ମାଲକାନଗିରି ଜିଲ୍ଲାରେ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନଙ୍କର ତାଲିମ ଶିବିର ଆୟୋଜନ କରାଯାଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥବା ବେଳେ ଉପଜିଲ୍ଲାପାଳ ଅଶ୍ନି ଏ ଏଲ୍ ଉପସ୍ଥିତ ଥିଲେ-ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା ମାଲକାନଗିରି

Spread the love

ନୂତନ ସିଆରସିସି ମାନଙ୍କ ଜିଲ୍ଲାସ୍ତରୀୟ ତାଲିମ ଶିବିର

ମାଲକାନଗିରି:=ଦର୍ଶନ ସମୀକ୍ଷା
ମାଲକାନଗିରି ଜିଲ୍ଲାରେ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନଙ୍କର ତାଲିମ ଶିବିର ଆୟୋଜନ କରାଯାଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥବା ବେଳେ ଉପଜିଲ୍ଲାପାଳ ଅଶ୍ନି ଏ ଏଲ୍ ଉପସ୍ଥିତ ଥିଲେ।
ସମଗ୍ର ଶିକ୍ଷା ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନଙ୍କୁ ଶ୍ରେଣୀ ଗୃହ ର ତଦାରଖ, ମଧ୍ୟାହ୍ନ ଭୋଜନ, ପୋଷାକ, ଜୋତା , ଛାତ୍ରବୃତ୍ତି, ସମୟାନୁବର୍ତିତା ଓ ବିଭାଗ ର ସମସ୍ତ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇ ଥିଲେ। ସେହିପରି ଉପଜିଲ୍ଲାପାଳ ତାଙ୍କର ବିଦ୍ୟାଳୟ ପରିଦର୍ଶନ ର ଅନୁଭଵ ମଧ୍ୟ ମତ ବିନିମୟ କରିଥିଲେ। ଆସନ୍ତା ଦିନ ଗୁଡିକରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନଙ୍କ ନିୟମିତ ବୈଠକ ଓ ତାଲିମ ପ୍ରଦାନ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣଗ୍ରାହୀ ସୂଚନା ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ
ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ଯୋଗ ଦେଇ ଥିଲେ। ଶିବିରକୁ ଆୟୋଜନ କରିବାରେ ସମଗ୍ର ଶିକ୍ଷା ଅଭିଯାନର କର୍ମଚାରୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *