ବଡ଼ବିଲରେ ତ୍ରିରଙ୍ଗା ଯାତ୍ରା ।
ଦର୍ଶନ ସମୀକ୍ଷା, ବଡ଼ବିଲ
ତା,-13-08-2025
ଆଜି ବଡ଼ବିଲ ବିକାଶମହଲ ଠାରୁ ଏକ ବିରାଟ ତୀରଙ୍ଗା ଶୋଭାଯାତ୍ରା ବାହାରି ପୁରା ବଡ଼ବିଲ ସହର ରେ ପରିକ୍ରମା କରିଥିଲା।
ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ରାଷ୍ଟ୍ରୀୟ ଭାବନା ଓ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ତ୍ରିରଙ୍ଗା ଯାତ୍ରା । ଜାତୀୟ ପତାକା ଧରି ତ୍ରିରଙ୍ଗା ଯାତ୍ରା କରିଛନ୍ତି ଛାତ୍ରଛାତ୍ରୀ ଓ ଜନସାଧାରଣ। ‘ହର୍ ଘର୍ ତ୍ରିରଙ୍ଗା’ ଏହି ରାଷ୍ଟ୍ରୀୟ ଭାବନାକୁ ନେଇ ଆୟୋଜିତ ତ୍ରିରଙ୍ଗା ଯାତ୍ରା, ଏକ ବିଶାଳ ଓ ଭବ୍ୟ ରୂପରେ ସହର ପରିକ୍ରମା କରିଥିଲା l ଜାତି,ବର୍ଣ୍ଣ, ଧର୍ମ, ନିର୍ବିଶେଷରେ ଭାରତ ମାତାକୀ ଜୟ ଓ ବନ୍ଦେ ମାତରଂ ଧ୍ବନିରେ ଗୁଞ୍ଜି ଉଠିଥିଲା ପୁରା ଅଞ୍ଚଳ ।ଏହି ଯାତ୍ରା ରେ ବିଜେପି ର ଶ୍ରୀ ଚନ୍ଦ୍ର ପ୍ରସାଦ ଗୁପ୍ତା, ନୀଳମଣି ମହାନ୍ତ, ପରିମଳ ଚାଟର୍ଜୀ ଓ ଅନେକ ବିଜେପି କର୍ମୀ ଯୋଗ ଦେବାର ଦେଖାଯାଇଥଲା।
ତ୍ରିରଙ୍ଗା ଯାତ୍ରା ।ଆଜି ବଡ଼ବିଲ ବିକାଶମହଲ ଠାରୁ ଏକ ବିରାଟ ତୀରଙ୍ଗା ଶୋଭାଯାତ୍ରା ବାହାରି ପୁରା ବଡ଼ବିଲ ସହର ରେ ପରିକ୍ରମା କରିଥିଲା।

Leave a Reply