Spread the love

କେନ୍ଦ୍ରାପଡ଼ା ଜିଲ୍ଲା, ଡେରାବିଶ ବ୍ଲକ, ପଲେଇ ପଂଚାୟତ, ପଲେଇ ଜାମୁଦଣ୍ଡା ଗ୍ରାମରେ ଚାରି ଜଣ ପାଞ୍ଚ ବର୍ଷର କୁନି ପିଲା ଆରମ୍ଭ କରିଥିବା ପାରମ୍ପରିକ ମା ଲଷ୍ମୀ ପୂଜା 47ବର୍ଷ ରେ ମହା ସମାରୋହରେ ପାଳିତ ହେଉଛି

ରତ୍ନାକର ପରିଡାକେନ୍ଦ୍ରାପଡ଼ା ଦର୍ଶନ ସମୀକ୍ଷା

ପଲେଇ ଜାମୁଦଣ୍ଡା ଗ୍ରାମରେ ଚାରି ଜଣ ପାଞ୍ଚ ବର୍ଷର ବାଳକ କାହ୍ନୁ ଚରଣ ବେହେରା, ଖଗେଶ୍ୱର ସୁତାର, ଅରୂପା ଜେନା, ରମେଶ ଜେନା ଦୀର୍ଘ 47ବର୍ଷ ତଳେ ଖେଳିବା ସମୟରେ ଠାକୁରଙ୍କ ପ୍ରତି ଭକ୍ତି ଭାବ ଆସି ନିଜେ ମାଟିରେ ମୂର୍ତ୍ତି ଗଠନ କରି ଅଳତା ରେ ରଙ୍ଗ ବୋଲି ଆରମ୍ଭ କରିଥିବା ମା ଲଷ୍ମୀ ପୂଜା କାଳକ୍ରମେ ମହା ସମାରୋହରେ ଗ୍ରାମରେ ନଅ ଦିନ ବ୍ୟାପି ପାଳନ ହେଇ ଆସୁଛି, ମା ନଅ ଦିନ ବ୍ୟାପି ପ୍ରତ୍ୟେହ ବାଳ ଭୋଗ ଓ ନିତି ଭୋଗ ନଅ ଦିନ ଧରି ଅର୍ପଣ କରାଯାଇ ପ୍ରତେକ ଦିନ ଚାରି ଶହ ରୁ ଅଧିକ ସଂଖ୍ୟା ରେ ପ୍ରସାଦ ସେବନ କରାଯାଏ, ଓ ମା ଙ୍କ ପୀଠ ରେ ପାଲା ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି ଘରେ ଘରେ ଉଛବ ମୁଖର ହୋଇ ଉଠେ ଗ୍ରାମ ବନ୍ଧୁ ବାନ୍ଧବ ସାଙ୍ଗ ସାଥି ଆସନ୍ତି ସେହି ପିଲା ଙ୍କ ମଧ୍ୟରୁ କାହ୍ନୁ ଚରଣ ବେହେରା ଆମ ଅଂଚଳ ରେ ମୂର୍ତ୍ତି କାରିଗର ଭାବରେ ବେଶ ସୁନାମ ଅର୍ଜନ କରିଛନ୍ତି, ମା ଙ୍କ ପୂଜା ପାଇଁ ସେହି ଗ୍ରାମର ସୁରେନ୍ଦ୍ର ଭୁୟାଁ, ମନୋରଞ୍ଜନ ବେହେରା,ମନୋଜ ଭୁୟା, ଶରତ ଚନ୍ଦ୍ର ସୁତାର, ଗଣେଶ ବେହେରା, ବିଜୟ କୁମାର ଜେନା, ଯୋଗୀରାଜ ପ୍ରଧାନ, ନାରାୟଣ ସାହୁ, ହରେକୃଷ୍ଣ ବରାଳ, ଓ ଗ୍ରାମ ବାସୀ ଙ୍କ ସହଯୋଗ ରେ ମାଙ୍କ କାର୍ଯ୍ୟ ସମ୍ପନ୍ନ କରାଯାଏ, ମା ଙ୍କ ପୂଜାର ମୁଖ୍ୟ ପଣ୍ଡିତ ଭାବଗ୍ରାହୀ ଦାଶ ଓ ପଣ୍ଡିତ ହରିହର ଦାଶ, ରମେଶ ଚନ୍ଦ୍ର ଦାଶ ପୂଜା କାର୍ଯ୍ୟ ସମ୍ପନ୍ନ କରି ଥାନ୍ତି, ନଅ ଦିନ ବ୍ୟାପି ପୂଜା ଓ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ମା ଙ୍କ ଭସାଣି ଉଛବ ବିଭିନ୍ନ ବାଦ୍ୟ ନୃତ୍ୟ ରେ ମହା ପୁରୁଷ ଙ୍କ ପୋଖରୀ ରେ ମା ଙ୍କୁ ବିସର୍ଜନ କରାଯାଏ