର ପୋଲସରା ବିଧାୟକ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ, ମାନ୍ୟବର ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ, ଗୋପାଳପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଜନପ୍ରତିନିଧି, ପଦାଧିକାରୀ ମାନଙ୍କୁ ମହୋତ୍ସବ ମଞ୍ଚରେ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ, ଉକ୍ତ ଚାରିଦିନିଆ ମହୋତ୍ସବରେ ଗଞ୍ଜାମ ଜିଲ୍ଲା ପ୍ରଶାସନିକ ଅଧିକାରୀ,ମହାନଗର ନିଗମ ଅଧିକାରୀ, ଜନପ୍ରତିନିଧି ଏବଂ ଜିଲ୍ଳାର ପ୍ରାୟ ସମସ୍ତ ସାଂସଦ, ବିଧାୟକ, ବିଧାୟିକା ତଥା ବରିଷ୍ଟ ଗଣ୍ୟମାନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ଶୋଭା ମଣ୍ଡିତ କରିଥିଲେ ଏବଂ ସ୍ଥାନୀୟ, ରାଜ୍ୟ ତଥା ଜାତୀୟ ସ୍ତରର, ବଲିଉଡ ଓ ଓଲିଉଡ କଣ୍ଠ ଶିଳ୍ପୀ, ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ଵାରା ପ୍ରଦର୍ଶିତ ନୃତ୍ୟ ଗୀତ ଦ୍ଵାରା ଲକ୍ଷ ଲକ୍ଷ ଦର୍ଶକ ଆନନ୍ଦ ବିଭୋର ହୋଇ ଝୁମି ଉଠିଥିଲେ…।