ବଡ଼ବିଲ ପୋଲିସକୁ ବଡ଼ ସଫଳତା //ଗଞ୍ଜେଇ ମାଫିଆ ବାବୁଲି ବେହେରାକୁ ଗିରଫ କରିବା ସହ ୧୦ ଜଣ ଚୋରା ଗଞ୍ଜେଇର ଖୁଚୁରା ବେପାର କରୁଥିବା ଦୋକାନୀଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ୍,୨୧ କେଜି ୮୯୫ ଗ୍ରାମ ଓ ମୋବାଇଲ୍ ଫୋନ୍ ଜବତ୍

Spread the love

ଗଞ୍ଜେଇ ମାଫିଆ ସହ ୧୦ ଜଣ ଚୋରା ଗଞ୍ଜେଇ ଖୁଚୁରା ବେପାରୀ ଗିରଫ । ୨୧ କେଜି ୮୯୫ ଗ୍ରାମ ଓ ମୋବାଇଲ୍ ଫୋନ୍ ଜବତ୍ ।
=(ଦର୍ଶନ ସମୀକ୍ଷା) ବଡ଼ବିଲ
ତା-01-09-2025
ବଡ଼ବିଲ ପୋଲିସକୁ ବଡ଼ ସଫଳତା । ଗଞ୍ଜେଇ ମାଫିଆ ବାବୁଲି ବେହେରାକୁ ଗିରଫ କରିବା ସହ ୧୦ ଜଣ ଚୋରା ଗଞ୍ଜେଇର ଖୁଚୁରା ବେପାର କରୁଥିବା ଦୋକାନୀଙ୍କୁ ଗିରଫ କରିଛି ପୋଲିସ୍। ବଡ଼ବିଲ ଧୋବି ହଟିଂ ଅଞ୍ଚଳର ବାବୁଲି ବେହେରା ଝାଡ଼ଖଣ୍ଡରୁ ଗଞ୍ଜେଇ ଆଣି ସୟାବାଲି ଫୁଟବଲ୍ ପଡ଼ିଆ ନିକଟରେ ବେପାରୀଙ୍କୁ ବିକ୍ରି କରିବା ପାଇଁ ଅପେକ୍ଷା କରିଥିବାବେଳେ ପୋଲିସ୍ ତାକୁ ଅତର୍କିତ ଭାବରେ ମାଡ଼ି ବସିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତା’ନିକଟରୁ ୨୧ କେଜି ୮୯୫ ଗ୍ରାମର ଗଞ୍ଜେଇ ଓ ଏକ ମୋବାଇଲ୍ ଫୋନ୍ ଜବତ୍ ହୋଇଥିବା ପୋଲିସ୍ ସୂଚନା ଦେଇଛି । ପରେ ଘଟଣାର ଛନାଭିନ୍ କରି ବାବୁଲି ବେହେରା ଠାରୁ ଚୋରା ଗଞ୍ଜେଇ କିଣି ବଡ଼ବିଲ ଓ ଆଖପାଖ ଅଂଚଳରେ ବିକ୍ରୟ କରୁଥିବା ୧୦ ଜଣ ଦୋକାନୀଙ୍କୁ ଗିରଫ କରାଯାଇଥିବା ବଡ଼ବିଲ ଏସଡିପିଓ ସୂଚନା ଦେଇଛନ୍ତି । ଏମାନେ ବିଭିନ୍ନ କିସମର ଦୋକାନ କରିଥିବା ବେଳେ, ଲୁଚାଇ ଗଞ୍ଜେଇ କାରବାର କରୁଥିଲ । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *