ପୂର୍ବତନ ମନ୍ତ୍ରୀ ଓ ନୂଆପଡା ର ସ୍ବର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ବିୟୋଗ ରେ ନୂଆପଡା ରେ ଆୟୋଜିତ ଶୋକ ସଭା ରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଙ୍କ ଶ୍ରଦ୍ଧାଞ୍ଜଳି.

Spread the love

ପୂର୍ବତନ ମନ୍ତ୍ରୀ ଓ ନୂଆପଡା ର ସ୍ବର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ବିୟୋଗ ରେ ନୂଆପଡା ରେ ଆୟୋଜିତ ଶୋକ ସଭା ରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଙ୍କ ଶ୍ରଦ୍ଧାଞ୍ଜଳି.

ନୂଆପଡା ର ବିକାଶ କ୍ଷେତ୍ର ରେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ନିଷ୍ଠା,ପ୍ରତିବଦ୍ଧତା ଓ
କଠିନ ପରିଶ୍ରମ ପାଇଁ ସେ ସବୁଦିନ ମନେ ରହିବେ.

ଶାନ୍ତ,ସରଳ ନିରହଂକାର ଗୁଣ ପାଇଁ ସମସ୍ତଙ୍କ ପ୍ରିୟ ଥିଲେ

ଢୋଲକିଆ ବାବୁଙ୍କ ଅଧୁରା କାମ କୁ ପୁରା କରିବାକୁ ତାଙ୍କ ପରିବାର ସହ ବିଜୁ ଜନତା ଦଳ ଓ ସେ ନିଜେ ସମସ୍ତେ ଏକାଠି କାମ କରିବେ ବୋଲି ନବୀନ ପଟନାୟକ ଙ୍କ ପ୍ରତିଶ୍ରୁତି.

ବିଜୁ ଜନତା ଦଳ ର ବରିଷ୍ଠ ନେତା ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗ ରେ ନୂଆପଡା ରେ ଆୟୋଜିତ ଶୋକ ସଭା ରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଅଭାସି ଜରିଆରେ ଯୋଗ ଦେଇ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ.ଏହି ଅବସରରେ ଶ୍ରୀ ପଟନାୟକ କହିଥିଲେ ଯେ
ସ୍ବର୍ଗତ ଢୋଲକିଆ ବିଜୁ ଜନତା ଦଳ ର ଗୋଟେ ସ୍ତମ୍ଭ ଥିଲେ.ଦଳ କୁ ମଜଭୁତ କରିବାରେ ତାଙ୍କର ବିଶେଷ ଅବଦାନ ଥିଲା.
ସେ ସବୁବେଳେ ଲୋକଙ୍କ ସହ ଯୋଡି ହୋଇ ରହିଥିଲେ.
ସାଧାରଣ ଲୋକଙ୍କ ସହ
ସ୍ବର୍ଗତ ଢୋଲକିଆଙ୍କ ସମ୍ପର୍କ ବିଷୟ ଉଲ୍ଲେଖ କରି ଶ୍ରୀ ପଟନାୟକ. କହିଥିଲେ ଯେ ସ୍ବର୍ଗତ ଢୋଲକିଆ
ଲୋକଙ୍କ ସୁଖ ଦୁଃଖ ର ସାଥି ଥିଲେ. ସେ ବହୁବାର ବିଧାୟକ ହୋଇଛନ୍ତି.ମନ୍ତ୍ରୀ ହୋଇଛନ୍ତି.କିନ୍ତୁ ତୃଣମୂଳ ସ୍ତରରେ ରେ ସବୁବେଳେ ସେ connected ହୋଇ ରହୁ ଥିଲେ.
ନୂଆପଡା ର ବିକାଶ ରେ ସ୍ବର୍ଗତ ଢୋଲକିଆ ଙ୍କ ଅବଦାନ ବିଷୟରେ ରେ ସ୍ମରଣ କରାଇ ବିରୋଧୀ ଦଳ ନେତା କହିଛନ୍ତି ଯେ
ଭିତିଭୂମି ବିକାଶ ବିଶେଷ କରି ନୂଆପଡା ରେ ବିଜୁ ଏକ୍ସପ୍ରେସ way,ପିଇବା ପାଣି ଓ ଜଳସେଚନ କ୍ଷେତ୍ର ରେ ସ୍ବର୍ଗତ ଢୋଲକିଆ ବହୁତ ଭଲ କାମ କରିଥିଲେ.
ସେହିପରି ଜନଜାତି ଭାଇ ଭଉଣୀ ମାନଙ୍କ କଲ୍ୟାଣ ସହ ନୂଆପଡା ରେ ଶିକ୍ଷା ଓ ସ୍ୱାସ୍ଥ୍ୟ ର ବିକାଶ ପାଇଁ ଢୋଲକିଆ ବାବୁଙ୍କ ଅବଦାନ ବହୁତ ବେଶୀ
ସମାଜସେବା କ୍ଷେତ୍ର ରେ ଢୋଲକିଆ ବାବୁଙ୍କ ବିଶେଷ ପରିଚୟ ଥିଲା ବୋଲି ଶ୍ରୀ ପଟନାୟକ କହିଛନ୍ତି.ଗରିବ ଲୋକ ଙ୍କ ବିବାହ ହେଉ ବା ଚକ୍ଷୁ ଚିକିତ୍ସା ଶିବିର ଓ ଭିନ୍ନକ୍ଷମ ମାନଙ୍କ ପାଇଁ ଶିବିର ଆୟୋଜନ କରି ସେ ଲୋକଙ୍କ ସେବା ଜାରି ରଖିଥିଲେ.ଅନେକ
ମନ୍ଦିର,ମସଜିଦ,
church,ଗୁରୁଦ୍ୱାର ଆଦିର ପୁନଃରୁଦ୍ଧାର ରେ ନିଜକୁ ସାମିଲ ମଧ୍ୟ କରିଥିଲେ.

ତାଙ୍କର ଶାନ୍ତ ସରଳ ଅମାୟିକ ଓ ନିରହଂକାର ଗୁଣ ଯୋଗୁଁ ସେ ସମସ୍ତଙ୍କ ର. ଆଦରଣୀୟ ଥିଲେ. ବୋଲି ଶ୍ରୀ ପଟନାୟକ କହି ଛନ୍ତି.ସେ କହିଛନ୍ତି ସ୍ବର୍ଗତ ଢୋଲକିଆ ଆଜି ଆମ ଭିତରେ ନାହାନ୍ତି. କିନ୍ତୁ ନୂଆପଡା ର ବିକାଶ ଓ ଲୋକ ଙ୍କ କଲ୍ୟାଣ ପାଇଁ ତାଙ୍କ ର ପ୍ରତିବଦ୍ଧତା,ନିଷ୍ଠା ଓ କଠିନ ପରିଶ୍ରମ ପାଇଁ ସେ ଲୋକ ଙ୍କ ହୃଦୟ ଜିତି ପାରି ଥିଲେ.ସେ ଲୋକଙ୍କ ପ୍ରିୟ ଥିଲେ ଏବଂ ସବୁବେଳେ ପ୍ରିୟ ହୋଇ ରହିଥିବେ.

ଏ ଦୁଃଖ ସମୟରେ ସେ ନିଜେ ଏବଂ ପୁରା ବିଜୁ ଜନତା ଦଳ ଢୋଲକିଆ ବାବୁଙ୍କ ପରିବାର ସହ ରହିଛନ୍ତି. ତାଙ୍କ ପତ୍ନୀ କଳ୍ପନା ଜୀ ଓ ପୁଅ ଜୟ ଙ୍କୁ ଓ ନୂଆପଡା ବାସୀଙ୍କୁ ମଧ୍ୟ ଶ୍ରୀ ପଟନାୟକ ଗଭୀର ସମବେଦନା ଜଣାଇଥିଲେ ଢୋଲକିଆ ବାବୁଙ୍କ ଅଧୁରା କାମ କୁ ପୁରା କରିବାକୁ ତାଙ୍କ ପରିବାର ସହ ସେ ନିଜେ ଓ ବିଜୁ ଜନତା ଦଳ ସମସ୍ତେ ଏକାଠି କାମ କରିବେ ବୋଲି ଶ୍ରୀ ପଟନାୟକ ପ୍ରତିଶ୍ରୁତି ଦେଇଥିଲେ.

Leave a Reply

Your email address will not be published. Required fields are marked *