ବିଧାୟକ ଓ ନଗରପାଳ ଲୋକଙ୍କୁ ବାଣ୍ଟିଲେ ବିଭିନ୍ନ ପ୍ରକାର ଗଛର ଚାରା
ମାଲକାନଗିରି(ମନୋଜ ଦେଵ ପାଙ୍ଗି)ଦର୍ଶନ ସମୀକ୍ଷା
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ କ୍ରମେ ସାରା ରାଜ୍ୟରେ ଜଙ୍ଗଲ ସମ୍ପଦର ସୁରକ୍ଷା, ବନୀ କରଣ, ଉଜୁଡା ଜଙ୍ଗଲରେ ପୁନରୁଦ୍ଧାର,ବନ୍ୟପ୍ରାଣୀ ସଂରକ୍ଷଣ, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଜନ ସାଧାରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବନ ବିଭାଗକୁ ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏଥି ନିମନ୍ତେ ସରକାରଙ୍କ ପକ୍ଷରୁ ଏକ ନୂତନ ଯୋଜନା ମାଆ ପାଇଁ ଗଛଟିଏ ଭଳି କାର୍ଯ୍ୟକ୍ରମ ପ୍ରଣୟନ କରାଯାଇଛି। ଏହି କ୍ରମେ ଶୁକ୍ରବାର ମାଲକାନଗିରି ଜିଲ୍ଲା ବାଲିମେଳା ବାନାଞ୍ଚଳ ଅଧିକାରୀ ଲିପ୍ସିତା କଅଁରଙ୍କ ନେତୃତ୍ୱରେ ବାଲିମେଳା ସହରରେ ଥିବା ମନୋରଞ୍ଜନ କ୍ଲବ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ବାଲିମେଳା ନଗରପାଳ ପ୍ରଦୀପ କୁମାର ନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କାଉନସିଲର କୃଷ୍ଣ ବାଘ, ବିଧାୟକ ପ୍ରତିନିଧି ଇସାକ ଖୋସଲା, ବାଲିମେଳା ନଗର କଂଗେସ ସଭାପତି ସୁରେଶ ଖୋସାଲାଙ୍କ ସମେତ ଅନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ବାଲିମେଳା ସହରବାସୀ ଏବଂ ଆଖ ପାଖ ପଞ୍ଚାୟତର ବହୁ ଗ୍ରାମବାସୀଙ୍କୁ ବିଧାୟକ ଶ୍ରୀ ମଙ୍ଗୁ, ନଗରପାଳ ଶ୍ରୀ ନାୟକ ଏବଂ ରେଞ୍ଜର ଶ୍ରୀମତୀ କଅଁର ଲୋକଙ୍କୁ ବିଭିନ୍ନ ପ୍ରକାର ଔଷଧିୟ ବୃକ୍ଷ ସମେତ ଅଁଳା, ପଣସ, ଆମ୍ଭ, ପିଜୁଳି ଭଲି ବହୁ ପ୍ରକାର ପ୍ରାୟ ୧୦୦୦ ରୁ ଉର୍ଦ୍ଧ ଗଛର ଚାରା ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବାଲିମେଳା ଓ ସୋମନାଥପୁର ବନ ବିଭାଗର ବନପାଳ ଚନ୍ଦ୍ର ମାଝୀ,ବନରକ୍ଷୀ ପ୍ରଶାନ୍ତ କୁମାର ରାଉତ, ସନ୍ତୋଷ କୁମାର, ସୁପ୍ରଭା ଦାସ ଜୋଶ୍ନା ପଣ୍ଡା, ଜିଙ୍ଗିଆ ସ୍ୱାଇଁ ସୁଜାତା ମଣ୍ଡଳଙ୍କ ସମେତ ସମସ୍ତ କର୍ମଚାରୀମାନେ
ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ
ବିଭାଗ ପକ୍ଷରୁ ଶନିବାର ଦିନ ମଧ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ଗଛର ଚାରା ବଣ୍ଟନ କରାଯିବ ବୋଲି ରେଞ୍ଜର ଶ୍ରୀମତୀ କଅଁର କହିଛନ୍ତି।
ମାଲକାନଗିରି //ବିଧାୟକ ଓ ନଗରପାଳ ଲୋକଙ୍କୁ ବାଣ୍ଟିଲେ ବିଭିନ୍ନ ପ୍ରକାର ଗଛର ଚାରା,ସରକାରଙ୍କ ପକ୍ଷରୁ ଏକ ନୂତନ ଯୋଜନା ମାଆ ପାଇଁ ଗଛଟିଏ ଭଳି କାର୍ଯ୍ୟକ୍ରମ ପ୍ରଣୟନ କରାଯାଇଛି। ବାଲିମେଳା ବାନାଞ୍ଚଳ ଅଧିକାରୀ ଙ୍କ ଦ୍ୱାରା ଲୋକଙ୍କୁ ବିଭିନ୍ନ ପ୍ରକାର ଔଷଧିୟ ବୃକ୍ଷ ସମେତ ଅଁଳା, ପଣସ, ଆମ୍ଭ, ପିଜୁଳି ଭଲି ବହୁ ପ୍ରକାର ପ୍ରାୟ ୧୦୦୦ ରୁ ଉର୍ଦ୍ଧ ଗଛର ଚାରା ବଣ୍ଟନ କରାଗଲା- ମନୋଜ ଦେବ ପାଙ୍ଗି ମାଲକାନଗିରି

Leave a Reply