ବିଜେଡିର ସିନିୟର ପେନାଲିଷ୍ଟରେ ପ୍ରାକ୍ତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ
ବୁଗୁଡ଼ା,୪।୧୦(ଡ.କୁମୁଦ ଚନ୍ଦ୍ର ବେହେରା): ଦର୍ଶନ ସମୀକ୍ଷା
ପୋଲସରା ବିଧାନ ସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିଜୁ ଜନତା ଦଳର ସିନିୟର ପେନାଲିଷ୍ଟ ସ୍ଥାନ ପାଇଥିବାରୁ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି।
ଅପର ପକ୍ଷରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ବିଜୁଜନତା ଦଳ ପକ୍ଷରୁ ଦଳର ସିନିୟର ପେନାଲିଷ୍ଟ ପଦବୀ ଦାୟିତ୍ୱ ମିଳିଥିବା ଯୋଗୁଁ ପୋଲସରା ବ୍ଲକ ଓ ବୁଗୁଡ଼ା ବ୍ଲକ ବିଜେଡି ମହଲରେ ଖୁସିର ଲହରୀ ଖେଳି ଯାଇଛି।
ଏଥି ସକାଶେ ଉଭୟ ବ୍ଲକ ଓ ଏନ୍ଏସିର ବିଜେଡିର କର୍ମକର୍ତ୍ତାଗଣ ଓ କର୍ମୀ ମାନେ ରାଜ୍ୟ ବିଜୁ ଜନତାଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିବା ସହ ପ୍ରାକ୍ତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।











